।। ୩ ଜଣିଆ ଅନ୍ତ ଜିଲ୍ଲା ଡକାୟତ ଗ୍ୟାଙ୍ଗ ଗିରଫ୍ ଚୋରି ବାଇକ ଗୋଟିଏ ବଲେର ସହ ଅନେକେ ଘରଇ ଜିନିଷ ଉଦ୍ଧାର ।।

Aug 16, 2024 - 21:26
 0  269
।।  ୩ ଜଣିଆ ଅନ୍ତ ଜିଲ୍ଲା ଡକାୟତ ଗ୍ୟାଙ୍ଗ ଗିରଫ୍ ଚୋରି ବାଇକ ଗୋଟିଏ ବଲେର ସହ ଅନେକେ ଘରଇ ଜିନିଷ ଉଦ୍ଧାର ।।

ରାୟଗଡା ଜିଲା ପଲିସ କୁ ମିଳିଛି ଏକ ବଡ ଧରଣର ସଫଳତା ବିଗତ କିଛି ଦିନ ହେବ କୋରାପୁଟ ଏବଂ ରାୟଗଡା ଜିଲ୍ଲା ର କଲ୍ୟାଣସିଙ୍ଗପୁର ,କାଶୀପୁର ସହ କଳାହାଣ୍ଡି ଜିଲ୍ଲାର ଥୁଅମୁଳ ରାମପୁର ଏବଂ ବିଭିନ୍ନ ଜାଗାରେ ଚୋରିକରି ପୋଲିସ ର ନିଦ ହଜାଇ ଦେଇଥିବା ଏକ ଚୋରଗ୍ୟାଙ୍ଗ କୁ ଧରିବାରେ ସଫଳ ହେଇଛନ୍ତି ରାୟଗଡା ପଲିସ। ରାୟଗଡ SP ହରିସ ବିଶି ଙ୍କ ତତ୍ୱଭଧାନ ରେ ୩ବ୍ଲକ କଲ୍ୟାଣସିଂହପୁର ,କାଶୀପୁର,ଥୁଅମୂଳ ରାମପୁର ର ମିଲିତ ଚଢ଼ାଉ ରେ ଏହି ସଫଳତା ପାଇଥିବା SDPO ରଶ୍ମି ରଂଜନ ସେନାପତି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ଚଢ଼ାଉ ରେ ୩ଜଣ ଚୋର ସହ ୧ଟି ବାଇକ (OD10Q955), ଗୋଟିଏ ବୋଲେର (OR 07K3245 ) ଏବଂ 11ଟି ଘରୋଇ GAS ସିଲିଣ୍ଡର ସହ ଅନେକ ଘରଇ ଜିନିଷ ଜବତ ହୋଇଥିବା ସୂଚନା ରହିଛି। ଧାରା ପଡ଼ିଥିବା ୩ଜଣ ଚୋର ଙ୍କ ମଧ୍ୟରୁ ଜଣେ ନାବାଳକ ରହିଛି । ଉକ୍ତ ଅଭିଯୁକ୍ତ ଗୁଡ଼ିକ କାଶୀପୁର ବ୍ଲକ ହୋଇଥିବା ଜଣାଇବା ସହ ଅଭିଯୁକ୍ତ ଙ୍କୁ Case No 87 dt 8/8/24 US-331(4)/305 ଋଜୁ କରି କୋର୍ଟ ଚାଳନ କରାଯାଇଥିବା ସୂଚନା ରହିଛି ।

ରାୟଗଡା ଜିଲ୍ଲାରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ