ସାଇ କଳା ଏକାଡେମୀ ପକ୍ଷରୁ ଚିତ୍ର କଳା ପ୍ରଦର୍ଶନୀ ଓ ବାର୍ଷିକ ଉତ୍ସବ ପାଳନ

Jan 11, 2025 - 18:43
 0  7
ସାଇ କଳା ଏକାଡେମୀ ପକ୍ଷରୁ ଚିତ୍ର କଳା  ପ୍ରଦର୍ଶନୀ ଓ ବାର୍ଷିକ ଉତ୍ସବ ପାଳନ

ବାରିପଦା -ତା :- ୧୧/୦୧/୨୦୨୪ ରିଖ ସ୍ଥାନୀୟ ସହିଦ ସ୍ମୃତି ଭବନରେ ସାଇ କଳା ଏକାଡେମୀ ଓ ଫାଇନ ଆର୍ଟ ବିଦ୍ୟାଳୟର ୨୦ ତମ ଚିତ୍ର କଳା ପ୍ରଦର୍ଶନୀ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ରାଜକିଶୋର ମହାନ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବାରିପଦା ନଗରପାଳ କୃଷ୍ମାନନ୍ଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀ କାନ୍ତ ପ୍ରଧାନ ଓ ମୁଖ୍ୟ ବକ୍ତା ଭାବେ ମୟୂରଭଞ୍ଜ ଜିଲ୍ଲା ଓକିଲ ସଂଘର ସଭାପତି ବିଭୁପ୍ରସାଦ ଦାସ ଯୋଗଦେଇ କଳାର ମାହାତ୍ମ୍ୟ ବିଷୟରେ ଆଲୋକପାତ କରି କୁନି କୁନି ପିଲା ମାନଙ୍କର କଳାର ବିକାଶ ଦିଗରେ ପିଲା ମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ଅବସରରେ ସୋମନାଥ ସିଂ ଙ୍କୁ ଜଣେ ଆଦର୍ଶ ଶିକ୍ଷକ ଓ ସମାଜସେବୀ, ଦଶରଥ ମହାନ୍ତଙ୍କୁ ବାଲୁକା କଳା ଶିଳ୍ପୀ, ଦିବ୍ୟ ରଞ୍ଜନ ଦାସ ଙ୍କୁ ଜାତୀୟ ରଗବି ରେଫରି, ନିବେଦିତା ମହାନ୍ତଙ୍କୁ ଚିତ୍ର ଶିଳ୍ପୀ, ଦିପୁ ଧୋଡାଙ୍କୁ ନୃତ୍ୟ ଗୁରୁ ଓ ଓମ୍ ଶୁଭମ୍ ମହାପାତ୍ରଙ୍କୁ ଜାତୀୟ ନୃତ୍ୟ ଶିଳ୍ପୀ ତଥା ଶ୍ରେୟାଂଶୁ କୁମାର ବେହେରାଙ୍କୁ ଶିଶୁ ସିନେମା କଳାକାର ଭାବେ ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବିଦ୍ୟାଳୟର ସହଯୋଗୀ ଶିକ୍ଷୟତ୍ରୀ ଜୟସ୍ମିତା ପରିଡ଼ା, ଅପର୍ଣ୍ଣା ପାତ୍ର ଏବଂ ବନପ୍ରଭା ମହାନ୍ତ ସହଯୋଗ କରିଥିଲେ। ଚଳିତ ବର୍ଷର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରା ଯାଇଥିଲା। କୁନି କୁନି ପିଲା ମାନଙ୍କ ଦ୍ଵାରା ସାଂସ୍କୃତିକ କର୍ଯ୍ୟକ୍ରମ ଆୟୋଜନ ହୋଇ ଥିଲା । ବିଦ୍ୟାଳୟର ଶିକ୍ଷୟତ୍ରୀ ବନପ୍ରଭା ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ