ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗ, ଡା. କୃଷ୍ଣଚନ୍ଦ୍ର ମହାପାତ୍ର

Sep 9, 2025 - 05:48
 0  12
ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗ, ଡା. କୃଷ୍ଣଚନ୍ଦ୍ର ମହାପାତ୍ର

ବାରିପଦା ତା ୦୮-୦୯-୨୦୨୫ ରିଖ। ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ, ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକଙ୍କ ସମେତ ରଜନୀ କାନ୍ତ ବିଶ୍ୱାଳ ପ୍ରମୁଖ ଯୋଗଦାନ କରିଥିଲେ। ଉକ୍ତ ବୈଠକରେ ମୁଖ୍ୟତଃ ଜିଲ୍ଳାରେ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଏନଏଚଏଆଇ ଅଧୀନରେ ନିର୍ମାଣଧିନ ରାସ୍ତାଘାଟର ନିର୍ମାଣ କାର୍ଯ୍ୟ ସହିତ ଏହାର ରକ୍ଷଣା ବେକ୍ଷଣ ଉପରେ ସମୀକ୍ଷା କରିବା ସହିତ ପୂର୍ତ୍ତ,ଗ୍ରାମ୍ୟ ଉନ୍ନୟନ, ଆଇ ଟି ଡି ଏ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ତଥା ଭବିଷ୍ୟତରେ ହେବାକୁଥିବା ପ୍ରସ୍ତାବିତ ଜନ କଲ୍ୟାଣକାରୀ ପ୍ରକଳ୍ପ ଗୁଡିକର ରୋଡମେପ ଓ କାର୍ଯ୍ୟ ଖସଡ଼ା ସମ୍ପର୍କରେ ସମ୍ପୃକ୍ତ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ସମୀକ୍ଷା ସମୟରେ ବିଶେଷ କରି ଗମନାଗମନ ପାଇଁ ଲୋକ ମାନେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଥିବାରୁ ରାସ୍ତାଘାଟ ନିର୍ମାଣ କାର୍ଯ୍ୟରେ ମନ୍ଥର ଗତିର କାରଣ ପଚାରି ଥିଲେ। ନିର୍ମାଣଧିନ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ଦେଖାଦେଉଥିବା ଅନ୍ତରାୟ ଓ ପ୍ରତିବନ୍ଧକ ଗୁଡିକର କିପରି ସମାଧାନ ହେବ ସେ ବିଷୟରେ ବିଭାଗୀୟ ଅଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ତତ ସହିତ ବିଭିନ୍ନ ବିଭାଗର ସମନ୍ୱୟରେ କିପରି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ଧାର୍ଯ୍ୟ ଅବଧି ମଧ୍ୟରେ ସୁଚାରୁ ରୂପେ ସମ୍ପୂର୍ଣ୍ଣ ହେବ ସେ ବିଷୟରେ ସମୀକ୍ଷା କରିଥିଲେ। ଲଗାଣ ବର୍ଷା ହେତୁ ବର୍ତ୍ତମାନ ରାସ୍ତାଘାଟର ସ୍ଥିତି, ଲୋକମାନଙ୍କ ପାଇଁ ଯାତାୟାତ ସମସ୍ୟା ଏକ ମୌଳିକ ସମସ୍ୟା ଦେଖା ଦେଇଛି। ତେଣୁ ଗୁରୁତର ଭାବେ ନଷ୍ଟ ହୋଇଥିବା ରାସ୍ତା ଗୁଡିକର ନିର୍ମାଣ କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ ଦୁର୍ଗା ପୂଜା ପୂର୍ବରୁ ସମ୍ପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଂକୁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ ବ୍ୟତୀତ ନିର୍ମାଣ କାର୍ଯ୍ୟର ଉତ୍ତମ ମାନର ହେବା ଉଚିତ। ଏଥିରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ସ୍ପଷ୍ଠକ୍ତି କରିଥିବା ବେଳେ ଯେଉଁ ଠିକାଦାର ସଂସ୍ଥା ମାନେ ଧାର୍ଯ୍ୟ ଅବଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଦିଗରେ ଅବହେଳା ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ କଳା ତାଲିକା ଭୁକ୍ତ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି ଆଜିର ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ ଉପଖଣ୍ଡ ସ୍ତରୀୟ ଅଧିକାରୀ,ବିଭିନ୍ନ ଲାଇନ ବିଭାଗର ଅଧିକାରୀମାନଙ୍କ ସହ ବରିଷ୍ଠ ବିଜେପି ନେତା କାନ୍ଦ୍ରା ସୋରେନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ