‘ପାହାଡ଼ି’ରେ ପ୍ରତିଭାର ପ୍ରତିଫଳନ, ଛାତ୍ରଛାତ୍ରୀଙ୍କ ସୃଜନଶୀଳତାକୁ ପ୍ରୋତ୍ସାହନ
ତୁମୁଡିବନ୍ଧ _22/09: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସୋମବାର ପ୍ରାଚୀର ପତ୍ରିକା ‘ପାହାଡ଼ି’ ଉନ୍ମୋଚିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ସୁନୀଲ କୁମାର ପାତ୍ରଙ୍କ ସଭାପତିତ୍ୱରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ହୋଇଥିଲା। ମୁଖ୍ୟ ଅତିଥି ଭାବେ ତୁମୁଡ଼ିବନ୍ଧ ଜଲେଶପଟ୍ଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଭିକାରୀ ବେହେରା ଯୋଗଦେଇ ଧୂପଦୀପ ପ୍ରଜ୍ଜ୍ୱଳନ କରି ‘ପାହାଡ଼ି’ ପ୍ରାଚୀର ପତ୍ରିକାର ଉନ୍ମୋଚନ କରିଥିଲେ। ଏହି ଅବସରରେ ଅଧ୍ୟକ୍ଷ ଡ଼ଃ ପାତ୍ର କହିଥିଲେ, ଛାତ୍ରଛାତ୍ରୀମାନେ ନିଜର ଶବ୍ଦ ସଂଯୋଜନା, ଚିନ୍ତାଧାରା ଓ ସୃଜନଶୀଳ ପ୍ରତିଭାକୁ ବିକଶିତ କଲେ ଭାଷା ଦକ୍ଷତା ହାସଲ କରିପାରିବେ। ଅନ୍ୟପଟେ ମୁଖ୍ୟ ଅତିଥି ଭିକାରୀ ବେହେରା ‘ପାହାଡ଼ି’ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ସହ ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବାରେ ସହାୟକ ହେବ ବୋଲି କହିଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପିକା ସୁନିତା ସାହୁଙ୍କ ତତ୍ତ୍ୱାବଧାନରେ ପ୍ରାଚୀର ପତ୍ରିକା ‘ପାହାଡ଼ି’ ପ୍ରସ୍ତୁତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟାପକ ଡ଼ଃ ସତ୍ୟରଞ୍ଜନ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0