ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀଙ୍କ ପି.ଏମ୍.କିଶାନ ସମ୍ମାନ ନିଧି ଯୋଜନାର ୨୨ତମ କିସ୍ତି ପ୍ରଦାନ ର ସିଧାପ୍ରସାରଣ

Mar 15, 2026 - 16:09
 0  6
ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀଙ୍କ ପି.ଏମ୍.କିଶାନ ସମ୍ମାନ ନିଧି ଯୋଜନାର ୨୨ତମ କିସ୍ତି ପ୍ରଦାନ ର ସିଧାପ୍ରସାରଣ

ତା-୧୩-୦୩-୨୦୨୬ ରିଖ କୁଳିଅଣା ବ୍ଲକ ଅଧିନ ରେ ଥିବା ଆନିଆପାଳ ଗ୍ରାମ ଠାରେ ନିୟନ୍ତ୍ରିତ ବଜାର କମିଟି (ଆର୍.ଏମ.ସି.) ବାରିପଦା ତରଫରୁ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ର ପି.ଏମ୍.କିଶାନ ସମ୍ମାନ ନିଧି ଯୋଜନାର ୨୨ତମ କିସ୍ତି ପ୍ରଦାନ ର ସିଧାପ୍ରସାରଣ ଉପଜିଲ୍ଲାପାଳ, ବାରିପଦା -ତଥା-ଅଧ୍ୟକ୍ଷ, ନିୟନ୍ତ୍ରିତ ବଜାର କମିଟି, ବାରିପଦା ଙ୍କ ନିର୍ଦ୍ଦେଶ କ୍ରମେ ନିୟନ୍ତ୍ରିତ ବଜାର କମିଟି, ବାରିପଦା ର ସମ୍ପାଦକ ଶ୍ରୀ ବିଜୟ କୁମାର ହେମ୍ବ୍ରମ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟବସ୍ଥା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଆନିଆପାଳ ତଥା ପାଖାପାଖି ଗ୍ରାମ ର ପ୍ରାୟ ୨୦୦ରୁ ଅଧିକ ଚାଷୀ ଭାଇ ଓ ଭଉଣୀମାନେ ଦେଖିବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ । ଏଠାରେ ପ୍ରକାଶ ଥାଉକି, ଆନିଆପାଳ ଓ ତାର ପାଖାପାଖି ଗ୍ରାମ ସାଧାରଣତଃ ଚାଷୀ ପ୍ରବଣ ଅଞ୍ଚଳ ଏବଂ ବହୁଳ ପରିମାଣରେ ଧାନ ସହିତ ପନିପରିବା ଓ ମକା ଚାଷ କରି ଚାଷୀ ମାନେ ଲାଭାନ୍ୱିତ ହେଉଛନ୍ତି । ତେଣୁ ଏହି ଭଳି ଏକ ଜାତୀୟ କାର୍ଯ୍ୟକ୍ରମ ର ପ୍ରସାରଣ କୁ ସେହି ଗ୍ରାମରେ କରିଥିବା ରୁ ଗ୍ରାମ ର ଚାଷୀକୁଳ ନିୟନ୍ତ୍ରିତ ବଜାର କମିଟି, ବାରିପଦା ର ପ୍ରୟାସ କୁ ଭୂୟସୀ ପ୍ରଂଶସା କରିଥିଲେ ଏବଂ ଭବିଷ୍ୟତରେ ମଧ୍ୟ ଏହି ଭଳି କାର୍ଯ୍ୟକ୍ରମ କରି ଚାଷୀ ଙ୍କୁ ସଚେତନ କରାଇବା ପାଇଁ ନିୟନ୍ତ୍ରିତ ବଜାର କମିଟି, ବାରିପଦା ର ଅଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ। ଉକ୍ତ ସିଧାପ୍ରସାରଣ କାଯ୍ୟକ୍ରମ କୁ ନିୟନ୍ତ୍ରିତ ବଜାର କମିଟି , ବାରିପଦା ର ସମ୍ପାଦକ ଏବଂ କର୍ମଚାରୀ ମାନଙ୍କ ମିଳିତ ସହଯୋଗରେ ସମ୍ପାଦନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଆନିଆପାଳ ର ଚାଷୀ ତଥା ଶ୍ରୀ ଜୟଦେବ ବେହେରା, ଶ୍ରୀ ନରହରି ବେହେରା ଙ୍କ ସହଯୋଗ ପ୍ରଶଂସନୀୟ ଥିଲା ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ