।। ବଂଗମୁଣ୍ଡା ବ୍ଲକରେ ନୂଆ ନିୟମ କିଛି ଭତ୍ତା ପାଉଥିବା ଲୋକ ମଲେ,ନୁଆଁ ଆବେଦନ କରିଥିବା ଲୋକ ଭତ୍ତା ପାଇବେ ।।

Aug 2, 2024 - 18:41
 0  11
।। ବଂଗମୁଣ୍ଡା ବ୍ଲକରେ ନୂଆ ନିୟମ କିଛି ଭତ୍ତା ପାଉଥିବା ଲୋକ ମଲେ,ନୁଆଁ ଆବେଦନ କରିଥିବା ଲୋକ ଭତ୍ତା ପାଇବେ ।।

ଭତ୍ତା ପାଇଁ ହନ୍ତସନ୍ତ ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଂଚାୟତର ବେହେରାଭଟା ଗ୍ରାମର କିଛି ଵୃଦ୍ଧା ମା ମାନେ ଯେଉଁମାନଙ୍କ ବୟସ 60ବର୍ଷରୁ ଅଧିକ ହେଲେ ବି ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି l ଅନେକ ଥର ବ୍ଲକରେ ଓ ପଂଚାୟତ ଅଫିସରେ ଦରଖାସ୍ତ ଏବଂ ଅନଲାଇନ କରିସାରିଲେଣି ତଥାପି ଯୋଗ୍ୟତା ଥାଇବି ଭତ୍ତା ପାଇପାରି ନାହାନ୍ତି l ଏ ସମ୍ପର୍କରେ ବଙ୍ଗୋମୁଣ୍ଡା ବ୍ଲକର ଭତ୍ତା ବଣ୍ଟନ ବିଭାଗ ଦାୟିତ୍ୱରେ ଥିବା ସରକାରୀ ଅଫିସର ସଞ୍ଜୀତ ସୁନାଙ୍କୁ ପଚାରିବାରୁ ସେ କଣ କହିଲେ ଆସନ୍ତୁ ଦେଖିବା (ଭିଡିଓ ) l ଦେଖିଲେତ ସରକାରି ବାବୁ ଜଣକ କଣ କହିଲେ? ସରକାରୀ ବାବୁ କହୁଛନ୍ତି ଯେ କିଛି ଭତ୍ତା ପାଉଥିବା ଲୋକ ମଲେ ନୁଆଁ ଆବେଦନ କରିଥିବା ଲୋକ ଭତ୍ତା ପାଇବେ ବୋଲି l ବ୍ଲକର ଏମିତି ଶତାଧିକ ଆବେଦନକାରୀ ଙ୍କୁ ଏପରି ଉତ୍ତର ମିଳୁଛି ଓ ବାରମ୍ବାର ସାଇଟ ନ ଚାଲିବା କଥା ଶୁଣି ସେମାନେ ଶାରୀରିକ ଓ ମାନସିକ ଯନ୍ତ୍ରଣାର ଶିକାର ହେଉଛନ୍ତି l ଵୃଦ୍ଧା ବୟସରେ ଯଦି ଏମାନଙ୍କୁ ବାରମ୍ବାର ହଇରାଣ କରାଯାଉଛି ତା ହେଲେ ଏଥିପାଇଁ କିଏ ଦାୟୀ? ସରକାର ଦାୟୀ, ନା ପ୍ରଶାସନ ଦାୟୀ? ସରକାର ଏବଂ ପ୍ରଶାସନ ନିଶ୍ଚୟ ଏହି ଅବହେଳିତ କାର୍ଯ୍ୟ ପାଇଁ ଦାୟୀ l

କ୍ୟାମେରାମ୍ୟାନ-ସିମିତାଙ୍କ ସହ କଳ୍ପଲତା ଭୋଇଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ