ସୁରକ୍ଷା ଓ ନିରାପତ୍ତା ଉପରେ ସଚେତନତା ବୈଠକ
ବାରିପଦା - ତା :-୨୨/୦୬/୨୦୨୬ ରିଖ - ସ୍ଥାନୀୟ ଭଂଜପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଶ୍ରୀ ଅନୁଜା ମାଧୁରୀ ଦାସଙ୍କ ଅଧ୍ୟକ୍ଷତାରେଏକ ସୁରକ୍ଷା ଓ ନିରାପତ୍ତା ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ବାରିପଦା ବ୍ଲକ ଓ ମୁନିସିପାଲିଟି ଅନ୍ତର୍ଗତ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ, ସି ଆର ସି ସି ଙ୍କ ସମେତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ଓ ସୁକୁମାର ରାଉତ ଉପସ୍ଥିତ ଥିଲେ I ବର୍ଷା ଋତୁରେ ବିଷାକ୍ତ ସାପ, ଘଡଘଡି ଜନିତ ବିପଦର ସମ୍ଭାବନାକୁ ଆଖିଆଗରେ ରଖି ସମସ୍ତ ପ୍ରକାର ସୁରକ୍ଷା ଓ ନିରାପତ୍ତା ପାଇଁ ଉଚିତ ପଦକ୍ଷେପ ନେବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପସ୍ଥିତ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ I ଏଜନିତ ଥିବା ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ ମଧ୍ୟ ସେ ସମସ୍ତଙ୍କୁ ଅବଗତ କରାଇଥିଲେ I ସେ ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ନିମନ୍ତେ, ବିଦ୍ୟାଳୟ ପରିବେଶକୁ ସ୍ଵଛ ରଖିବା ସହ ନିୟମିତ ଫିନାଇଲର ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ I ତତସହିତ ମଧ୍ୟାହ୍ନ ଭୋଜନ ଓ ରୋଷେଇଘର ତଥା ଟୋଇଲେଟର ପରିଷ୍କାର ପରିଚ୍ଛନ୍ନତା ଉପରେ ସେକ୍ସନ ଅଫିସର ସତ୍ୟନାରାୟଣ ଦାସ ଆଲୋଚନା କରିଥିଲେ I ଜିଲ୍ଲା ସଂଘର ଅଧ୍ୟକ୍ଷ ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ବ୍ଲକ ସଂଘର ଅଧ୍ୟକ୍ଷ ଗୌର ଗୋପାଳ ଲେଙ୍କା, ସଭାପତି ପ୍ରଦୀପ କୁମାର ନାଥଙ୍କ ସମେତ ସୁଶୀଲ ପଣ୍ଡା, ପୂଜାରାଣୀ ପଣ୍ଡା, କନକଲତା ମାଝୀ, ସତ୍ୟନାରାୟଣ ନାୟକ, ନାରାୟଣ କିଙ୍କର ଦତ୍ତ, ସୌମ୍ୟ ଦାଶ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତ ରଖିଥିଲେ I ଶେଷରେ ବ୍ଲକ ସଙ୍ଘ ସମ୍ପାଦକ ସିଦ୍ଧେଶ୍ୱର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0