ମୟୂରଭଞ୍ଜ ଜିଲ୍ଲା କଂଗ୍ରେସର ସାମ୍ୱାଦିକ ସମ୍ମିଳନୀ ଆଜିବି ମୟୁରଭଂଜ ବାସୀ ମୌଳିକ ସୁବିଧାରୁ ବଞ୍ଚିତ ଦୀର୍ଘବର୍ଷ ଧରି ବିଜେଡି ଏବଂ ବିଜେପି ମୟୁରଭଞ୍ଜର ବିକାଶରେ ଫେଲ ମାରିଛନ୍ତି

Nov 19, 2025 - 20:26
 0  14
ମୟୂରଭଞ୍ଜ ଜିଲ୍ଲା କଂଗ୍ରେସର ସାମ୍ୱାଦିକ ସମ୍ମିଳନୀ ଆଜିବି ମୟୁରଭଂଜ ବାସୀ ମୌଳିକ ସୁବିଧାରୁ ବଞ୍ଚିତ ଦୀର୍ଘବର୍ଷ ଧରି ବିଜେଡି ଏବଂ ବିଜେପି ମୟୁରଭଞ୍ଜର ବିକାଶରେ ଫେଲ ମାରିଛନ୍ତି

ବାରିପଦା ତା19/11(ପି.ଏନ.ଏସ.) ଆଜି ମୟୁରଭଂଜ ଜିଲ୍ଲା କଂଗ୍ରେସ ପୂର୍ବ ସାଙ୍ଗଠନିକ ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ଵାଳ ବାରିପଦା ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଦୀର୍ଘ ପଚିଶି ବର୍ଷଧରି ବିଜେଡ଼ିର ଏକଛତ୍ରବାଦ ଶାସନ ଓ ବିଜେପିର ଦୁଇ ବର୍ଷର ତଦ୍ରୁପ ଶାସନ ବିରୋଧରେ ସମାଲୋଚନା କରି ଦୀର୍ଘବର୍ଷ ଧରି ବିଜେଡି ଏବଂ ବିଜେପି ମୟୁରଭଞ୍ଜ ଜିଲ୍ଲାର ବିକାଶରେ ଫେଲ ମାରିଛନ୍ତି. ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ଆଇନ ଶୃଙ୍ଖଳା, ଶିଳ୍ପାୟନ, ଶିମିଳିପାଳ ସୁରକ୍ଷା ଆଜି ବିପର୍ଯ୍ୟସ୍ତ ହୋଇପଡିଛି. ଜିଲ୍ଲାର ଲକ୍ଷ ଲକ୍ଷ ଯୁବକ ଯୁବତୀ ଆଜି କାମ ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ପଳାଇ ଯାଉଛନ୍ତି. ସେହିପରି ସରକାରୀ କାର୍ଯ୍ୟଳୟରେ ଲାଞ୍ଚ କାରବାର ବଢିବା ସହିତ, ପଂଚାୟତି ରାଜ ବ୍ୟବସ୍ଥାକୁ ଦୁର୍ବଳ କରି ଗଣତନ୍ତ୍ର କୁ ହତ୍ୟାକରୁଛି ବିଜେପି. କେବଳ ଭାଷଣବାଜି ଏବଂ ରଙ୍ଗ ବଦଳେଇବାରେ ସରକାର ବ୍ୟସ୍ତ. ମାଫିଆ ମାନେ ନେତା ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ରହି ଲଘୁ ଖଣିଜ ଦ୍ରବ୍ୟ ଲୁଟିବାରେ ବ୍ୟସ୍ତ. ଏଣୁ ଆଜିବି ମୟୁରଭଂଜ ବାସୀ ମୌଳିକ ସୁବିଧାରୁ ବଞ୍ଚିତ. ଏହି ପରିପ୍ରେକ୍ଷୀରେ ମୟୁରଭଂଜ ଜିଲ୍ଲା ବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ଅନ୍ଦୋଳନ କରିବ ବୋଲି ଜିଲ୍ଲା ସଭାପତି କହିଛନ୍ତି. ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଇନ୍ଦିରାଗାନ୍ଧୀଙ୍କ ଜୟନ୍ତୀ ଥିବାରୁ ପ୍ରଥମେ କଂଗ୍ରେସ ନେତା ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ. ଏହି କାର୍ଯ୍ୟକ୍ରମରେ ସଭାପତିଙ୍କ ସହିତ ବରିଷ୍ଠ କଂଗ୍ରେସ ନେତା ଚୈତନ୍ୟ ହାଁସଦା, ନାରାୟଣ ପଟ୍ଟନାୟକ, ନଳିନୀ ପଟ୍ଟନାୟକ, ଉତ୍ତମ ବେହେରା, ମୀନକେତନ ବେହେରା, ସତ୍ୟକାମ ରଣା, ସମର ଦାସ, ସେକ ରକିମ, ଅସିତ ଓ ବିକାଶ ମହାଭୋଇ ପ୍ରମୁଖ ଉପସ୍ଥିତ ଥିଲେ.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ