ଶ୍ରୀଶ୍ରୀ ଲୋକେଶ୍ଵର ମହାଦେବଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି
ବାରିପଦା ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ଠାରେ ମା ଲାଲ ପାଟ ମା ସାଲ ପାଟ ଓ ଗ୍ରାମଦେବତି ପୀଠ ନିକଟରେ ଏକ ନୂତନ ଶୈବମନ୍ଦିରରେ ଶ୍ରୀଶ୍ରୀ ଲୋକେଶ୍ଵର ମହାଦେବଙ୍କର ଏକ ନୂତନ ଶୈବ ଲିଙ୍ଗ ପ୍ରତିଷ୍ଠା ସହ ପ୍ରାଣପ୍ରତିଷ୍ଠା ଉତ୍ସବ ମହା ସମାରହର ସୁଦାମ କୁଆଁର ଓ ଇଶ୍ଵର ବେହେରା ଙ୍କ ନେତୃତରେ ଦିନେଶ ପଟ୍ଟନାଏକ, ମନରଞ୍ଜନ କୁଆଁର,ମଣ୍ଟୁ ସେନାପତି, ବିରେନ୍ଦ୍ର ସେନାପତି, ହିମାଂସୁ ବାବୁ, ଏବଂ ଲକ୍ଷ୍ମି ନାରାୟନ ସେନାପତି ଙ୍କ ପୂର୍ଣ୍ଣସହଯୋଗ ଓ ପ୍ରୟାସରେ ଆଜି ଭବ୍ୟ ମନ୍ଦିରରେ ମହାଦେବଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ସହିତ ପ୍ରସାଦ ସେବନ ଅନୁଷ୍ଠିତ ହେ।ଇ ଯାଇଛି। ଉକ୍ତ ଉତ୍ସବରେ ହୋମଯଜ୍ଞ ସହିତ ମନ୍ତ୍ର ପାଠ ରେ ପ୍ରକମ୍ପିତ ହେବା ସହ ଏକ ଭକ୍ତି ମୟ ପରିବେଶ ରେ ଉଭୟ ମହିଳା ଓ ପୁରୁଷ ଏକତ୍ରିତ ହୋଇ ମହାଦେବଙ୍କ ଆର୍ଶିରବାଦ ପାଥେୟ ହୋଇ ନିଜକୁ କୃତାର୍ଥ ମଣିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଅବସରପ୍ରାପ୍ତ କର୍ମଚାରୀ ଶ୍ରୀ ସୁଦାମ କୁଆଁର ନିଜର ଉପାଜିତ ଅର୍ଥ ରୁ ଏହି ଉତ୍ସବରେ ଯଥେଷ୍ଟ ସହଯୋଗ କରି ପ୍ରଭୁଙ୍କର କରୁଣା ଲାଭ କରିଥିଲେ।ଏହି ପୂର୍ଣ୍ଣ ଭୂମିରେ ପ୍ରତିବର୍ଷ ସନାତନ ରୀତିନିତୀରେ ଦେବାଦେବୀଙ୍କର ପୂଜାର୍ଚ୍ଚନା ହୋଇଥାଏ।ଏଥିରେ ବହୁ ଭକ୍ତଙ୍କର ସମାଗମ ହୋଇଥାଏ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0