।। ବିଷମ କଟକ ସମବାୟ ସମିତି ଲିଃ ର ଭିତ୍ତିପ୍ରସ୍ତର ସ୍ଥାପନ ।।

Mar 14, 2024 - 12:29
 0  10
।। ବିଷମ କଟକ ସମବାୟ ସମିତି ଲିଃ ର ଭିତ୍ତିପ୍ରସ୍ତର ସ୍ଥାପନ  ।।

ରାୟଗଡା ଜିଲ୍ଲା ବିଷମ କଟକ ବୃହଦାକାର ଆଦିବାସୀ ବହୁ ମୂଖି ସମବାୟ ସମିତି ଲିଃ ର ମାର୍କମା ସାହି ନିକଟସ୍ଥ ସରକାରୀ ଜମି 38 ସେଣ୍ଟ ପରିମାଣ ବିଶିଷ୍ଟ ସ୍ଥାନ ରେ ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ର ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଓ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ଶ୍ରୀ ସୁଧୀର କୁମାର ଦାସ ଉପାଧ୍ୟକ୍ଷା ବିଷମ କଟକ ପଞ୍ଚାୟତ ସମିତି ର ଶ୍ରୀମତୀ ଯୋସଦା ହୁଇକା, ଯୁଗ୍ମ. ନିବନ୍ଧକ. ସମବାୟ ସମିତି ସମୂହ. ରାୟଗଡା ଶ୍ରୀଯୁକ୍ତ ମନ୍ମଥ କୁମାର ଦାସ, ସଭାପତି ବିଷମ କଟକ ଲ୍ୟାମ୍ପସ ଶ୍ରୀଯୁକ୍ତ ଶିରୀ କୁମୁରୁକା, ଉପ ସଵାପତି ଅନିତା ପୀଡିକାକା, KCC ବ୍ୟାଙ୍କ ସୁପେରଭାଇଜର ବି.ଭି.ଆର. ପଟ୍ଟନାୟକ ଓ ବିଜେଡି କର୍ମୀମାନେଉପସ୍ଥିତ ଥିଲେ ସମିତି ର ସମସ୍ତ ସଦସ୍ୟ, ସଦସ୍ୟା ସଭlପତି ଓ କର୍ମଚାରୀ ଙ୍କ ଉପସ୍ଥିତ ସହଜଗ ରେ ସମବାୟ ସମିତି ର ଭିତ୍ତିପ୍ରସ୍ତର ସ୍ଥାପନ ରେ ପ୍ରଥମେ ଦୀପ, ଧୂପ,ଭଗ ଲଗାଇ ପୂଜାକରି ଭିତ୍ତିପ୍ରସ୍ତର ସ୍ଥାପନ କରଥିଲେ l ଆଜିକୁ 70ବର୍ଷ ପରେ ବିଷମ କଟକ ସମବାୟ ସମିତି ଲିଃ ର ଘର ନଥିଲା ଓଡିଶା ସରକାର ଙ୍କ ଦ୍ୱାରା ଅନୁଦାନ ରାଶି 65 ଲକ୍ଷ୍ୟ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଦେଇଥିବାରୁ ବିଷମ କଟକ ସମବାୟ ସମିତି ପକ୍ଷରୁ ଗର୍ବ ଗୌରବ ଓଡିଶା ସରକାରଙ୍କୁ ଜଣାଇଥିଲେ l ଲ୍ୟମ୍ପସ M.D ଶ୍ରୀ ସlନ୍ତୁନୁ ସାହୁ ଏହି ଭିତ୍ତିପ୍ରସ୍ତର ସ୍ଥାପନ କୁ ଅତି ସୁନ୍ଦର ସୁଚାରୁରୂପେ ପରିଚାଳନା କରିଥିଲେ l ଏଥିରେ ବିଷମ କଟକ ବ୍ଲକ ର ସମସ୍ତ ଗ୍ରାମ ବାସି ଓ ଚାଷୀ ଭାଇ ମାନେ ବହୁ ସଂଖ୍ୟା ରେ ଉପସ୍ଥିତ ହୋଇଥିଲେ l

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ