ମାନବିକତାର ପରିଚୟ ଦେଲେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ:ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସାଳୟ ପଠାଇଲେ
ନୂଆପଡ଼ା : ୧୦/୦୯: ମାନବିକତା ଓ ଜନସେବାର ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛନ୍ତି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ। ଆଜି ଜିଲ୍ଲା ଅଦାଲତ ନିକଟରେ ଜଣେ ଯୁବକ ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡ଼ିଥିବା ଦେଖି ଜିଲ୍ଲାପାଳ ତତ୍କ୍ଷଣାତ୍ ନିଜ ଗାଡ଼ି ଅଟକାଇଥିଲେ। ସେ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କ ଅବସ୍ଥା ବୁଝିବା ସହ ତାଙ୍କୁ ତୁରନ୍ତ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟକୁ ପଠାଇବାର ବ୍ୟବସ୍ଥା କରିଥିଲେ। ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (CDMO)ଙ୍କ ସହ ଫୋନ୍ ଯୋଗେ ଆଲୋଚନା କରି ଆହତ ଯୁବକଙ୍କୁ ତୁରନ୍ତ ଆବଶ୍ୟକ ଚିକିତ୍ସା ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ପରିବାରବର୍ଗଙ୍କୁ ମଧ୍ୟ ସୂଚନା ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଏହି ପଦକ୍ଷେପ ଓ ମାନବିକ ଆଭିମୁଖ୍ୟ ସାଧାରଣରେ ପ୍ରଶଂସା ପାଇଛି। ଜଣେ ପ୍ରଶାସନିକ ଅଧିକାରୀ ଭାବେ ନିଜ କର୍ତ୍ତବ୍ୟ ସହିତ ମାନବିକତାକୁ ସର୍ବାଗ୍ରେ ରଖି ଜିଲ୍ଲାପାଳଙ୍କ ଏହି ପଦକ୍ଷେପ ବିଭିନ୍ନ ମହଲରୁ ପ୍ରଶଂସା ଲାଭ କରିଛି।। ନୂଆପଡ଼ାରୁ ବିଶ୍ୱନାଥ ସାମଲ
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0