ପ୍ରସିଦ୍ଧ ଚୈତ୍ର ପର୍ବ ଓ ପଲ୍ଲୀ ଶ୍ରୀ ମେଳା ଉଦଘାଟିତ

Apr 12, 2025 - 15:30
 0  8
ପ୍ରସିଦ୍ଧ ଚୈତ୍ର ପର୍ବ ଓ ପଲ୍ଲୀ ଶ୍ରୀ ମେଳା ଉଦଘାଟିତ

ମୟୁରଭଞ୍ଜ ର ପ୍ରସିଦ୍ଧ ଚୈତ୍ର ପର୍ବ ଆଜି ସନ୍ଧ୍ୟାରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବ ଅବ୍ୟବହିତ ପୂର୍ବରୁ ଆଜି ଅପରାହ୍ନ ୪ଘଟିକା ୩୦ ମିନିଟ ସମୟରେ ବାରିପଦାର ମାଆ ଅମ୍ବିକା ମନ୍ଦିର ନିକଟରୁ ବିଭିନ୍ନ ପାରମ୍ପରିକ ଆଦିବାସୀ ନୃତ୍ୟ ଯଥା କଳସ ନାଚ, ଘୋଡା ନାଚ,ଛଉ ନୃତ୍ୟ, ଏନିମାଲ (animal) ନୃତ୍ୟ, ବାଜା, ରଶୋଣି,ଡି ଜେ ସାଉଣ୍ଡ ଓ ରଙ୍ଗୋଲି ସହିତ ଏକ ବିରାଟ ପ୍ରଜ୍ଞାପନ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଛଉ ପଡିଆ ଠାରେ ପହଂଚି ଥିଲା। ଏହାପରେ ଛଉ ପଡିଆ ଠାରେ ମାନ୍ୟବର ମନ୍ତ୍ରୀ,ଗୃହ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନଙ୍କ ଉପସ୍ଥିତିରେ ଚୈତ୍ର ପର୍ବ ୨୦୨୫ କୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିବା ସହ ଓ ପଲ୍ଲିଶ୍ରୀ ମେଳା-୨୦୨୫ ର ଶୁଭ ଉଦଘାଟନ କରିଥିଲେ।ଜିଲ୍ଲା ପାଳ ଶ୍ରୀ ହେମକାନ୍ତ ସୟଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ ଉଦଘାଟନୀ ଉତ୍ସବରେ ଅନ୍ୟ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ,ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦେଶକ ଡ଼. ପ୍ରକାଶ ଚାନ୍ଦ ଗୋଗିନାନି, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଉପ ନିର୍ଦେଶକ ଶ୍ରୀ ସମ୍ରାଟ ଗୌଡା ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ ଯେ ମୟୁରଭଞ୍ଜ ଛଉ ନୃତ୍ୟ ବହୁ ପୁରାତନ ଏହାର ଏକ ସ୍ୱତନ୍ତ୍ର ତା ରହିଛି। କଳା ନୈପୂଣ୍ୟ ଭରା ଏହି ନୃତ୍ୟ ଦର୍ଶକ ମାନଙ୍କ ଅନ୍ତରରେ ଗଭୀର ରେଖା ପାତ କରେ। ଏହି ଅବସରରେ ମୟୁରଭଞ୍ଜ ଛଉ ନୃତ୍ୟର ଉନ୍ନତି ଗବେଷଣା ପାଇଁ ୨କୋଟି ଅର୍ଥ ରାଶି ମଂଜୁର ହୋଇଛି ଅତିରିକ୍ତ ଆଉ ୩ କୋଟି ଅର୍ଥ ରାଶି ମଂଜୁର କରାଇବା ପାଇଁ ପ୍ରୟାସ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଚୈତ୍ର ପର୍ବ ର ଲୋଗ କୁ ଉଦଘାଟନ କରିଥିଲେ। ଆଜିର ଅନୁଷ୍ଠିତ ଉଦଘାଟ୍ସନୀ ଉତ୍ସବ ରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା ସୁନ୍ଦର ଓ ସାବଲୀଳ ଢଙ୍ଗରେ ମଞ୍ଚ ପରିଚାଳନା କରିଥିଲେ। ଏହାପରେ ଆଜିର କାର୍ଯ୍ୟକ୍ରମ ଅନୁଯାୟୀ ମୟୁରଭଞ୍ଜ ଛଉ ନୃତ୍ୟ ଇତିହାସ ଓ କଳା ନୈପୂଣ୍ୟ କୁ ନେଇ ଏକ କ୍ଷୁଦ୍ର ଚଳଚିତ୍ର ଓ ଲେଜର ଶୋ ପ୍ରଦର୍ଶିତ ହୋଇଥିଲା ଯାହାକି ଦର୍ଶକ ମାନଙ୍କ ହୃଦୟକୁ ଛୁଇଁଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ