।। ବରୀ ଅଞ୍ଚଳ ର ବରିଷ୍ଠ ଶିକ୍ଷାବିତ୍,ଚିକିତ୍ସକ,ସତସଙ୍ଗ ପ୍ରେମୀ ବୈଷ୍ଣବ ଆଉ ନାହାଁନ୍ତି ।।

Sep 9, 2024 - 16:18
 0  197
।। ବରୀ ଅଞ୍ଚଳ ର ବରିଷ୍ଠ  ଶିକ୍ଷାବିତ୍,ଚିକିତ୍ସକ,ସତସଙ୍ଗ ପ୍ରେମୀ  ବୈଷ୍ଣବ ଆଉ ନାହାଁନ୍ତି ।।

ବରୀ ବ୍ଲକ ଅଧିନ ଅନ୍ଯାସିପୁର ଗ୍ରାମର ବୈଷ୍ଣବ ଚରଣ ସାହୁ (ବୈଷ୍ଣବ)ସାର ଆଉ ଆମ ଗହଣ ରେ ନାହାଁନ୍ତି। ସବୁଦିନ ପାଇଁ ଚିର ନିଦ୍ରା ରେ ଶୋଇ ଯାଇଛନ୍ତି ।ରବିବାର ସନ୍ଧ୍ୟାରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କ ପ୍ରାର୍ଥନା କରୁଥିଲା ବେଳେ ନିଜ ବାସଭବନରେ ଟଳି ପଡିଥିଲେ।ପରିବାର ଲୋକେ ପ୍ରଥମେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ନେଇଯାଇଥିଲା ବେଳେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ମାତ୍ରେ ସମଗ୍ର୍ ବରୀ ବ୍ଲକ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଥିଲା। ମୃତ୍ୟୁ ବେଳକୁ ସ୍ଵର୍ଗତ ସାହୁ ଙ୍କୁ (76) ବର୍ଷ ହୋଇଥିଲା ବୋଲି ଜଣାପଡିଛି। ଏକାଧାରାରେ ଶିକ୍ଷାବିତ୍ ,ହୋମିଓପାଥିକ ଚିକିତ୍ସକ, ସତସଙ୍ଗ ଆଶ୍ରମ ଦେଓଘରର ର ବରିଷ୍ଠ ରିତିକ ଓ ସତସଙ୍ଗ ପ୍ରେମୀ ଭାବେ ସମଗ୍ର୍ ଅଞ୍ଚଳ ରେ ସୁନାମ ଅର୍ଜନ କରି ଘରେଘରେ ପରିଚିତ ଥିଲେ। ଅନ୍ଯାସିପୁର ଗ୍ରାମର ଜୟ ଦୁର୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଦୀର୍ଘ 30 ବର୍ଷ ଶିକ୍ଷକତା କରି ଅବସର ନେଇଥିଲେ।ଶିକ୍ଷକତା ଆରମ୍ଭ ରୁ ଜଣେ ଭଲ ଶିକ୍ଷକ ଭାବେ ଛାତ୍ର ଛାତ୍ରୀ ଅଭିଭାବକ ମାନଙ୍କ ର ଆଦର୍ଶ ଶିକ୍ଷକ ଭାବେ ପରିଚିତ ଥିଲେ।ନିଜ ଗ୍ରାମ ରେ ଗରିବ ନିଷ୍ପେସିତ ଅବହେଳିତ ଦଳିତ ଅସହାୟ ଲୋକଙ୍କୁ ହୋମିଓପାଥିକ ଚିକିତ୍ସା ମାଧ୍ୟମରେ ଚିକିତ୍ସା କରି ସମସ୍ତ ଙ୍କ ର ବୈଷ୍ଣବ ସାର୍ ପାଲଟିଯାଇଥିଲା । ସମାଜ ରେ ଶାନ୍ତି ସଦଭାବନା , ଆଧାତ୍ମିକ ବାଦି ହୋଇ ନିଜର ଚରିତ୍ର ଗଠନ କରି ଭଲମଣିଷ ହେବାକୁ ସତସଙ୍ଗ ମାଧ୍ୟମ ରେ ପ୍ରବଚନ ପ୍ରଦାନ କରି କହୁଥିଲେ।ହଜାର ହଜାର ଛାତ୍ର ଛାତ୍ରୀ ମାନଙ୍କୁ ଭଲ ମଣିଷ କରି ଗଢିଥିବା ବୈଷ୍ଣବ ସାର ଙ୍କ ପରଲୋକ ଖବର ଛାତ୍ର ଛାତ୍ରୀ ଙ୍କ ସମାଜ ରେ ଅପୂରଣୀୟ କ୍ଷତି ଆଣିଛି। କଳାମାଟିଆ ସତସଙ୍ଗ ଆଶ୍ରମ ର ସଭାପତି ଭାବେ ଦାୟିତ୍ବ ଗ୍ରହଣ କରି ପ୍ରତେକ ସତସଙ୍ଗ କରି ସାଧାରଣ ଲୋକଙ୍କୁ ଆଧ୍ୟାତ୍ମିକ ଚିନ୍ତା ଚେତନା ରେ ରହି ସୁସ୍ଥ ସମାଜ ଗଠନରେ ସାମିଲ କରିପାରିଥିଲେ। ସୋମବାର ପୁରୀ ସ୍ଵର୍ଗଦ୍ଵାର ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।ଶେଷ ଦର୍ଶନ ପାଇଁ ସ୍ଥାନୀୟ ଅଞ୍ଚଳ ର ଆବାଳବୃଦ୍ଧବନିତା ଅନ୍ଯାସିପୁର ବାସଭବନ ରେ ପହଁଞ୍ଚି ଶେଷଦର୍ଶନ କରିଥିଲେ। ପୁଅ ସତ୍ୟବ୍ରତ ମୁଖାଗ୍ନି ଦେଇଥିବା କୁହାଯାଇଛି । ସ୍ଵର୍ଗତ ସାହୁ ଙ୍କ ପରଲୋକ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା , କେନ୍ଦ୍ର ଉଚ୍ଚ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଭାଜପା ଜିଲ୍ଲା କାର୍ଯ୍ୟ କାରିଣୀ ସଭାପତି ଆଶୁତୋଷ ପରିଡା, ପୂର୍ବତନ ବିଧାୟିକା ସୁନନ୍ଦା ଦାସ, ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ, ଭାଜପା ନେତା ଉମେଶ ଜେନା, ସମାଜସେବୀ ଅଶୋକ କୁମାର ବେହେରା, ସଂଜୀବ ସେନା ମୁଖ୍ୟ ସଂଜୀବ ଜେନା, ଭାଜପା ଯୁବ ମୋର୍ଚ୍ଚା ସଭାପତି ସରୋଜ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ବାଞ୍ଛାନିଧି ସାହୁ, ରିତିକ ଶ୍ରୀଧର ଦାସ, ଦେବେନ୍ଦ୍ର ଦାସ ପ୍ରମୂଖ ଗଭୀର ଶୋକ ପ୍ରକାଶ କରି ସ୍ଵର୍ଗତ ଆତ୍ମାର ସଦ୍ଗତିଃ କାମନା କରିଛନ୍ତି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 2
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ