ମାଥିଲି ବନ ବିଭାଗ ଦ୍ୱାରା ପିକନିକ ସ୍ପଟ ଗୁଡ଼ିକରେ ପ୍ଲାଷ୍ଟିକ୍ ନିଷେଧ ଅଭିଯାନ
ମାଲକାନଗିରି ୨୬/୧୨ ପର୍ଯ୍ୟାଟନ କ୍ଷେତ୍ର ଓ ବଣ ଭୋଜି ଅଞ୍ଚଳରେ ପ୍ଲାଷ୍ଟିକ୍ ପ୍ରଦୂଷଣର ମୁକାବିଲା ପାଇଁ ସାମାଜିକ ଚେତନ ପାଇଁ ମାଥିଲି ବନ ବିଭାଗ ତରଫରୁ ସଚେତନା କାର୍ଯ୍ୟକ୍ରମ କରାଯାଇଛି । ଆଜି ମାଥିଲି ରେଞ୍ଜ ଅଧିକାରୀ ଶ୍ରୀ ବାସୁଦେବ ନାୟକଙ୍କ ନେତୃତ୍ୱରେ ବଣ୍ଡା ଘାଟି ନିକଟସ୍ଥ ସୀତା କୁଣ୍ଡ ପର୍ଯ୍ୟଟନ ସ୍ଥଳ ଓ ସପ୍ତଧାରା ପିକନିକ୍ ସ୍ପଟ୍ ରେ "ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ" ସଚେତନତା ରାଲି ଏବଂ ସ୍ଵଚ୍ଛ ଭାରତ ସଫେଇ ଅଭିଯାନ ଆରମ୍ଭ ହୋଇଥିଲା, ଯାହାର ଲକ୍ଷ୍ୟ ଥିଲା ଅଣ-ଜୈବ ଅପଚୟଯୋଗ୍ୟ ଅଳିଆ ଦ୍ୱାରା ହେଉଥିବା ଗମ୍ଭୀର ପରିବେଶଗତ କ୍ଷତିକୁ ସୁଚେଇବା । ସହଯୋଗୀ ସ୍ୱେଚ୍ଛାସେବା ଅନୁଷ୍ଠାନ କର୍ମୀ ସୂଚାଇଥିଲେ ଯେ ପ୍ଲାଷ୍ଟିକ୍ ଶହ ଶହ ବର୍ଷ ଧରି ପରିବେଶରେ ରହିପାରେ, ବନ୍ୟପ୍ରାଣୀଙ୍କୁ କ୍ଷତି ପହଞ୍ଚାଇପାରେ ଏବଂ ଆମର ଜଳ ଏବଂ ମାଟିକୁ ପ୍ରଦୂଷିତ କରିପାରେ। ପରିବର୍ତ୍ତନ, ସଚେତନ ଲୋକମାନେ ପ୍ଲାଷ୍ଟିକ୍ ବ୍ୟାଗ ବ୍ୟବହାର କରିବା ପରିବର୍ତ୍ତେ ପୁନଃ ବ୍ୟବହାର ଯୋଗ୍ୟ କପଡ଼ା ବ୍ୟାଗ କିମ୍ବା ପୁନଃ ବ୍ୟବହାରଯୋଗ୍ୟ ପାଣି ବୋତଲ ବ୍ୟବହାର ପାଇଁ ସଚେତନ କରିଥିଲେ । ଏହା ଭବିଷ୍ୟତ ପିଢ଼ି ପାଇଁ ପରିବେଶ ସୁରକ୍ଷା ଦେବା ପାଇଁ ବୁଝାଇଥିଲେ । ଆମର ବାର୍ତ୍ତା ସରଳ ଓ ପରିବେଶ ପ୍ରେମୀ ହୁଅ, ପ୍ଲାଷ୍ଟିକ୍ ପ୍ରତ୍ୟାଖ୍ୟାନ କର!'"ଏହି ଅଭିଯାନ ବାସିନ୍ଦାଙ୍କୁ ପ୍ଲାଷ୍ଟିକ୍ ମୁକ୍ତ ଜୀବନଶୈଳୀ ପ୍ରତି ବ୍ୟକ୍ତିଗତ ପ୍ରତିବଦ୍ଧତା କରିବାକୁ ଉତ୍ସାହିତ କରିଥିଲେ l ବନପାଳ,ବନରକ୍ଷୀ, ସ୍ରୁଷ୍ଟି ଏନଜିଓ ଦଳର ସଦସ୍ୟମାନେ ନିକଟସ୍ଥ ଗ୍ରାମ ବାସୀ ଓ ଭି ଏସ ଏସ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହାୟତା କରିଥିଲେ । ଆଗାମୀ ଦିନରେ ଆମକୁଣ୍ଡ, ଗୁମ୍ମା ଝରନ, ଏକାଗୁଡ଼ି ପିକନିକ ସ୍ପଟ୍ ଗୁଡିକରେ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ ସୂଚନା ଦେଇଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0