ଲଘୁଚାପ ଜନିତ ବର୍ଷାରେ: ଗଛ ପଡି ରାସ୍ତା ଅବରୋଧ

Jul 22, 2026 - 19:45
 0  56
ଲଘୁଚାପ ଜନିତ ବର୍ଷାରେ: ଗଛ ପଡି ରାସ୍ତା ଅବରୋଧ

ବାଲିଗୁଡ଼ା୨୨/୭/୦୧୬(ସଲମନ୍ ବିନ୍ଧାଣୀ )କନ୍ଧମାଳରେ ଲାଗି ରହିଛି ଏହି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଥିବାରୁ ଅନେକ ସ୍ଥାନରେ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳୁଛି କେଉଁଠି ଘର ଉପରେ ଗଛ ପଡ଼ୁଛି ତ ଆଉ କେଉଁଠି ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ କରୁଛି ବର୍ଷା ଲାଗି ରହିଲେ କୌଣସି ନା କୌଣସି ସମସ୍ୟାକୁ ସାମ୍ନା କରିବାକୁ ପଡ଼ୁଛି ସାଧାରଣ ଜନତାଙ୍କୁ ସେହିପରି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବାଲିଗୁଡ଼ା ରୁ ରାଇକିଆ ଯିବା ରାସ୍ତା ପିରିଗଡ଼ ପୂର୍ବରୁ ରାସ୍ତା ଉପରେ ଏକ ଶାଳ ଗଛ ପଡ଼ିବା ଯୋଗୁଁ ଯାତାୟାତ ରେ ବାଧା ସୃଷ୍ଟି ହୋଇଥିଲା l ପ୍ରାୟ ଦୁଇଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ରାସ୍ତାର ଦୁଇ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହିଥିବାରୁ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇଥିଲେ l ଏହି ଘଟଣା ର କୌଣସି ସୂତ୍ରରୁ ଖବର ପାଇ ବାଲିଗୁଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସ୍ୱାଭାବିକ କରିଥିଲେ l

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ