ମୟୂରଭଞ୍ଜ ଜିଲ୍ଲା ଜଳ ଓ ପରିମଳ ମିଶନ କାର୍ଯ୍ୟନିର୍ବାହୀ ଓ ସମନ୍ୱୟ କମିଟି ବୈଠକ

Nov 29, 2024 - 17:26
 0  6
ମୟୂରଭଞ୍ଜ ଜିଲ୍ଲା ଜଳ ଓ ପରିମଳ ମିଶନ କାର୍ଯ୍ୟନିର୍ବାହୀ ଓ ସମନ୍ୱୟ କମିଟି ବୈଠକ

ବାରିପଦା:୨୯.୧୧.୨୦୨୪// ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ଜଳ ଓ ପରିମଳ ମିଶନ ଅନୁକୁଲ୍ୟରେ ଶୁକ୍ରବାର ଦିନ, ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ପଂଚାୟତ ସମ୍ମିଳନୀ କକ୍ଷରେ କାର୍ଯ୍ୟନିର୍ବାହୀ ଓ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପ୍ରତ୍ୟେକ ପରିବାର ଏବଂ ସମସ୍ତ ଜନସାଧରଣ ସମ୍ମିଳିତ ସ୍ଥାନ ତଥା ଶିକ୍ଷାନୁଷ୍ଠାନ ଗୁଡ଼ିକୁ ପାଇପ ଯୋଗେ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଯୋଗାଇ ଦେବାନେଇ ତୃଣମୂଳ ସ୍ତରରେ କି କି ପଦକ୍ଷେପ ନିଆଯାଇଛି ସେ ବିଷୟରେ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ କିଭଳି ସ୍ୱଚ୍ଛ ଜଳ ପାଇପ ଯୋଗେ ପାଇବା ସହିତ ସମସ୍ତ ବିଦ୍ୟାଳୟର ହଷ୍ଟେଲ ମାନଙ୍କରେ ଏହି ସୁବିଧା ଯୋଗାଇ ଦେବାକୁ ବିହିତ ପଦକ୍ଷେପ ନେବାପାଇଁ ଜିଲ୍ଲାପାଳ, ଜଳ ଯୋଗାଣ ଉପ-ବିଭାଗ, ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହଯୋଗିତାରେ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ। ସରକାରଙ୍କର ସକ୍ଷମ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଘର ସହିତ କିଚେନ ଗାର୍ଡେନ ଯୋଜନାରେ ସମସ୍ତ ସ୍ଥାନକୁ ପର୍ଯ୍ୟାପ୍ତ ପରିମାଣରେ ଜଳ ଯୋଗାଣ କିଭଳି ହୋଇ ପାରିବ ସେ ବିଷୟରେ ଧ୍ୟାନ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶାନ୍ତନୁ ନାୟକ, ସମସ୍ତ ବ୍ଲକ ସ୍ଥର ଗ୍ରେ-ୱାଟର ମ୍ୟାନେଜମେଣ୍ଟ ବା ଧୂସର ଜଳ ପ୍ରବନ୍ଧନର ବ୍ୟବସ୍ଥାକୁ କିଭଳି ବିସ୍ତୃତ ଭାବରେ ଲାଗୁ କରାଯିବ ସେ ବିଷୟରେ ଲାଇନ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବା ସହିତ ଜିଲ୍ଲାରେ ମେଗା ପାଇପ ଜଳ ଯୋଗାଣକୁ ତ୍ୱରାନ୍ୱିତ କରିବାକୁ ହେବ ଏବଂ ସମସ୍ତ ଜଳ ଯୋଗାଣ ସ୍ଥାନ ମାନଙ୍କରେ ଭୂମି ସିମାଙ୍କନ ଆଦି କାର୍ଯ୍ୟ ସଠିକ ଭାବରେ କାର୍ଯ୍ୟକାରୀ ହେବ ସେ ବିଷୟରେ ଆଲୋଚନା କରିଥିଲେ। ଉକ୍ତ ବୈଠକରେ, ବିଜୁଳି, ବନ, ପୂର୍ତ୍ତ, ଶିକ୍ଷା, ଗୃହ ନିର୍ମାଣ, ରାଜସ୍ୱ, ଜାତୀୟ ରାଜପଥ ନିର୍ମାଣ, ଆଦି ବିଭାଗ ସମ୍ବଳିତ ଜଳ ଯୋଗାଣ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ତୁରନ୍ତ ନିର୍ଯ୍ୟାସ ପାଇଁ ଏହି କାର୍ଯ୍ୟକାରୀ ବୈଠକରେ ନିଜ ନିଜ ମତ ପୋଷଣ କରିଥିଲେ। ଜିଲ୍ଲାପାଳ ଶ୍ରୀ ସୟ, ଏହି କାର୍ଯ୍ୟନିର୍ବାହୀ କମିଟି ବୈଠକକୁ ପ୍ରତ୍ୟେକ ଉପଖଣ୍ଡ ସ୍ତରରେ ଉପ-ଜିଲ୍ଲପାଳଙ୍କ ତତ୍ୱାବଧାନରେ କରାଇବା ପାଇଁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକକୁ ବାରିପଦା ଜଳ ଯୋଗାଣ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ଞାନେନ୍ଦ୍ର ନାୟକ ସଂଚାଳନ କରିଥିବାବେଳେ, ସମସ୍ତ ବିଭାଗୀୟ, ଉପବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ