।। ପୁଣି ଚିଟଫଣ୍ଡ ଠକେଇ ଅଭିଯୋଗ ।।

Mar 23, 2024 - 15:56
 0  10
।। ପୁଣି ଚିଟଫଣ୍ଡ ଠକେଇ ଅଭିଯୋଗ ।।

ରାୟଗଡା ସହରର ବିବେକାନନ୍ଦ ବିଦ୍ୟାଳୟ ନିକଟସ୍ତ କୋପରଟିଭି କୋଲନି ସାହିର ବାସିନ୍ଦା ମହିଳା ଓ ପୁରୁଷ ମାନେ ପ୍ରଥମେ ରାୟଗଡା ଭାରୋପ୍ରାପ୍ତ ପୋଲିସ ଅଧିକାରୀ ଙ୍କୁ ମିଶି ଅଭିଯୋଗ କରିଥିଲେ। ପୋଲିସ ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ, ସେମାନେ ସନ୍ଧ୍ୟା ପ୍ରାୟ 6 ଛଅଘଣ୍ଟା ସମୟରେ ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ ହୋଇ ଥିବା ଦେଖାଦେଇଛି। ସେମାନେ କହିବା ଅନୁଯାୟୀ ଦୀର୍ଘ ଚାରି ବର୍ଷ ହେଲା ବିଦ୍ୟୁତ୍ ବିଭାଗରେ ଅବସର ପ୍ରାପ୍ତ କର୍ମଚାରୀ ଶ୍ୟାମ ସୁନ୍ଦର କର ବାବୁଙ୍କ ସ୍ତ୍ରୀ ତୃପ୍ତି ରାଣୀ କର ନାମକ ମହିଳା ବୟସ ପ୍ରାୟ 50 ବର୍ଷ, ଉକ୍ତ ଅଞ୍ଚଳ ରେ ଚାରି ବର୍ଷ ହେଲା ବେଆଇନ୍ ଚିଟ୍ ଫଣ୍ଡ ସଂସ୍ଥା ଖୋଲି ଅନେକ ମହିଳା ମାନଙ୍କୁ ଅଧିକା ସୁଧ ଦେବୁ କହି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଖଟିଖିଆ ମହିଲଙ୍କ ଠାରୁ ଚିଟ ଫଣ୍ଡ ଟଙ୍କା ନେଇ ରାତା ରାତି ଚଂପଟ ମାରିଲେ। ନିଜସ୍ଵ ଘର ଦେଖାଇ କୋମଳ ବଚନ କହି ବାସିନ୍ଦା ମାନଙ୍କୁ ଭୁଆଁ ବୁଲେଇ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ସମସ୍ତ ଙ୍କ ପ୍ରାୟ 60 ଲକ୍ଷ ଟଙ୍କା ରୁ ଉର୍ଦ୍ଧ ଟଙ୍କା ଠକେଇ କରି ତୃପ୍ତି ରାଣୀ କର ଓ ରହି ଆସୁଥିବା ଘର ମଧ୍ୟ ବିକ୍ରି କରି ରାତାରାତି ଫେରାର ହୋଇ ଯାଇଥିବା ଅଭିଯୋଗ କରିଛନ୍ତି।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ