ବିଶ୍ଵ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ

Jun 12, 2026 - 23:05
 0  1
ବିଶ୍ଵ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଖଡ଼ିଆଳ ବ୍ଲକ ସ୍ଥିତ କ୍ଷେତ୍ରୀୟ ସମାଜ ସଭାଗୃହରେ ବିଶ୍ଵ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଥମେ ଏକ ଶୋଭାଯାତ୍ରା ବ୍ଲକ୍ ଛକରୁ ଆରମ୍ଭ ହୋଇ ଶିଶୁ ଶ୍ରମିକ ନିରୋଧ ଉପରେ ସ୍ଲୋଗାନ ଦେଇ ଥାନା ଛକ ପର୍ଯ୍ୟନ୍ତ ଚାଲିଥିଲା । ଏହାକୁ ପ୍ରାଧିକରଣ ର ସଚିବ ଓ ବରିଷ୍ଠ ଦେୱାନୀ ଜଜ ତଥା ତାଲୁକ ଆଇନ ସେବା ସମିତି, ଖଡ଼ିଆଳର ଅଧ୍ୟକ୍ଷା ଇଶା ପତି, ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ଵାଧୀନ କେତନ ମହାରଣା, ଶ୍ରମ ଅଧିକାରୀ ଓ ଅନ୍ୟ ମାନେ ଶୁଭାରମ୍ଭ କରିଥିଲେ । ତଦୁପରାନ୍ତେ ଶିଶୁ ଶ୍ରମିକ ନିରୋଧ ଆଇନ, ଜାତୀୟ ଆଇନ ସେବା ପ୍ରାଧିକରଣର ଆଶା ଯୋଜନା ଓ ସେବା ବନାମ ଭାରତ ସଂଘ (୨୦୨୪) ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ ସମ୍ବନ୍ଧିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବ ପ୍ରଥମେ ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଦାଦନ ଓ ଶ୍ରମିକ ଚାଲାଣ ବିଷୟରେ ବିଶେଷଜ୍ଞ ଓ Aide et Action International ର ପୂର୍ବତନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଉମି ଡାନିଏଲ ଆଭାସୀ ମାଧ୍ୟମ ରେ ଯୋଗ ଦେଇ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାଶ, ନୂଆପଡ଼ା ବିଭାଗୀୟ ଶ୍ରମ ଆୟୁକ୍ତ ରବୀନ୍ଦ୍ର ବାର୍ଲା, ଜିଲ୍ଲା ଶ୍ରମ ଅଧିକାରୀ ନୂଆପଡ଼ା ଜସ୍ମିନ୍ ସାହୁ, ଖଡ଼ିଆଳ ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦସହକାରୀ ଶ୍ରମ ଅଧିକାରୀ ନିଖିଳ ଅଗ୍ରୱାଲ ଓ ମୁରଲୀଧର ପକଲ, ପୂର୍ବତନ ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ଫଣିନ୍ଦମ୍ ସିଂହ ଦେଓ, ଶିଶୁ କଲ୍ୟାଣ ସମିତି ସଦସ୍ୟ ଗଙ୍ଗାଧର ପାଣିଗ୍ରାହୀ, ମହିଳା ଓ ଶିଶୁ ବିଭାଗ ରେ ଚାଲୁଥିବା ଶିଶୁ ହେଲ୍ପଲାଇନର ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ସାହୁ, IJM ଓ ଶ୍ରମବାହିନୀର ସୁରେନ୍ଦ୍ର ଛତ୍ରିଆ, ସ୍ୱେଚ୍ଛାସେବୀଗଣ, ଛାତ୍ରଛାତ୍ରୀ ଓ ପ୍ରାଧିକରଣ ର ଅଧିକାରମିତ୍ରଗଣ ପ୍ରମୁଖ ଯୋଗଦେଇ ବର୍ତ୍ତମାନ ସଚେତନତା ଦ୍ୱାରା ଶିଶୁ ଶ୍ରମିକ ଉଚ୍ଛେଦ କରିବା ନାଗରିକଙ୍କ କର୍ତ୍ତବ୍ୟ ଅଟେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପ୍ରାଧିକରଣର ସଚିବ ନବନୀତା ଦାଶ ଶିଶୁ ଶ୍ରମିକ ନିରାକରଣ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଭୂମିକା ତଥା ଶିଶୁ ମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ମାଗଣା ଆଇନ ସେବା ବିଷୟରେ ଆଲୋକପାତ କରିଥିଲେ ଏବଂ ଶିଶୁ ମାନଙ୍କୁ ବିପଦପୂର୍ଣ୍ଣ କାର୍ଯ୍ୟକ୍ଷେତ୍ରରେ ନିୟୋଜିତକରି ତାଙ୍କର ଶିକ୍ଷା ଗ୍ରହଣ ଅଧିକାରରୁ ବଞ୍ଚିତ ନକରିବାକୁ ଆହ୍ବାନ କରିଥିଲେ । ନୂଆପଡ଼ା ବିଭାଗୀୟ ଶ୍ରମ ଆୟୁକ୍ତ ରବୀନ୍ଦ୍ର ବାର୍ଲା ଶିଶୁ ଶ୍ରମିକ ନିରୋଧ ଆଇନ ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ବେଆଇନ ଭାବେ ନିଯୁକ୍ତ ଶିଶୁ ଶ୍ରମିକଙ୍କ ଉଦ୍ଧାର ଓ ଥଇଥାନ ବିଷୟରେ ଆଲୋଚନା କରିଥିଲେ । ଖଡ଼ିଆଳ ଓକିଲ ସଂଘର ଅଧିବକ୍ତା ଆଲୋକ ତିୱାରୀ ଆଶା ଯୋଜନା ଅନ୍ତର୍ଗତ ସେବା ବନାମ ଭାରତ ସଂଘ (୨୦୨୪) ବିଷୟରେ ଆଲୋଚନା କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ