।। ମା ମାର୍କମା ମହାବିଧ୍ୟାଳୟର ରାଜନୀତି ବିଭାଗର ଅଲୋଚନା ଚକ୍ର ।।

ରାୟଗଡ଼ା ଜିଲ୍ଲା ବିଷମ କଟକ ସ୍ଥାନୀୟ ମା ମାର୍କମା +3 ମହାବିଧ୍ୟାଳୟର ରାଜନୀତି ବିଭାଗ ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଟିତ ହଇଯାଇଛି | ଏହି ଆଲୋଚନା ଚକ୍ର ର ବିଷୟ-ଗଣତନ୍ତ୍ର ଉତ୍ପତି ର ଈତିହାସ-ଉପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଡାଃ କୃଷ୍ଣ ଚିଚୁଆନ ବିସ୍ତୃତଭାବେ ଆଲୋକପାତ କରିଥିଲେ | ଏହି ଆଲୋଚନାଚକ୍ରକୁ ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ଅଶ୍ଵିନୀ କୁମାର ପଣ୍ଡା ଉଦ୍ଘାଟନ କରିଥିଲେ| ମହାବିଦ୍ୟାଳୟର ରାଜନୀତି ବିଭାଗର ଅଧ୍ୟାପକ ଶ୍ରୀ ନିରଞ୍ଜନ ପାଢୀ, ବିଷୟବସ୍ତୁ ଉପରେ ସମୀକ୍ଷକ ଭାବରେ ଉଦ୍ଦବୋଧନ ଦେଇଥିଲେ| ଏହି ଆଲୋଚନଚକ୍ରରେ ମହାବିଦ୍ୟାଳୟର ରାଜନୀତି ବିଭାଗର ସମସ୍ତ ଛାତ୍ର-ଛାତ୍ରୀ ଏବଂ ଅଧ୍ୟାପକ ଶ୍ରୀ ସଞ୍ଜୟ କୁମାର ତ୍ରିପାଠୀ,ବୃନ୍ଦାବନ ସାହୁ ସମସ୍ତ ଅଧ୍ୟାପିକା ଓ ଅଧ୍ୟାପକ ମାନେ ଅଂଶଗ୍ରହଣ କରିଥିଲେ | ଶେଷରେ ଅଧ୍ୟାପକ ନିରଞ୍ଜନ ପାଢୀ ଧନ୍ୟବାଦ ଅର୍ପଣକରିଥିଲେ |
ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






