।। ପବିତ୍ର ଶିବରାତ୍ର ପାଇଁ ଲକ୍ଷ୍ମୀପୁର ବ୍ଲକ ଉତ୍ସବ ।।

Mar 8, 2024 - 20:02
 0  11
।। ପବିତ୍ର ଶିବରାତ୍ର ପାଇଁ ଲକ୍ଷ୍ମୀପୁର ବ୍ଲକ ଉତ୍ସବ ।।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଉତ୍ସବ ମୁଖର ହୋଇ ଉଠିଛି। ବ୍ଲକ୍ ରେ ଥିବା ସମସ୍ତ ଶୈବପିଠରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା।ଖାସ କରି ମହିଳା ଭକ୍ତ ମାନେ ହାତରେ ଭୋଗ ଥାଳି ଧରି ସକାଳୁ ସକାଳୁ ମନ୍ଦିର ଆଗରେ ଲମ୍ବା ଲାଇନରେ ଛିଡା ହୋଇଥିଲେ।ଏହି ଦିନ ଶିବ ଭକ୍ତ ମାନେ ଉପବାସ ରହି ମହା ଦ୍ଵିପ ଉଠିବା ଜାଏଁ ଶିବ ଲିଙ୍ଗ ପାଖରେ ବସି ଶିବଙ୍କ ଉପାସନ କରିଥାନ୍ତି।ଏଇ କ୍ଷେତ୍ରରେ ବ୍ଲକ ସଦର ଶୈବପିଠ ସମେତ ଘୋଡା ଟିକିରି,ଧରଡା,କରଗୁଡା,କୁତୁକାଝୋଲା, ମଣ୍ଡଳଗୁଡା,କୁଟନିପଦର,ଖଜୁରିପୁଟ,ଆମ୍ବଳି ଆମ୍ବଗୁଡା ଆଦି ଶୈବ ପୀଠ ଠାରେ ଭକ୍ତ ମାନେ ରାତି ସାରା ଉଜାଗର ରହିବା ପାଇଁ ଭଜନ କିର୍ତ୍ତନ ସହ ଦେସିଆ ନାଟର ବ୍ୟବସ୍ଥା କରା ଜାଇଥିଲା ବେଳେ ମନ୍ଦିର ପାଖ ଝାଞ୍ଜ ମୃଦଙ୍ଗ ଶବ୍ଦରେ କମ୍ପି ଉଠିଥିଲା। ରାତି ୧୨ଟା ପର୍ଯ୍ୟନ୍ତ ମହାଦିପ ଉଠିବା ଜାଏଁ ଭକ୍ତ ମାନେ ଜଗି ରହିଥିଲେ।ସକାଳୁ ରାତି ପର୍ଯ୍ୟନ୍ତ ଶୈବପିଠକୁ ଭକ୍ତଙ୍କ ଚଳପ୍ରଚଳ ଲାଗି ରହିଥିଲା।ଫଳରେ ସାରା ବ୍ଲକ ଚଳ ଚଞ୍ଚଳ ହୋଇ ଉଠିଥିବା ବେଳେ ଏକ ଆଧ୍ୟାତ୍ମିକ ପରିବେଶ ଶୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା।ଏଇ କ୍ଷେତ୍ରରେ କିଛି ଛୋଟିଆ ମୋଟିଆ ବେପାରି ମାନେ ମଧ୍ୟ ଭଲ ଦୁଇ ପଇସା ରୋଜଗାର କରିଥିଲେ। ହିନ୍ଦୁ ଧର୍ମ ଅନୁଜାଇ ଫାଲ୍ଗୁନ କୃଷ୍ଣପକ୍ଷ ଚତୁର୍ଦ୍ଧଶୀ ତିଥିର ରାତିରେ ଶିବରାତ୍ରୀ ପାଳନ ହୁଏ। ପୁରାଣରେ ଲେଖା ଅଛି ଦେବ ଓ ଅସୁର ମାନଙ୍କ ମଧ୍ୟରେ ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ବିଷ ପାନ କରି ସୃଷ୍ଟି ରକ୍ଷା କରିଥିଲେ।ହେଲେ ସେଇ ବିଷ ପାନ ପରେ ସିଏ ବେହୋସ୍ ହୋଇ ପଡ଼ିଥିଲେ।ଏନେଇ ସାରା ପୃଥିବୀ ଚିନ୍ତାରେ ପଡିଯାଇଥିଲା।ଦେବତା ଗଣ ଓ ଭକ୍ତ ଗଣ ତାଙ୍କୁ ହୋସ୍ ରେ ଫେରିବା ଯାଏଁ ଅଖଣ୍ଡ ଦ୍ଵୀପ ଜାଳି ରାତି ସାରା ଅପେକ୍ଷାରେ ବସିଥିଲେ।ସେହି ଦିନକୁ ମନେ ପକାଇ ଶିବରାତ୍ରି ପାଳନ ହେଇ ଆସୁଛି।

ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ