।। ମାଠିଆପଦର ଗାଁ କୁ ସମ୍ପୂଣ୍ଣ ବୁଡି ଅଂଚଳ ଘୋଷଣା ପାଇଁ ଜ଼ିଲ୍ଲାପାଳଙ୍କ ଠାରେ ଦାବିକଲା ଗରିବ ସେନା ।।

Jun 8, 2023 - 19:19
 0  30
।। ମାଠିଆପଦର ଗାଁ କୁ ସମ୍ପୂଣ୍ଣ ବୁଡି ଅଂଚଳ ଘୋଷଣା ପାଇଁ ଜ଼ିଲ୍ଲାପାଳଙ୍କ ଠାରେ ଦାବିକଲା ଗରିବ ସେନା ।।

ନୂଆପଡା ଜ଼ିଲ୍ଲା ଖଡ଼ିଆଳ ଓ କୋମନା ବ୍ଲକ ମଝିରେ ନିର୍ମାଣ ହୋଇଛି ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ 2002 ମସିହାରେ ସରକlରଙ୍କ ଦ୍ୱାରl ଏହି ପକଳ୍ପ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ହୋଇଥିଲା l ଏଥିରେ ବହୁ ଗାଁ ବିସ୍ଥାପିତ ହୋଇଥିଲା ସେଥିମଧ୍ୟରୁ ମାଠିଆପଦର ଗାଁ ମଧ୍ୟ ସାମିଲ ଥିଲା l ଗାଁର ବହୁ ଲୋକମାନେ ନିଜ ଭିଟା ମାଠି ହରାଇବା ସହ ଦୁଃଖ କଷ୍ଟରେ ଜୀବନ ବିତାଇଥିଲେ ଗ୍ରାମବାସୀଙ୍କ ଦୁଃଖ ବର୍ତମାନ ବି ଦୂର ହୋଇନି l ଏବେ ତିଖାଳି ପ୍ରକଳ୍ପ ଏଫଆରଏଲ ଖୁଣ୍ଟ ଗାଁକୁ ଲାଗିକି ଦିଆଯାଇଛି ବର୍ଷାରେ ପ୍ରକଳ୍ପ ପାଣି ଗାଁରେ ପଶୁଥିବାରୁ ଗାଁ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି l ପାଣି ଘେରରେ ରହୁଥିବାରୁ ଗାଁ ଲୋକେ ଧୀରେ ଧୀରେ ଗାଁ ଛାଡିବାକୁ ବାଧ୍ୟ ହେଉଛନ୍ତି ବାରମ୍ବାର ସମସ୍ୟା ନେଇ ପ୍ରଶାସନ ତଥା ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଅଧ୍ୟ କେହି କର୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି l ଏଣୁ ମାଠିଆପଦରକୁ ସମ୍ପୂର୍ଣ ଭାବେ ବୁଡି ଅଂଚଳ ଘୋଷଣା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି l ଗ୍ରାମର ଶତାଧିକ ଯୁବକ ନୂଆପଡା ଗରିବ ସେନା ସଭାପତି ରବି ମଙ୍ଗରାଜ ସହାୟତାରେ ଜ଼ିଲ୍ଲାପାଳ ଅଫିସକୁ ଯାଇ ଅତିରିକ୍ତ ଜ଼ିଲ୍ଲାପାଳଂକୁ ଦାବିପତ୍ର ପ୍ରଦାନ କରିଛନ୍ତି l ଗାଁ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି l ଦାବିପତ୍ର ପ୍ରଦlନ ସମୟରେ ଗ୍ରାମ କମିଟି ସଭାପତି ସୁବାସ କଟା, ଉପସଭାପତି ଗଦାଧର ସାଗରୀଆ, ସମ୍ପାଦକ ସାଗର କରୁଆଁ, ସହସଂପାଦକ ସନ୍ତୋଷ ବନଛୋର, ସଭ୍ୟ ସସିକପୁର ବନଛୋର କୈଳାସ କଟା, ସୁନ୍ଦର ଚି଼ନ୍ଦl ଓ ଅନ୍ୟାନ୍ୟ ମାନେ ଉପସ୍ଥିତ ଥିଲେ l

 ନୂଆପଡାରୁ ବିରବଲ ପ୍ରଧାନ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ