ବିକାଶ ଧାରା ଓଡ଼ିଶା ସାରା ଦୁଇ ବର୍ଷ ପୂର୍ତ୍ତି ଅବସରରେ ତଳଝାପି ପଞ୍ଚାୟତରେ ହିତାଧିକାରୀ ସମ୍ମିଳନୀ
କଳାହାଣ୍ଡି ମକୁନ୍ଦ ନାଏକ -(ଫାଷ୍ଟ ନ୍ୟୁଜ ଓଡିଶା )୨୩/୦୬କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ତଳଝାପି ଗ୍ରାମ ପଞ୍ଚାୟତ ପରିସରରେ ଓଡ଼ିଶା ସରକାରଙ୍କ “ବିକାଶ ଧାରା ଓଡ଼ିଶା ସାରା ”ର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏକ ବିଶାଳ ହିତାଧିକାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, ଗ୍ରାମୀଣ ବିକାଶ ଓ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ସମ୍ପର୍କରେ ହିତାଧିକାରୀମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସଭାର ଆୟୋଜନ କରାଯାଇଥିଲା। ତଳଝାପି ପଞ୍ଚାୟତ ସରପଞ୍ଚ ସଭାସିଂ ମାଝୀ, ସମିତି ସଭ୍ୟା ଶାନ୍ତି ମାଝୀ, ନାଏବ ସରପଞ୍ଚ ଜୟନ୍ତୀ ମାଝୀ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଟଙ୍କ ସାହୁ , କନିଷ୍ଠ ଯନ୍ତ୍ରୀ ପ୍ରାତପ କୁମାର ସାହୁ,ଏ. ଡ଼ି. ଇ. ଓ.ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ମାଝୀ, ଯୋଗାଣ ସହାୟକ ଶ୍ରୀ ଲଚମନ ନାଏକଙ୍କ ସହଯୋଗରେ ଏହି ହିତାଧିକାରୀ ସମ୍ମିଳନୀ ଆୟୋଜିତ କରାଯାଇ ଥିଲା। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପଞ୍ଚାୟତ ସ୍ତରର ସମସ୍ତ କର୍ମଚାରୀ ଓ ସ୍ଥାନୀୟ ପ୍ରତିନିଧିମାନେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ। ସଭା ଆରମ୍ଭ ପୂର୍ବରୁ ପଞ୍ଚାୟତର ବହୁ ସଂଖ୍ୟକ ମହିଳା ମୁଖ୍ୟ ଅତିଥି ବିଜେପି ବରିଷ୍ଠ ନେତା ଲଷ୍ମୀଧର ନାଏକ ସହ ଅତିଥିମାନଙ୍କୁ ଫୁଲତୋଡ଼ା ପ୍ରଦାନ କରି ଭବ୍ୟ ସ୍ୱାଗତ ଜଣାଇଥିଲେ। ମହିଳାମାନଙ୍କ ହୁଳହୁଳି ଧ୍ୱନି, କରତାଳି ଏବଂ ଉତ୍ସାହପୂର୍ଣ୍ଣ ଅଭିନନ୍ଦନରେ ସମଗ୍ର ସଭାସ୍ଥଳୀ ଉତ୍ସବମୁଖର ହୋଇଉଠିଥିଲା। ଉପସ୍ଥିତ ଜନସାଧାରଣ ମଧ୍ୟ ଅତିଥିମାନଙ୍କୁ ଉଷ୍ମ ସ୍ୱାଗତ ଜଣାଇଥିଲେ। ମୁଖ୍ୟ ଅତିଥି ଭାବେ ବି.ଜେ. ପି. ଲଷ୍ମୀଧର ନାଏକ ଙ୍କ ସମ୍ମାନିତ ଅତିଥି ବି. ଏଲ. ଟୁ ଶ୍ରୀଯୁକ୍ତ ଅଭିରାମ ନାଏକ, ତଳଝାପି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ସଭା ସିଂ ମାଝୀ ,ପଞ୍ଚାୟତ ବି ଜେ. ପି ସଭାପତି ସୁନା ମାଝୀ, ଗୋବିନ୍ଦ ଗୌଡ଼, ରଘୁନାଥ ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ। ଲଷ୍ମୀଧର ନିଜ ବକ୍ତବ୍ୟରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନାଏକ କହିଥିଲେ ଯେ, ବର୍ତ୍ତମାନ ସରକାର ଗରିବ, ଅସହାୟ ଓ ହିତାଧିକାରୀମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଜନହିତକର ପଦକ୍ଷେପ ଗ୍ରହଣ କରୁଛନ୍ତି। ପୂର୍ବରୁ ହିତାଧିକାରୀମାନଙ୍କୁ ୫ କିଲୋ ଚାଉଳ ମିଳୁଥିବାବେଳେ ବର୍ତ୍ତମାନ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ୧୦ କିଲୋ ଚାଉଳ ପ୍ରଦାନ କରାଯିବା ବ୍ୟବସ୍ଥା କରାଯାଇଛି। ଅନ୍ୟ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଗ୍ରାମୀଣ ବିକାଶ, ମହିଳା ସଶକ୍ତିକରଣ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ରାସ୍ତାଘାଟ ଉନ୍ନତି ଏବଂ ସାମାଜିକ ସୁରକ୍ଷା ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା କରିଥିଲେ। ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚି ପାରିବ l। ଏହି ସଭାରେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଏମ. ବି. କେ , ସି. ଆର.ଏଫ , ପଞ୍ଚାୟତର ସମସ୍ତ ୱାର୍ଡ ସଦସ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା, ବରିଷ୍ଠ ନାଗରିକ, ଅନେକ ଭଦ୍ରବ୍ୟକ୍ତି ଏବଂ ଶତାଧିକ ହିତାଧିକାରୀ ଯୋଗଦେଇଥିଲେ। ବିଶେଷ କରି ବହୁ ସଂଖ୍ୟକ ସାଧାରଣ ଜନତା ଆକର୍ଷଣୀୟ କରିଥିଲା। ସମଗ୍ର ସଭାକ ସୁନୀଲ କୁମାର ମାଝୀ ସୁଚାରୁ ଓ ଶୃଙ୍ଖଳିତ ଭାବରେ ପରିଚାଳନା କରିଥିଲେ। । ଶେଷରେ ସମସ୍ତ ଅତିଥି, କର୍ମଚାରୀ, ହିତାଧିକାରୀ ଏବଂ ଉପସ୍ଥିତ ଜନସାଧାରଣଙ୍କୁସରପଞ୍ଚ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0