ମୟୂରଭଞ୍ଜ ବିଜେପିର ଜିଲ୍ଲାସ୍ତରୀୟ ଦ୍ବିଦିବସୀୟ ଶିକ୍ଷା ଶିବିର ସମ୍ପନ୍ନ

May 24, 2026 - 06:10
 0  9
ମୟୂରଭଞ୍ଜ ବିଜେପିର ଜିଲ୍ଲାସ୍ତରୀୟ  ଦ୍ବିଦିବସୀୟ ଶିକ୍ଷା ଶିବିର ସମ୍ପନ୍ନ

ବାରିପଦା: ଗୌର ଦାସଗିରି ୨୩/୦୫/୨୦୨୬ ଭାରତୀୟ ଜନତା ପାର୍ଟି ମୟୂରଭଞ୍ଜ (ପୂର୍ବ) ସାଙ୍ଗଠନିକ ଜିଲ୍ଲାର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ପ୍ରଶିକ୍ଷଣ ଶିବିର ଶନିବାର ସନ୍ଧ୍ୟାରେ ଏଠାରେ ଉଦଯାପିତ ହୋଇଯାଇଛି। "ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ-2026" ନାମରେ ନାମିତ ଏହି କାର୍ଯ୍ୟକ୍ରମ ବିଜେପି ଜିଲ୍ଲା ସଭାପତି ନିହାର ରଞ୍ଜନ ମୋଦୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ "ଶ୍ରୀରାମ ପ୍ୟାଲେସ୍"ରେ ଶୁକ୍ରବାର ପୂର୍ବାହ୍ନରେ ଉଦ୍ଘାଟିତ ହୋଇ ଦୁଇ ଦିନ ଧରି ଚାଲିଥିବା ଜଣାଯାଇଛି। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଦଳୀୟ ପତାକା ଉତ୍ତୋଳନ ପୂର୍ବକ ଶିବିରକୁ ଉଦ୍ଘାଟନ କରିଥିବା ବେଳେ ଏହି ଉଦ୍ଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଉଦଳା ବିଧାୟକ ତଥା ଜିଲ୍ଲା ଯୋଜନା ବୋଡ଼ ଅଧ୍ୟକ୍ଷ ଭାସ୍କର ଚନ୍ଦ୍ର ମଢ଼େଇ, ବଡ଼ସାହି ବିଧାୟକ ସନାତନ ବିଜୁଳି, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଇଞ୍ଜିନିଅର ବିଶ୍ୱେଶ୍ୱର ଟୁଡୁ, ଉଦଳା ଏନ୍.ଏ.ସି. ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ରାଜ୍ୟ ଜନଜାତି ମୋର୍ଚ୍ଚା ସଭାପତି କାନ୍ଦ୍ରା ସୋରେନ, ବିଜେପି ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୀବନ କୁମାର ସାହୁ, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା କୌଶଲ୍ୟା ନାଏକ, ଜିଲ୍ଲା ବର୍ଗ ପ୍ରଭାରୀ ଠାକୁର ରଣଜିତ ଦାସ,ରାଜ୍ୟ ଯୁବ ସମ୍ପାଦକ ସୌମ୍ୟରଞ୍ଜନ ମିଶ୍ର,ପ୍ରମୁଖ ମଞ୍ଚାସୀନ ଥିଲେ। ଶନିବାର ଦିନ ବର୍ଗ(ଶିବିର)ର ଦ୍ଵିତୀୟ ଦିବସରେ ଏମାନଙ୍କ ସାଙ୍ଗକୁ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ, ଜିଲ୍ଲା ସଂଗଠନ ପ୍ରଭାରୀ ସିପ୍ରା ବାଜପେୟୀ, ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ବର୍ଗ ସହ-ପ୍ରଭାରୀ ନବୀନ ରାମ, , ଯୋଗ ଦେଇଥିବା ବେଳେ ବିଜେପି ରାଷ୍ଟ୍ରୀୟ ନେତା ଦୀନେଶାନନ୍ଦ ଗୋସ୍ୱାମୀ ସମାରୋପ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଯାପନୀ ଅଭିଭାଷଣ ଦେଇଥିଲେ। ଏମାନଙ୍କ ବ୍ୟତୀତ ବର୍ଗରେ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦେବାକୁ ରାଜ୍ୟରୁ ସର୍ବଶ୍ରୀ ବାସୁଦେବ ବାରିକ, କିଶୋର ଚନ୍ଦ୍ର ପଣ୍ଡା, ପ୍ରଶାନ୍ତ ସାହୁ, ଜ୍ୟୋତିରଞ୍ଜନ ନାୟକ ଓ ସୁଶ୍ରୀ ସୁଜାତା ପାଢ଼ୀ ପ୍ରମୁଖ ଏଠାକୁ ଆସିଥିବା ସୂଚନା ମିଳିଛି। ବର୍ଗରେ ଜିଲ୍ଲାର ପ୍ରାୟ ଦୁଇ ଶହ ପ୍ରମୁଖ କାର୍ଯ୍ୟକର୍ତ୍ତା ଶିକ୍ଷାର୍ଥୀ ଭାବେ ଯୋଗ ଦେଇଥିବା ଏବଂ ଶିବିର ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା ଜଣାଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ