ବାରିପଦାରେ "ବିଶ୍ୱ ରକ୍ତଦାତା ଦିବସ-୨୦୨୬' ପାଳିତ

Jun 12, 2026 - 18:14
 0  64
ବାରିପଦାରେ "ବିଶ୍ୱ ରକ୍ତଦାତା ଦିବସ-୨୦୨୬' ପାଳିତ

ବାରିପଦା - ତା :-୧୨/୦୬/୨୦୨୬ ରିଖ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଓଡିଶା ରକ୍ତ କେନ୍ଦ୍ର, ବାରିପଦା ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ "ବିଶ୍ୱ ରକ୍ତଦାତା ଦିବସ - ୨୦୨୬" ମହାସମାରୋହରେ ପାଳିତ ହୋଇଯାଇଛି I ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାରସକଣା ବିଧାୟକ ଭାଦବ ହାଁସଦା, ସମ୍ମାନିତ ଅତିଥି ଭାବେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନୁର୍ଜୟ ମହାନ୍ତ ଯୋଗଦେଇ ଉଦ୍‌ଘାଟନ କରିଥିଲେ I ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଶଶିକାନ୍ତ ସେଠୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁନନ୍ଦା ମିଶ୍ର ଓ ଡାକ୍ତର ବିଜୟ କୁମାର ଦାସ ଏବଂ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ସୌମ୍ୟ ରଞ୍ଜନ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ I ଅତିଥିମାନେ ରକ୍ତଦାନର ମହତ୍ତ୍ୱ ଏବଂ ଜୀବନ ରକ୍ଷା କ୍ଷେତ୍ରରେ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ I ଜିଲ୍ଲାରେ ରକ୍ତଦାନ ଭଳି ମହତ କାର୍ଯ୍ୟରେ ନିରନ୍ତର ସହଯୋଗ କରିଆସୁଥିବା ୩୫ ଜଣ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜକଙ୍କୁ ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଏବଂ ପୁରଷ୍କାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା I ଏହି ଦିବସ ପରିପ୍ରେକ୍ଷୀରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା I ସମାଜକୁ ଏକ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ରକ୍ତ ଭଣ୍ଡାର ଅଧିକାରୀ ଡ଼ଃ ସୌମ୍ୟରଂଜନ ନାୟକଙ୍କ ସମେତ ଡାକ୍ତରଖାନା ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର କର୍ମଚାରୀମାନେ ଉତ୍ସାହର ସହିତ ସାମିଲ ହୋଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ I ଏହି ଶିବିରରୁ ସର୍ବମୋଟ ୩୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା I ବ୍ଲଡ୍ ବ୍ୟାଙ୍କର ମେଡିକାଲ ଅଫିସର ଡାକ୍ତର ନିଲେଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ରକ୍ତ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କ ସହଯୋଗ ଓ ସୁପରିଚାଳନାରେ ଏହି ରକ୍ତଦାନ ଶିବିରଟି ସଫଳତାର ସହ ସମ୍ପନ୍ନ ହୋଇଥିଲା I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ