।। ଭାଜପା ଯୁବ ମୋର୍ଚ୍ଚା ପାଳିଲା କଳା ଦିବସ ।।

Jun 25, 2024 - 17:23
 0  13
।। ଭାଜପା ଯୁବ ମୋର୍ଚ୍ଚା ପାଳିଲା କଳା ଦିବସ ।।

୧୯୭୫ ମସିହା ଆଜି ଦିନରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଥିଲା। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କଳା ଦିବସ ପାଳନ କରା ଯାଇଛି। ଅତୀତରେ ଦେଶରେ କଂଗ୍ରେସ ଶାସନ କରୁଥିଲା ୧୯୭୧ ରେ ପାକିସ୍ଥାନକୁ ଯୁଦ୍ଧରେ ହରାଇ ଇନ୍ଦିରା ଗାନ୍ଧୀ ସେ ଦେଶକୁ ୨ ଭାଗ କରି ଦେଇଥିଲେ ବଙ୍ଗଳାଦେଶ ସୃଷ୍ଟି ହେଲା। କେହି କେହି ଇନ୍ଦିରାଙ୍କୁ ଦେବୀ କହିଲା ବେଳେ ଇନ୍ଦିରାଙ୍କୁ ଇଣ୍ଡିଆ କହିଲେ। ଏଇଭଳି ପରିସ୍ଥିତିରେ ଇନ୍ଦିରା ଶକ୍ତିଶାଳୀ ହେଲେ ବିରୋଧୀ ପ୍ରମାଦ ଗଣିଲେ। କଂଗ୍ରେସ ଦଳର ଶକ୍ତିଶାଳୀ ଗୋଷ୍ଠୀ ଇନ୍ଦିରାଙ୍କୁ ବିରୋଧ କରୁଥିଲା। ଅତୀତରେ ଇନ୍ଦିରା ନିଜ ଦଳରୁ ବିରୋଧ ସମ୍ମୁଖୀନ ହୋଇ ସ୍ଵାଧୀନ ଭାବେ ଭି ଭି ଗିରିଙ୍କୁ ଠିଆ କରେଇ ରାଷ୍ଟ୍ରପତି ଭାବେ ଜିତେଇ ଥିଲେ। ବିରୋଧୀ ଦଳ ସେତେବେଳେ ଜନତା ପାର୍ଟି,କମ୍ୟୁନିଷ୍ଟ, ସୋଶିଆଲିଷ୍ଟ, ଜନ ସଂଘ ଆଦି ଦଳରେ ବିଭକ୍ତ ଥାଇ କମଜୋର ଥିଲେ। ପାକିସ୍ଥାନ ସହ ଯୁଦ୍ଧ ପରେ ଦେଶର ଆର୍ଥିକ ସ୍ଥିତି ଭଲ ନଥିଲା ବେକାରୀ ସମସ୍ୟା ବଢ଼ି ଥିବାରୁ ଜନ ରୋଷ ସୃଷ୍ଟି ହୋଇଥିଲା। ଏହି ସବୁ ପରିସ୍ଥିତିରେ ବିଶିଷ୍ଟ ସମାଜବାଦୀ ନେତା ଜୟ ପ୍ରକାଶ ନାରାୟଣ ବିଦ୍ରୋହର ନେତୃତ୍ୱ ନେଇ ଭାରତୀୟ ଜନଗଣଙ୍କୁ ସମ୍ପୂର୍ଣ୍ଣ କ୍ରାନ୍ତିର ଆହ୍ବାନ ଦେଇଥିଲେ। ଶେଷରେ ପରିସ୍ଥିତି ଦେଖି ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ଫକିରୁଦ୍ଦିନ୍ ଅଲ୍ଲୀ ଅହମ୍ମଦ ଦେଶରେ ଜରୁରୀକାଳୀନ ଶାସନ ଜାରି କରିଥିଲେ। ବିହାର ପାଟଣାର ଗାନ୍ଧୀ ମଇଦାନରେ ଲୋକନାୟକ ଜୟ ପ୍ରକାଶ ନାରାୟଣ ସମ୍ପୂର୍ଣ୍ଣ କ୍ରାନ୍ତିର ଆହ୍ବାନ ଦେଇଥିଲେ। ତାଙ୍କର ହଜାର ହଜାର ଅନୁଗାମୀ ଦେଶ ସାରା ରାସ୍ତାକୁ ଆସିଗଲେ ତେଣୁ ମିଶା ଆଇନ୍ ବଳରେ ଅଧିକାଂଶ ବିରୋଧ ଦଳ ନେତାଙ୍କୁ ଜେଲ୍ ଭିତରେ ପୁରେଇ ୨୧ ମାସ ଧରି ରଖା ଗଲା। ଏହି ଝଟକା ପରେ ବିରୋଧ ଦଳ ମାନଙ୍କ ଚେତା ପଶିଲା ସେମାନେ ଜୟ ପ୍ରକାଶ ନାରାୟଣଙ୍କ ପରାମର୍ଶରେ ଜନତା ପାର୍ଟି ଗଠନ କରି ପୁଣି ନିର୍ବାଚନ ଲଢି କଂଗ୍ରେସକୁ ପ୍ରଥମ ଥର ଲାଗି ସରକାରରୁ ଦିଲ୍ଲୀରେ ପଦଚ୍ୟୁତ କରିଥିଲେ। ମୋରାରଜୀ ଦେଶାଇ ପ୍ରଧାନମନ୍ତ୍ରୀ ହେଲେ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନ ବିଜୟକୁ ଆହ୍ଲାବାଦ ହାଇକୋର୍ଟ ଅସିଦ୍ଧ ଘୋଷଣା କରି ରାଜ ନାରାୟଣଙ୍କୁ ବିଜୟୀ ଘୋଷଣା କଲେ। ସଂସଦ ସେତେବେଳେ ଇନ୍ଦିରାଙ୍କୁ ଜରୁରୀକାଳୀନ ପରିସ୍ଥିତି ଜାରି ଲାଗି ଦାୟୀ କରି ଜେଲ ଦଣ୍ଡ ଦେଲା। ତେବେ ଜେଲ୍ ଯିବା ପରେ ବିରୋଧୀ ମେଣ୍ଟ ଭାଙ୍ଗିଲା ଲୋକେ ଜରୁରୀକାଳୀନ ପରିସ୍ଥିତିକୁ ଭୁଲି ପୁଣି ବିରୋଧୀ ଦଳକୁ ଗାଦିରୁ ହଟାଇ କଂଗ୍ରେସକୁ ଜିତାଇ ଆଣିଲେ। ଏହି ଘଟଣାକୁ ସ୍ମରଣ କରି କଂଗ୍ରେସ କିପରି ଗଣତନ୍ତ୍ରକୁ ହତ୍ୟା କରିଥିଲା କହି ଏବର ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ କଳା ଦିବସ ପାଳନ କରା ଯାଉଛି। ଜନସଂଘ ପରେ ୧୯୮୦ରେ ଭାରତୀୟ ଜନତା ପାର୍ଟି ରୂପରେ ପରିବର୍ତ୍ତିତ ହୋଇଥିଲା। ଜନସଂଘ ନେତାମାନେ ଜେଲ୍ ଯାଇଥିଲେ ତେଣୁ ବିଜେପି ଯୁବ ମୋର୍ଚ୍ଚା ଆଜି ପ୍ରତିବାଦ କରି ନିଜ କର୍ମୀ ଓ ଦେଶବାସୀଙ୍କୁ ଏକଥା ସ୍ମରଣ କରାଇ ଦେଇଛି। ଆଜି ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ବିଜେପି ଯୁବମୋର୍ଚ୍ଚାର ବିଭିନ୍ନ ପଦାଧିକାରୀ ତଥା କର୍ମୀ ଯୋଗ ଦେଇଥିଲେ। ଦଳୀୟ ନେତାମାନେ ଉଦବୋଧନ ଦେଇ କଂଗ୍ରେସର ତୀବ୍ର ନିନ୍ଦା କରିଥିଲେ। ତେବେ ଏପରି ପ୍ରତିବାଦ ସଭା ଆୟୋଜନ ଅତୀତର ଇତିହାସକୁ ମନେ ପକେଇ ଦେଇଥିଲା ପୁରୁଣା ଲୋକେ ସ୍ମରଣ କରିଥିଲେ ନୂଆ କମ ବୟସ୍କ ଲୋକେ ଆଗ୍ରହର ସହ ଶୁଣିଥିଲେ। ବର୍ତ୍ତମାନ ରାଜନୀତି ସେତେବେଳର ଜରୁରୀକାଳୀନ ପରିସ୍ଥିତି ଠାରୁ ଭୟଙ୍କର ହେଲାଣି ନିର୍ବାଚନ ହିଂସା ଓ ମଦ ଟଙ୍କା ବଣ୍ଟନ ବିରୋଧରେ ସବୁ ଦଳ ନେତା ଏକଜୁଟ ହେବାକୁ କିଛି ବିଜ୍ଞ ଲୋକ ନିଜ ଭିତରେ ଆଲୋଚନା କରୁଥିଲେ ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ