।। ବେଦାନ୍ତ ବିସ୍ଥାପିତ ମହିଲା ଙ୍କ ବେଦାନ୍ତ ମୁଖ୍ୟ ଫାଟକରେ ଧାରଣା:ପାଞ୍ଚ ଘଣ୍ଟା ଆଲୋଚନା ପରେ ବି ନିଷ୍ପତି ଶୂନ ।।

Dec 16, 2023 - 19:43
 0  11
।। ବେଦାନ୍ତ ବିସ୍ଥାପିତ ମହିଲା ଙ୍କ ବେଦାନ୍ତ ମୁଖ୍ୟ ଫାଟକରେ ଧାରଣା:ପାଞ୍ଚ ଘଣ୍ଟା ଆଲୋଚନା ପରେ ବି ନିଷ୍ପତି ଶୂନ ।।

ଲାଞ୍ଜିଗଡ଼ରେ ବେଦାନ୍ତ କାରଖାନା ସ୍ଥାପିତ ହୋଇ ଦୀର୍ଘ ବର୍ଷ ହୋଇଥିବାବେଳେ ବିସ୍ଥାପିତ ବେଦାନ୍ତ ନଗରର ଲୋକଙ୍କୁ କମ୍ପାନୀରେ ନିଯୁକ୍ତି ଦିଆଯାଇଥିଲା ହେଲେ କମ୍ପାନୀରେ କାର୍ଯ୍ୟରତ ସମୟରେ ସେମାନଙ୍କର ଦେହାନ୍ତ ହୋଇଥିଲା। କିନ୍ତୁ କାର୍ଯ୍ୟରତ କର୍ମଚାରୀଙ୍କ ଦେହାନ୍ତ ପରେ ତାଙ୍କ ପରିବାର ଙ୍କୁ ବେଦାନ୍ତର ଅଣଦେଖା ଯୋଗୁଁ ଗତ ୪ ତାରିଖ ରୁ ଚାରି ଦିନ ଧରି ସ୍ୱାମୀଙ୍କ ଚାକିରୀ ସ୍ତ୍ରୀ ମାନଙ୍କୁ ଦିଆଯାଉ ବୋଲି ଜିଲ୍ଲାପାଳ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ କିନ୍ତୁ ସେଠାରେ ଜିଲ୍ଲାପାଳ କୌଣସି ନିଷ୍ପତି ନ'ନେବାରୁ ପୁଣି ବେଦାନ୍ତ ମୁଖ୍ୟ ଫାଟକରେ ମଧ୍ୟ ୭ ତାରିଖ ଦିନ ଧାରଣା ଦେଇଥିଲେ। ଧାରଣା ପରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର,ଲାଞ୍ଜିଗଡ଼ ତହସିଲଦାର କିରଣ କୁମାର ମହାନ୍ତି,ଘଟଣା ସ୍ଥଳରେ ପହଞ୍ଚି ବିସ୍ଥାପିତ ମହିଳାଙ୍କୁ ବୁଝା ସୁଝା କରି ସାତ ଦିନ ସମୟ ମାଗିବାରୁ ଧାରଣରୁ ଓହରି ଥିଲେ ଧାରଣାକାରି ମହିଳା । ଏନେଇ ଆଜି ଲାଞ୍ଜିଗଡ଼ ବେଦାନ୍ତ ବିସ୍ଥାପିତ ମହିଳାଙ୍କ ସମେତ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର,ଲାଞ୍ଜିଗଡ଼ ତହସିଲଦାର କିରଣ କୁମାର ମହାନ୍ତି,ବିଶ୍ୱନାଥପୁର ଥାନା ଅଧିକାରି ମମତା ହେମ୍ରମ, ଲାଞ୍ଜିଗଡ଼ ଥାନା ଅଧିକାରୀ ବିଜୟ ଲକ୍ଷ୍ମୀ ହିକକା, ଏସ.ଡି. ପିଓ ଅଜୟ ଦାସ ଙ୍କ ସମେତ ବେଦାନ୍ତ କର୍ତୃପକ୍ଷ ବେଦାନ୍ତ ନଗର ସ୍ଥିତ ବେଦାନ୍ତ ଦକ୍ଷତା ତାଲିମ କେନ୍ଦ୍ର ଠାରେ ବିସ୍ଥାପିତ ମହିଳା ମାନଙ୍କ ସହିତ ଆପୋଷ ବୁଝାମଣାର ଆଲୋଚନା କରିଥିଲେ। ହେଲେ ଦିନ ୧୨ ଟାରୁ ସନ୍ଧ୍ୟା ୦୫ ଟା ପର୍ଯ୍ୟନ୍ତ ଆଲୋଚନା କରିବା ପରେ ମଧ୍ୟ କୌଣସି ପ୍ରକାରର ସମାଧାନ ହୋଇପାରିନାହିଁ। ବିସ୍ଥାପିତ ମହିଳାଙ୍କୁ ପାଞ୍ଚ ଘଣ୍ଟା ବୁଝା ସୁଝା କଲାପରେ ମଧ୍ୟ ଚାକିରୀ ଛଡ଼ା ଅନ୍ୟ କିଛି ଲୋଡ଼ା ନାହିଁ ଆମ ସ୍ୱାମୀଙ୍କ ଅଧିକାର ଆମକୁ ଦିଆ ଯାଉବୋଲି ଅଡ଼ିବସିଛନ୍ତି ଉକ୍ତ ମହିଳା ମାନେ। ଯଦି ଆମକୁ ଚାକିରୀ ନ ଦିଆଯାଏ ତାହାହେଲେ ପୁଣି ଥରେ ବେଦାନ୍ତ ମୁଖ୍ୟ ଫାଟକରେ ଧାରଣା ଦିଆଯିବ ବୋଲି କଡ଼ା ଚେତାବନୀ ଦେଇଛନ୍ତ। ତେବେ ବେଦାନ୍ତ କର୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଉକ୍ତ ମହିଳାମାନଙ୍କ ପାଇଁ କେଉଁ ପ୍ରକାର ପଦକ୍ଷେପ ନେବେ ତାଙ୍କୁ ଏବେ ବଡ଼ ଚିନ୍ତାର ବିଷୟ ପାଲଟିଛି। ଖବର ଲେଖାଯିବା ମଧ୍ୟେ ଘଟଣାର କୌଣସି ପ୍ରକାର ସମାଧାନ ହୋଇପାରିନାହିଁ।

ଲାଞ୍ଜିଗଡ ରୁ ସାଗର୍ ବେନାଲ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ