ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ୪ ଦିନ ଧରି ଚିକିତ୍ସା ସେବା ୯୨୨ ରୋଗୀ ପାଇଲେ ସ୍ବାସ୍ଥ୍ୟ ସେବା

Jul 11, 2025 - 19:16
 0  66
ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା  ୪ ଦିନ ଧରି ଚିକିତ୍ସା ସେବା ୯୨୨ ରୋଗୀ ପାଇଲେ ସ୍ବାସ୍ଥ୍ୟ ସେବା

ନବରଙ୍ଗପୁର,( ରଞ୍ଜିତନାୟକ ) ତା: ୧୧.୦୭.୨୦୨୫ ରିଖ: ଓଡ଼ିଶା ସରକାର "ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା " ଦ୍ଵାରା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ବଦ୍ଧ ପରିକର।ମେଡିକାଲ କଲେଜର ଅଭିଜ୍ଞ ଓ ବରିଷ୍ଠ ବିଶେଶଜ୍ଞ ଡାକ୍ତର ଏଥିପାଇଁ ୪ ଦିନିଆ ନବରଙ୍ଗପୁର ଜିଲ୍ଲା କୁ ଗସ୍ତ କରି ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇଛନ୍ତି ! ସ୍ନାୟୁ ରୋଗ, ପେଟ ଓ ଗ୍ୟାସ ଜନିତ ରୋଗ, ମୂତ୍ରାଶୟ ଜନିତ ରୋଗ, ହୃଦରୋଗ , କିଡନୀ ଜନିତ ରୋଗ, ଅନ୍ତସ୍ରାବରେ ପୀଡ଼ିତ ବ୍ୟକ୍ତି ମାନେ ସ୍ବାସ୍ଥ୍ୟ ସେବା ଲାଭ କରିଛନ୍ତି ! ୬ ତାରିଖ ସୁଦ୍ଧା ରୋଗୀ ନିଜର ନାମ ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପଞ୍ଜୀକୃତ କରି ଜିଲ୍ଲା ସଦର ମହକୁମା ଡାକ୍ତରଖାନା ଆସିଥିଲେ ! ସୁବାସ ଚନ୍ଦ୍ର ବୋଷ ମେଡିକାଲ କଲେଜରୁ ସାଧାରଣ ରୋଗ ଓ ଜଟିଳ ରୋଗ ନେଇ ରୋଗୀଙ୍କ ଯାଞ୍ଚ କରି ଥିଲେ ! ସର୍ବମୋଟ ପେଟ ଓ ଗ୍ୟାସ ଜନିତ ରୋଗରେ ୧୯୫ ଜଣ, ହୃଦ୍ ରୋଗରେ ୧୪୭, ମୂତ୍ରାଶୟ ରୋଗୀ ୮୫, ସ୍ନାୟୁ ଜନିତ ରୋଗୀ ୩୪୭, କିଡନୀ ରୋଗରେ ୮୪ ଜଣ, ଅନ୍ତସ୍ରାବ ରୋଗ ରେ ୬୧ ଏଭଳି ମୋଟ ୯୨୨ ରୋଗୀ ସ୍ବାସ୍ଥ୍ୟ ସେବା ପାଇଛନ୍ତି ! ୧୮ ଜଣ ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ମେଡିକାଲ୍ କଲେଜ, ଏମ୍ସ ମେଡ଼ିକାଲ ଏବଂ ଅନ୍ୟ ମେଡ଼ିକାଲ କଲେଜକୁ ରେଫର କରାଯାଇଛି ! ୨ ଜଣଙ୍କର ମୂତ୍ରାଶୟ ରୋଗ ର ଅସ୍ତ୍ରୋପଚାର କରାଯାଇଛି ! ଏହି ଶିବିର ରେ ଇକୋ ୪୭, ଏଣ୍ଡୋସ୍କୋପି ୧୪, ଏକ୍ସରେ ୭୧, ଲାବ ଟେଷ୍ଟ ୧୬୫, ଇ ସି ଜି ୯୨ ଜଣଙ୍କର ପରୀକ୍ଷା ହୋଇଥିଲା ! ଏହି ପରିପେକ୍ଷି ରେ ସୁବାସ ଚନ୍ଦ୍ର ବୋଷ ମେଡିକାଲ କଲେଜ ରୁ ସ୍ନାୟୁ ବିଭାଗ ଡାକ୍ତର ନିହାର ରଞ୍ଜନ ବିଶ୍ଵାଳ, ମୂତ୍ରାଶୟ ବିଭାଗ ଡାକ୍ତର ସବ୍ୟସାଚୀ ପଣ୍ଡା, କିଡନୀ ଜନିତ ବିଭାଗ ଡାକ୍ତର ଅରୁଣା ଆଚାର୍ଯ୍ୟ, ହୃଦରୋଗ ବିଭାଗ ଡାକ୍ତର ଯଶୋବନ୍ତ ବେହେରା, ପେଟ ଓ ଗ୍ୟାସ ଜନିତ ବିଭାଗ, ସବ୍ୟସାଚୀ ପଣ୍ଡା, ଯଶବନ୍ତ ବେହେରା, ପେଟ ଓ ଗ୍ୟାସ ଜନିତ ଡାକ୍ତର ସମୀର କୁମାର ହୋତା, ସ୍ନାୟୁ ବିଭାଗ ଡାକ୍ତର ନିହାର ରଞ୍ଜନ ବିଶ୍ଵାଳ, ଅନ୍ତସ୍ରାବ ବିଭାଗ ଡାକ୍ତର ଦେବାର୍ଚନ ଜେନା ପ୍ରମୁଖ ବିଶେଷଜ୍ଞ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଅନୁଷ୍ଠିତ ମୁଖ୍ୟ ମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଶିବିର ରେ ରୋଗୀମାନଙ୍କୁ ଚିକିତ୍ସା ,ପରାମର୍ଶ ପ୍ରଦାନ କରିଛନ୍ତି ! ରୋଗୀମାନଙ୍କୁ ସ୍ବାସ୍ଥ୍ୟ ସେବା ଜନିତ ପରାମର୍ଶ ଓ ମାଗଣା ଔଷଧ ପ୍ରଦାନ କରାଯାଇଥିଲା ! ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପଣ୍ଡାଙ୍କ ନେତୃତ୍ଵ ରେ ସ୍ଵାସ୍ଥ୍ୟ ବିଭାଗ ର ଡାକ୍ତର, ଫାର୍ମାସୀ, ନର୍ସ ଓ ସ୍ଵାସ୍ଥ୍ୟ କର୍ମଚାରୀ ସହଯୋଗ କରିଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ