ମାଲକାନଗିରିରେ ତିନି ଦିନିଆ ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ-୨୦୨୬ ଶୁଭାରମ୍ଭ

Mar 18, 2026 - 20:58
 0  8
ମାଲକାନଗିରିରେ ତିନି ଦିନିଆ ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ-୨୦୨୬ ଶୁଭାରମ୍ଭ

ମାଲକାନଗିରି, ୧୮/୩/୨୬: ମାଲକାନଗିରି ଜିଲ୍ଲାର କୁନି କ୍ରୀଡ଼ାବିତ୍‌ମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଜିଲ୍ଲା କ୍ରୀଡ଼ା ଵିଭାଗ ପକ୍ଷରୁ ୧୪ ବର୍ଷରୁ କମ୍ ବୟସ୍କ ବାଳକ ଓ ବାଳିକାମାନଙ୍କ ପାଇଁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ-୨୦୨୬ ଆରମ୍ଭ ହୋଇଛି। ଆଜିଠାରୁ ଜିଲ୍ଲାର ତିନୋଟି ପ୍ରମୁଖ ସ୍ଥାନରେ ଏହି ଚୟନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଖେଳାଳିମାନଙ୍କୁ ସୁବିଧା ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିତ୍ରକୋଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ଗୋବିନ୍ଦପାଲ୍ଲୀ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ (ମାଥିଲି ଓ ଖଇରପୁଟ ବ୍ଲକ ପାଇଁ), ମାଲକାନଗିରି ଜିଲ୍ଲା କ୍ରୀଡ଼ା କମ୍ପ୍ଲେକ୍ସ (ମାଲକାନଗିରି, କୋରୁକୋଣ୍ଡା, କାଲିମେଳା ଓ ପୋଡ଼ିଆ ବ୍ଲକ ପାଇଁ) ଠାରେ ଶିବିର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ମୋଟ ୫୮୯ ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି। ଆଜି ପ୍ରଥମ ଦିନରେ ୮ ଜଣ ନୂତନ ପ୍ରତିଭା ସିଧାସଳଖ ପଞ୍ଜିକରଣ କରି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ।ପ୍ରଥମ ଦିନ ଅର୍ଥାତ୍ ୧୮ ମାର୍ଚ୍ଚ ରେ ଆଥଲେଟିକ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୨୩୧ ଜଣ ଖେଳାଳି ସାମିଲ ହୋଇଥିଲେ ।ଆସନ୍ତା ୨୨ ମାର୍ଚ୍ଚ ରେ ଖୋ-ଖୋ ପ୍ରତିଯୋଗିତା ପାଇଁ ୨୮୪ ଜଣ ଖେଳାଳି ପଞ୍ଜିକୃତ ହୋଇଛନ୍ତି । ଆସନ୍ତା ୨୫ ମାର୍ଚ୍ଚ ରେ ଭଲିବଲ୍ ଚୟନ ପ୍ରକ୍ରିୟାରେ ୭୪ ଜଣ ଖେଳାଳି ଭାଗ ନେବେ।ଜିଲ୍ଲାର ଏହି କୁନି ପ୍ରତିଭାମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ଆଗାମୀ ଦିନରେ ସେମାନଙ୍କୁ ରାଜ୍ୟ ଓ ଜାତୀୟ ସ୍ତର ପାଇଁ ପ୍ରସ୍ତୁତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ୍ ସୂଚନା ଦେଇଛନ୍ତି। ଏହାକୁ ଆୟୋଜନ କରିବାରେ କ୍ରୀଡ଼ା ଵିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ