ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଙ୍କ ଅଭିଯୋଗ ଟିଟିଲାଗଡ ର ବିଜେଡି ପ୍ରାର୍ଥୀ ଙ୍କ ମିଥ୍ୟା ସତ୍ୟ ପାଠ , ସେ ବିଷୟ ଏକ ସାମ୍ବାଦିକ ସମ୍ମିଳନୀ

May 7, 2024 - 23:27
 0  47
ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଙ୍କ ଅଭିଯୋଗ ଟିଟିଲାଗଡ ର ବିଜେଡି  ପ୍ରାର୍ଥୀ  ଙ୍କ ମିଥ୍ୟା ସତ୍ୟ ପାଠ , ସେ ବିଷୟ ଏକ ସାମ୍ବାଦିକ ସମ୍ମିଳନୀ

ଟିଟିଲାଗଡ ବିଧାୟକ ପ୍ରାର୍ଥୀ ଟୁକୁନି ପ୍ରାର୍ଥୀ ପତ୍ର ଦାଖଲ ସମୟରେ ମିଥ୍ୟା ସତ୍ୟପାଠ ଦେଇଥିବା ନେଇ ଅଭିଯୋଗ ହୋଇଛି।ସ୍ଵାଧୀନ ବିଧାୟକ ପ୍ରାର୍ଥୀ ସତ୍ୟ ନାରାୟଣ ବହିଦାର (ହରି)ସ୍ଥାନୀୟ ମହାବୀର ଧର୍ମଶାଳା ଟିଟିଲାଗଡ, ପରିସରରେ ସୋମବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ଅଭିଯୋଗ ଆଣିଛନ୍ତି।ଅଭିଯୋଗ ଅନୁଯାୟୀ ଶ୍ରୀମତି ସାହୁ ପ୍ରାର୍ଥୀପତ୍ର ଦାଖଲ ସମୟରେ ନିଜ ଆୟ ର ସ୍ରୋତ କ୍ୟାବିନେଟ ମନ୍ତ୍ରୀ ଭାବରେ ଉଲ୍ଲେଖ ନ କରି ବିଧାୟିକା ଭାବରେ ଉଲ୍ଲେଖ କରିଛନ୍ତି।ବିଧାୟକ ଓ କ୍ୟାବିନେଟ ମନ୍ତ୍ରୀ ଙ୍କ ଆୟ ମଧରେ ତାରତମ୍ୟ ରହୁଥିବା ବେଳେ ଏହାକୁ ନେଇ ଟିଟିଲାଗଡ ଉପଜିଲ୍ଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧିକାରୀ ଙ୍କ ଠାରେ ଅଭିଯୋଗ କରିଛନ୍ତି।ତାଙ୍କ ଅଭିଯୋଗ ଗ୍ରହଣ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସେ ଉଚ୍ଚତମ ନ୍ୟାୟାଳୟ ର ଆଶ୍ରୟ ନେବେ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଭିନ୍ନ ତଥ୍ୟ ଉପସ୍ଥାପନା ସହ ସୂଚନା ଦେଇଛନ୍ତି ।

 ଟିଟିଲାଗଡ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ