।। ହାଇଦ୍ରାବାଦ୍ ରୁ କଳାହାଣ୍ଡି କୁ ଫେରିଲା ଦାଦନ ଶ୍ରମିକ ଙ୍କ ମୃତ ଦେହ ।।

Aug 3, 2024 - 20:38
 0  57
।। ହାଇଦ୍ରାବାଦ୍ ରୁ କଳାହାଣ୍ଡି କୁ ଫେରିଲା ଦାଦନ ଶ୍ରମିକ ଙ୍କ ମୃତ ଦେହ ।।

ଓଡ଼ିଶାରେ ଦିନକୁ ଦିନ ବୃଦ୍ଧି ପାଉଛି ଦାଦନ ଶ୍ରମିକ ଙ୍କ ମୃତ୍ୟୁ , ନୂଆ ସରକାର ଆସିବା ପରେ ମଧ୍ୟ ଗରୀବ ଲୋକଙ୍କୁ ମିଳୁନି କାମ । ଓଡ଼ିଶା ଦାଦନ ଶ୍ରମିକ ରାଜ୍ୟ ରେ ଆଗରୁ ଏକ ନମ୍ବର ଥିଲା ଆଉ ଏବେ ମହନ ସରକାର ଆସିଲା ପରେ ମଧ୍ୟ ଏକ ନମ୍ବର ଅଛି । ଆଜି ଆସନ୍ତୁ ଦେଖିବା ଏଭଳି ଏକ ଚମତ୍କାର ଦୃଶ୍ୟ, କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ, ମୁଖିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ମହିପାଣି, କୁମ୍ଭାର ପଡ଼ା ଗ୍ରାମରେ । ଘରୁ ବାହାରି କଳାହାଣ୍ଡି ରୁ ହାଇଦ୍ରାବାଦ ଯାଇଥିଲେ ଟିକ୍ଚନ ନାଏକ ଙ୍କ ପୁତ୍ର ପ୍ରହଲ୍ଲାଦ ନାଏକ (ପିନ୍ଟୁ )ବୟସ ୨୫ । ଘରୁ ଦାଦନ ଖଟିବାକୁ ଯାଇଥିଲେ ହାଇଦ୍ରାବାଦ୍ କୁ ହେଲେ ମାସେ ହେଇ ନାହିଁ ପିନ୍ଟୁ ନାଏକ ଙ୍କ ମୃତ ଦେହ ଆମ୍ବୁଲାନ୍ସ ଯୋଗେ ଘରକୁ ଫେରିଛି । ଗାଁ ରେ ବେକାରୀ ସମସ୍ୟା ହେତୁ ସେ ଭାବିଥିଲେ ବାହାରେ ଯାଇ କିଛି ପଇସା ରୋଜଗାର କରି ଘରକୁ ପଠେଇବି ହେଲ ଘରର ପରିବାର ଙ୍କ ପେଟ ପୋଷିବା ପାଇଁ ଯାଇଥିଲେ ହେଲେ ଫଳ ଓଲୋଟା ଦେଖିବାକୁ ମିଳିଲା । ଦୁଃଖର କାରଣ ଓଡ଼ିଶା ରୁ ଦାଦନ ଖଟିବାକୁ ଯାଇ ଫେରୁଛି ମୃତ ଦେହ । ଗତ କାଲି ରୁ ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ୍ ଠାରୁ ବାହାରି ଆଜି ସନ୍ଧ୍ୟା ସମୟ ରେ ପହଞ୍ଚିଛି ମୃତ ଦେହ ପରିବାର ପାଖକୁ । ସୂଚନା ମୁତାବକ ମୃତ ଯୁବକ ଜ୍ବରରେ ପୀଡ଼ିତ ଥିବା ଜଣାପଡିଛି, ହାଇଦ୍ରାବାଦ୍ ର ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ବିଷୟ ରେ ଘର ଲୋକେ ସୂଚନା ପାଇ ଗ୍ରାମର କିଛି ଲୋକେ ତାଙ୍କ ସହ ଯୁବକ ପାଖକୁ ପହଞ୍ଚିଥିଲେ । ଗାଁ ରେ ଦୁଇ ଦିନ ହେଲା ଚୁଲା ଜାଳି ନାହାନ୍ତି ଅପେକ୍ଷାରେ ଗ୍ରାମବାସୀ କେତେ ବେଳେ ପିନ୍ଟୁ ଙ୍କ ମୃତଦେହ ଆସିବ ବଳି ଚାହିଁ ରହିଥିଲେ।ମୃତକ ଙ୍କ ବାପା, ଭାଇ ସହ ତୁଲାରାମ ରଣା, ଦିବାକର ଦାସ ଓ ବୈକୁଣ୍ଠ ରୋଣା ହାଇଦ୍ରାବାଦ୍ ଯାଇ ଆମ୍ବୁଲାନ୍ସ ଯୋଗେ ପ୍ରହଲ୍ଲାଦ ପିନ୍ଟୁ ଙ୍କ ମୃତଦେହ ଗାଁ ରେ ପହଞ୍ଚାଇଥିଲେ । ଫଳରେ ଦୁଃଖର ସହିତ ସବାସତ୍କର କରାଗଲା । ଏଭଳି ଅଘଟଣ ପରିସ୍ଥିତି କୁ ଆଖି ଆଗରେ ରଖି ସରକାର କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

କଳାହାଣ୍ଡି ଜିଲ୍ଲା ରୁ ରଜନୀକାନ୍ତ ଶଗଡ଼ିଆ ଙ୍କ ସହ ବାବୁଲି ହରିଜନ ଙ୍କ ରିପୋର୍ଟ୍ ଫାଷ୍ଟ ନିଉଜ୍ ଓଡ଼ିଶା।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ