।। ପାଟଣା ବଜାରରେ ଧୁମଧାମରେ ସଜେଇ ହୋଇଛି ମା କାଳୀ ପୂଜା ।

ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟରେ ଅନୁଷ୍ଠିତ ହେଉଥିବା ପାଟଣା ବଜାର ବଣିକ ସଂଘ 56 ତମ ମା କାଳୀ ପୂଜା ଅନୁଷ୍ଠିତ ହେଉଛି ଏହି ମା ଙ୍କ କାଳୀପୂଜା ପାଟଣା ବଜାରରେ ଥିବା ସମସ୍ତ ବଣିକ ମାନଙ୍କ ସହଯୋଗ ରେ ହୋଇଥାଏ ବହୁତ ସୁନ୍ଦର ସାଜସଜ୍ଜା ଓ ଆକର୍ଷଣୀୟ ତୋରଣ ଦ୍ବାରା ବଜାର ଅଞ୍ଚଳ ଝଟକି ଉଠିଥାଏ ପୂଜା କାର୍ଯ୍ୟ ରେ ବିଧି ମୁତାବକ ପଣ୍ଡିତ ଅନାଦି ମିଶ୍ର ଚଣ୍ଡି ପାଠ ସହିତ ପୂଜାର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବେ ମୁରଲୀଧର ବେହେରା ଓ ତାଙ୍କ ସହ ଧାର୍ମିଣୀ ପୂଜା କାର୍ଯ୍ୟ ସମ୍ପାଦନ କରିଛନ୍ତି ଏହି ମାଆଙ୍କ କାଳୀପୂଜା 5 ଦିନ ଧରି ଚାଲେ ସନ୍ଧ୍ୟା ହେଲେ ମାଆଙ୍କ ମେଢ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରୁ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି ସୋମବାର ସନ୍ଧ୍ୟାରେ ମେଲୋଡି କାର୍ଯ୍ୟକ୍ରମ ରହିଛି ମଙ୍ଗଳବାର ଦିନ ଭଷାଣି କାର୍ଯ୍ୟକ୍ରମ ରେ ରହିଛି ବୋଲି ବଣିକ ସଂଘ ସୂଚନା ଦେଇଛନ୍ତି ।
କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା
What's Your Reaction?






