ପ୍ରଧାନ ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା

Jul 31, 2026 - 17:55
 0  21
ପ୍ରଧାନ ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା

କିର୍ମିରା ୩୧।୭(ଫାଷ୍ଟ ନିଉଜ ଓଡ଼ିଶା) କିର୍ମିରା ବ୍ଳକ ଅନ୍ତର୍ଗତ ବନ୍ଧପାଲି ଅଞ୍ଚାୟତ ଠାକୁରପଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ନାୟକ,ସାରସମାଲ ସ୍କୁଲର ଶିକ୍ଷୟତ୍ରୀ ବୀଣାପାଣି ଜେନା, ଚନ୍ଦ୍ରପୁର ସ୍କୁଲର ଶିକ୍ଷକ କିଶୋର ପରୁଆ ପ୍ରମୁଖଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ଶିକ୍ଷକ ସୁନୀଲ କୁମାର ବାଦିଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ହିରଣ୍ୟ ରୋହିଦାସ ମୁଖ୍ୟଅତିଥି ଯୋଗଦେଇ ଥିବାବେଳେ ଅବସର ଶିକ୍ଷା ଅଧିକାରୀ ଅଶୋକ କୁମାର ପଟେଲ,ଜିଲା ଶିକ୍ଷକ ସଂଘ ସଭାପତି ପ୍ରମୋଦ ନାଏକ, ବ୍ଲକ ଶିକ୍ଷକ ସଂଘ ସମ୍ବାଦକ ବୈକୁଣ୍ଠ ନାଏକ, ସ୍କୁଲ କମିଟୀ ସଭାପତି ସୀତା ପ୍ରଧାନ, ଅବସର ଶିକ୍ଷକ ଗିରିଧାରୀ ପଟେଲ, ମିତ୍ରଭାନୁ ନାଏକ, ସିଆରସିସି ସୁଜେଶ ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୁଷ୍ପଗୁଚ୍ଛ,ଉପଢୈକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଦୀର୍ଘ ଜୀବନ କାମନା କରିଥିଲେ। ଅବସର ଶିକ୍ଷୟତ୍ରୀ ଭାରତୀ ପଟେଲ,ବିଲାସିନୀ ଦଣ୍ଡପାଦକ ତାଙ୍କ ସହିତ ବିତାଇଥିବା ଅନୁଭୂତି ବର୍ଣ୍ଣନା କରିଥିଲେ। ଶିକ୍ଷା ବିଭାଗ କର୍ମଚାରୀ ଦିଲିପ ମେହେର,ଶିକ୍ଷକ ତେଜରାଜ କଉଡ଼ି, ଜୁବରାଜ ତିହିରିଆ ସହ ଯୋଗ କରିଥିଲେ। ସ୍କୁଲ ଶିକ୍ଷକ ସରୋଜ ପରୁଆ ଅନ୍ୟବାଦ ଦେଇଥିଲେ।

 *କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା*

What's Your Reaction?

Like Like 3
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ