।। ବଜ୍ରପାତରେ ତିନିଜଣ ଗୁରୁତର ଆହତ - ଜଣେ ମୃତ ।।

Aug 7, 2024 - 17:40
 0  4
।। ବଜ୍ରପାତରେ ତିନିଜଣ ଗୁରୁତର ଆହତ - ଜଣେ ମୃତ ।।

ମୋରଡା, ୬/୮ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ ମୋରଡା ପଞ୍ଚାୟତ ର ମାଳିହତା ଗ୍ରାମ ର ଦୁଇ ଜଣ ବ୍ୟକ୍ତି ବଜ୍ରପାତରେ ଗୁରୁତର ଆହତ ହୋଇଥିବା ବେଳେ ପାଞ୍ଚଗୁଛିଆ ଗ୍ରାମ ର ଜଣେ ଗୁରୁତର ଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଆଜି ଦିନ ୨ଟା ସମୟରେ ବର୍ଷା ଆରମ୍ଭ ହୋଇଥିଲା । ବିଳମ୍ବରେ ବର୍ଷା ଯୋଗୁଁ ଚାଷୀ ମାନେ ଏବେ ବିଲରେ ଚାଷ କାମରେ ଲାଗିପଡିଛନ୍ତି । ତେବେ ବର୍ଷା ସହିତ ବଜ୍ରପାତ ହେଉଥିବା ବେଳେ ଚାଷୀମାନେ ଏହାକୁ ଖାତିର ନ କରି ବିଲରେ ଚାଷ କାମରେ ଲାଗିପଡିଥିବା ଦେଖିବାକୁ ମିଳିଛି । ତେବେ ଆଜି ସଚେତନତା ଅଭାବ ରୁ ମାଳିହତା ଗ୍ରାମ ର ଗଣିଆ ସିଂ , ବାବୁଲା ସିଂ ଓ ପାଞ୍ଚଗୁଛିଆ ଗ୍ରାମ ର ରଞ୍ଜନ ସିଂ ଚାଷ କାମ ପାଇଁ ବିଲ ରେ ଥିବା ସମୟରେ ବଜ୍ରପାତ ମାରିଥିଲା । ବଜ୍ରପାତ ରେ ତିନି ଜଣ ଚେତା ଶୂନ୍ୟ ହୋଇ ଟଳି ପଡ଼ିଥିଲେ । କିଛି ଦୂରରେ ବିଲରେ କାମ କରୁଥିବା ଲୋକେ ଏହା ଦେଖି ସଙ୍ଗେ ସଙ୍ଗେ ଉଦ୍ଧାର କରି ମୋରଡା ଡାକ୍ତରଖାନା କୁ ଆଣିଥିଲେ । କିନ୍ତୁ ମୋରଡା ଡାକ୍ତରଖାନା ରେ ନା ଥିଲେ ଫାର୍ମାସିଷ୍ଟ ନା ଥିଲେ ଡାକ୍ତର । ତେବେ ଅତି ଗୁରୁତର ଥିବା ଗଣିଆ ସିଂ ଙ୍କ ପରିବାର ଲୋକେ ନିଜ ଖର୍ଚ୍ଚ ରେ ଗାଡି କରି ବାରିପଦା ମେଡିକାଲ ନେଇ ଯାଇଥିଲେ । ଅପରପକ୍ଷରେ ଅନ୍ୟ ଦୁଇଜଣ ୧୦୮ ଆମ୍ବୁଲାନ୍ସ କୁ ଅପେକ୍ଷା କରିଥିଲେ । ଠିକ ସେହି ସମୟରେ ହଳଦୀପାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅସ୍ତିଆ ଗ୍ରାମ ର ଲକ୍ଷ୍ମୀଧର ସୋରେନ ଙ୍କ ସାନ ପୁଅ କାଳୀ ଚରଣ ସୋରେନ ବିଲ କାମ ସାରି ଘରକୁ ଫେରୁ ଥିବା ବେଳେ ବଜ୍ରପାତ ର ଶିକାର ହୋଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ମୟୂରଭଞ୍ଜ, ବାରିପଦାରୁ -ଗୌର ଦାସଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ