ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୧୧୦୦ ହେକ୍ଟର ଅତିରିକ୍ତ ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ଲକ୍ଷ୍ୟ ରହିଛି

Jun 2, 2026 - 21:49
 0  5
ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୧୧୦୦ ହେକ୍ଟର ଅତିରିକ୍ତ  ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ଲକ୍ଷ୍ୟ ରହିଛି

ନୂଆପଡ଼ା ଜିଲ୍ଲାରେ ପ୍ରସ୍ତାବିତ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୧୧୦୦ ହେକ୍ଟର ଅତିରିକ୍ତ ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ଲକ୍ଷ୍ୟ ରହିଛି। ଏହି ପ୍ରକଳ୍ପ ଏବଂ କମାଣ୍ଡ ଏରିଆ ଡେଭଲପମେଣ୍ଟ (CAD) ଅନ୍ତର୍ଗତ ବିଭିନ୍ନ କ୍ଲଷ୍ଟର କାର୍ଯ୍ୟର ଅଗ୍ରଗତି ନେଇ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏମ୍‌ସିଏଡି କ୍ଲଷ୍ଟର-୫ର ଅଗ୍ରଗତି, ୱାଟର ୟୁଜର୍ସ ସୋସାଇଟି (WUS)ର ନିର୍ବାଚନ, ଫାର୍ମର ରିଲେସନ୍‌ସିପ୍ ଏଜେନ୍ସି (FRA) ଗଠନ ତଥା କ୍ଲଷ୍ଟର-୨୮ର ଅଗ୍ରଗତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହା ସହ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ‘ସମୃଦ୍ଧି କି ପାଠଶାଳା’ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ କ୍ଲଷ୍ଟର-୫ର କାର୍ଯ୍ୟକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅଗ୍ରଗତି ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି କୃଷି ବିଜ୍ଞାନ କେନ୍ଦ୍ର (କେଭିକେ), ନୂଆପଡ଼ାକୁ ଏଫ୍‌ଆର୍‌ଏ ସମ୍ବନ୍ଧୀୟ ଚୁକ୍ତି ସ୍ୱାକ୍ଷର ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ କହିଥିଲେ। ଏ ସମ୍ବନ୍ଧରେ ସେ ଓୟୁଏଟିର ଡିନ୍‌ଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। କ୍ଲଷ୍ଟର-୨୮ର ପ୍ରାରମ୍ଭିକ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ମନୋଜ କୁମାର ବେହେରା, ସିଏଡିର ମୁଖ୍ୟ ଯନ୍ତ୍ରୀ ତାରିଣୀ ଚନ୍ଦ୍ର ସେଠୀ, ଉପ-ନିର୍ଦ୍ଦେଶକ ଦ୍ୱିତୀକୃଷ୍ଣ ପାଣିଗ୍ରାହୀ, ସହକାରୀ କୃଷି ଯନ୍ତ୍ରୀ ଜ୍ୟୋତିରଞ୍ଜନ ବାରିକ, ସିଏଡି ନୂଆପଡ଼ାର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକ, ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ବିଭାଜନ ଖଡ଼ିଆଳର ନିର୍ବାହୀ ଯନ୍ତ୍ରୀ ହେମ କୁମାର ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ମହାନ୍ତି ଏବଂ କୃଷି ବିଜ୍ଞାନ କେନ୍ଦ୍ର, ନୂଆପଡ଼ାର ବରିଷ୍ଠ ବୈଜ୍ଞାନିକ ଲବ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ। ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ