।। ମୟୂରଭଞ୍ଜ ଜିଲ୍ଲାରେ ଆଣ୍ଟି ରାଗିଙ୍ଗ ନିୟମ କଡାକଡି ପାଳନ ପାଇଁ ଜାରି ହେଲା ହେଲ୍ପ ଲାଇନ ନମ୍ବର ।।

Jun 29, 2024 - 17:58
 0  12
।। ମୟୂରଭଞ୍ଜ ଜିଲ୍ଲାରେ ଆଣ୍ଟି ରାଗିଙ୍ଗ ନିୟମ କଡାକଡି ପାଳନ ପାଇଁ ଜାରି ହେଲା ହେଲ୍ପ ଲାଇନ ନମ୍ବର ।।

ବାରିପଦା: 29.06.2024// ଜିଲ୍ଲାରେ ଆଣ୍ଟି -ରାଗିଙ୍ଗ ନିୟମ କଡାକଡି ଏବଂ ରାଗିଙ୍ଗ ଦ୍ୱାରା ଯୁବ ସମାଜର କିଭଳି କ୍ଷତି ହେଉଅଛି ସେ ବିଷୟରେ ପ୍ରାଧ୍ୟାନ୍ୟ ଦେବାପାଇଁ ମୟୂରଭଞ୍ଜ ଜିଲ୍ଲାପାଳ ଏକ ଆଣ୍ଟି-ରାଗିଙ୍ଗ କମିଟି ଗଠନ କରି ଏହାର କାର୍ଯ୍ୟକାରିତା ଦୃଢତାର ସହିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି କମିଟିରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉ ସାହେବ ଶୀନ୍ଦେଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ରେଜଷ୍ଟ୍ରାର, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ପ୍ରତିନିଧି ଆରକ୍ଷୀ ଅଧିକ୍ଷକ ପ୍ରମୁଖ ରହିବେ ବୋଲି ଉଲ୍ଲେଖ କରାଯାଇଛି। ଏହି କମିଟିର ଅଧ୍ୟକ୍ଷ ଭାବେ ଜିଲ୍ଲାପାଳ ଏହା ନିଷ୍ପତ୍ତି ନେଇଛନ୍ତି ଯେ ମହାବିଦ୍ୟାଳୟ ସ୍ତରରେ ଏକ କମିଟି ପ୍ରସ୍ତୁତ ହେବ ଏବଂ ଶିକ୍ଷାନୁଷ୍ଠାନର ପ୍ରଥମ ସତ୍ର ସମ୍ମିଳନୀରେ ଏହି ଆଣ୍ଟି ରାଗିଙ୍ଗ ସମ୍ବନ୍ଧୀୟ ସଚେତନତା ବିଷୟରେ ସମସ୍ତ ଛାତ୍ରଛାତ୍ରୀଙ୍କୁ କୁହାଯିବ। ତଥ୍ୟ ଅନୁସାରେ, ଯଦି କୌଣସି ଶିକ୍ଷାନୁଷ୍ଠାନରେ ରାଗିଙ୍ଗ ଭଳି ଅମାନୁଷିକ କାର୍ଯ୍ୟ ଦେଖା ଗଲା ତେବେ ଜିଲ୍ଲା ହେଲ୍ପ ଲାଇନ ଫୋନ୍ ନମ୍ବର ୦୬୭୯୨-୨୫୨୯୪୧ ରେ ଯୋଗାଯୋଗ କରି ଏହି ବିଷୟରେ ସୂଚନା ପ୍ରଦାନ କରିବେ। ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନେ  ପ୍ରତି ଶିକ୍ଷାବର୍ଷ ଆରମ୍ଭରେ, ନିଜ ନିଜ ଶିକ୍ଷାନୁଷ୍ଠାନରେ ରାଗିଙ୍ଗ ହେଉନାହିଁ ବୋଲି ଏକ ଉପକ୍ରମ ବା ଅଣ୍ଡରଟେକିଙ୍ଗ ପ୍ରଦାନ କରିବେ। ଏଥି ସହିତ, ଜିଲ୍ଲା ଉନ୍ନୟନ ଅଧିକାରୀ ଏହି ଜିଲ୍ଲା ସ୍ତରୀୟ ଆଣ୍ଟି ରାଗିଙ୍ଗ କମିଟିର ନୋଡାଲ ଅଫିସର ହେବେ ବୋଲି ସୂଚନା ପ୍ରଦାନ କରାଯାଇଛି।

ମୟୂରଭଞ୍ଜ ବାରିପଦାରୁ ଗୌର ଦାସଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ