।। ଭିଜିଲାନ୍ସ ଜାଲରେ କୁଜଙ୍ଗ ଥାନା ଏସ ଆଇ ।।(ମାମଲାକୁ ରଫାଦଫା କରିବା ପାଇଁ ମୋଟା ଅଙ୍କର ଟଙ୍କା ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ କୁଜଙ୍ଗ ଥାନା ଏସ୍ଆଇ।)

Jul 5, 2024 - 21:25
 0  12
।। ଭିଜିଲାନ୍ସ ଜାଲରେ କୁଜଙ୍ଗ ଥାନା ଏସ ଆଇ ।।(ମାମଲାକୁ ରଫାଦଫା କରିବା ପାଇଁ ମୋଟା ଅଙ୍କର ଟଙ୍କା ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ କୁଜଙ୍ଗ ଥାନା ଏସ୍ଆଇ।)

ପୋଲିସ ଖାକିରେ ଲାଗିଲା କଳଙ୍କର ଦାଗ।ମାମଲାକୁ ରଫାଦଫା କରିବା ପାଇଁ ମୋଟା ଅଙ୍କର ଟଙ୍କା ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ପୋଲିସ୍ ବର୍ଦ୍ଧିର ଖଳ ନାୟକ ଏସ୍ଆଇ ବିବେକାନନ୍ଦ ସାହୁ।ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନାର ଜଣେ କାର୍ଯ୍ୟରତ ଏସ୍ଆଇ ବିବେକା ନନ୍ଦ ସାହୁ ଗତକାଲି ମୋଟା ଅଙ୍କର ଲାଞ୍ଚ ନେଇ ଭିଜଲାନ୍ସ ହାତରେ ଧରାପଡିଛନ୍ତି।ତେବେ କୁଜଙ୍ଗ ଥାନା ଅନ୍ତର୍ଗତ ବାଗୋଇ ଗ୍ରାମର ସରୋଜ କୁମାର ସାହୁଙ୍କ ଏକ ମାମଲାକୁ ରଫା ଦଫା କରିବା ପାଇଁ ଏସ୍ଆଇ ବିବେକାନନ୍ଦ ସାହୁ ୮ ହଜାର ଟଙ୍କା ଲାଞ୍ଚ ସରୋଜ କୁମାର ସାହୁଙ୍କୁ ମାଗିଥିଲେ।ମାତ୍ର ସରୋଜ କୁଜଙ୍ଗ ଥାନା ପରିସରରେ ଏସ୍ଆଇ ଶ୍ରୀ ସାହୁଙ୍କୁ ୮ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଟଙ୍କା ନେଇ ଏସ୍ଆଇ ବିବେକାନନ୍ଦ ସାହୁ ନିଜ ଗାଡ଼ିରେ ଜଗତସିଂହପୁର ଅଭିମୁଖେ ବାହାରି ଯାଉଥିବା ବେଳେ ପୁର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ୍ ଫଲୋକରି ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଗିରଫ କରିଛି ଜଗତସିଂହପୁର ଭିଜିଲାନ୍ସ ଟିମ୍। Byte:1-ସରୋଜ କୁମାର ସାହୁ।(ବଗୋଇ ବାସୀ)

ଜଗତସିଂହପୁର ରୁ ବ୍ୟୁରୋ ଚିପ ସତ୍ୟଜିତ ଙ୍କ ରିପୋର୍ଟ୍ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ