ସୁନାବେଡା ସିଡିପିଓ ଭାବେ ଦାୟିତ୍ବ ଗ୍ରହଣ କଲେ ମଧୁସ୍ମିତା

Sep 18, 2026 - 15:15
 0  2
ସୁନାବେଡା ସିଡିପିଓ ଭାବେ ଦାୟିତ୍ବ ଗ୍ରହଣ କଲେ ମଧୁସ୍ମିତା

କୋରାପୁଟ ଜିଲ୍ଲା ସୁନାବେଡା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ଭାବେ ମଧୁସ୍ମିତା ବଡ଼ମୁଣ୍ଡି ଗୁରୁବାର ନିଜ ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଗଜପତି ଜିଲ୍ଲା ଗୋଶାଣି ବ୍ଲକ ଆଇସିଡିଏସ କାର୍ଯ୍ୟାଳୟରେ ସୁପରଭାଇଜର ରୂପେ ଦାୟିତ୍ୱ ତୁଲାଉଥିବା ବେଳେ ଚଳିତ ବର୍ଷ ଜାନୁଆରୀ ମାସରେ ତାଙ୍କର ପଦୋନ୍ନତି ହୋଇଥିଲା। ​ପରେ କୋରାପୁଟ ଡି ଏସ୍ ଡବ୍ଲ୍ୟୁ ଓ (DSWO) କାର୍ଯ୍ୟାଳୟରେ ପ୍ରୋଗ୍ରାମ ଅଫିସର ରୂପେ କାର୍ଯ୍ୟ କରି ଆସୁଥିଲେ । ପ୍ରକାଶ ଥାଉ ପୂର୍ବତନ ସିଡିପିଓ ନଳିନୀ ବେହେରାଙ୍କର ଜୟପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ପ୍ରୋଗ୍ରାମ ଅଫିସର (PO) ଭାବେ ବଦଳି ହେବା ପରେ , କୋରାପୁଟ ଜିଲ୍ଲାପାଳ ମଧୁସ୍ମିତା ଙ୍କୁ ସୁନାବେଡ଼ା ସିଡିପିଓ ଭାବେ ବଦଳି କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ