ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ ତମ ଜନ୍ମ ଜୟନ୍ତି ପାଳନ

May 6, 2025 - 21:09
 0  39
ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ ତମ ଜନ୍ମ ଜୟନ୍ତି ପାଳନ

ଖୁଣ୍ଟା। ତା:୦୫/୦୫/୨୦୨୫ ରିଖ ସୋମବାର ଦିନ ଖୁଣ୍ଟା ବ୍ଲକ ଅନ୍ତର୍ଗତ ବାହାନଡା ପଞ୍ଚାୟତ ର ସାର୍ନା ସାନ୍ତାଳୀ ଶିକ୍ଷା କେନ୍ଦ୍ର ଅଁଳାଶୁଳିରେ ସାନ୍ତାଳୀ ଭାଷା ଅଲ୍‌ଚିକି ଲିପିର ପ୍ରତିଷ୍ଠାତା ପଣ୍ଡିତ ରଘୁନାଥ ମୁର୍ମୁଙ୍କର ୧୨୦ ତମ ଜନ୍ମ ବାର୍ଷିକ ଉତ୍ସବ ପାଳନ କରାଯାଇଅଛି। ଉକ୍ତ ଜନ୍ମ ଦିବସ ପାଳନ ଅବସରରେ ଅଁଳାଶୁଳି ଗ୍ରାମର ମୁରବି ରାମଚନ୍ଦ୍ର ହାଁସଦା ପତାକା ଉତ୍ତଳନ କରି ଛାତ୍ର ଛାତ୍ରୀ ମାନେ ସାନ୍ତାଳି ଜାତୀୟ ସଂଗିତ ଗାନ କରିଥିଲେ। ଅଁଳାଶୁଳି ଗ୍ରାମର ନାୟକେ ବାବା(ପୁରହିତ)ଲବକିଶୋର ଟୁଡୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତି ମୂର୍ତ୍ତିରେ ଫୁଲ ମାଳ ଅର୍ପଣ କରିବା ସହିତ ସ୍ବାଧିନତା ସଂଗ୍ରାମି ବୀର୍‌ ସହିଦ୍‌ ସିଦ ମୁର୍ମୁ,କାହ୍ନୁ ମୁର୍ମୁ,ଚାନ୍ଦ୍‌ ମୁର୍ମୁ,ଭାୟର ମୁର୍ମୁ,ଫୁଲ ମୁର୍ମୁ,ଝାନ ମୁର୍ମୁ,ତିଲ୍‌କା ମୁର୍ମୁ ଏବଂ ବିର୍ଶା ମୁଣ୍ଡାଙ୍କ ଫଟରେ ଫୁଲ ମାଳ ଦେବା ସହିତ ପୂଜା ଅର୍ଚନା କରିଥିଲେ। ପୂଜା କାର୍ଯ୍ୟ ସରିବା ପରେ ସାର୍ନା ସାନ୍ତାଳି ଶିକ୍ଷା କେନ୍ଦ୍ର ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉଦୟ ନାଥ ହେମ୍ବ୍ରମଙ୍କ ଦ୍ବାରା ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ପ୍ରଧାନ ଶିକ୍ଷକ ବକ୍ତବ୍ୟ ରେ କହିଥିଲେ ଯେ,ଅଲ୍‌ ଚିକି ବିନା ସାନ୍ତାଳି ଭାଷା ଜିବିତ ରହି ପାରିବ ନାହଁ ଏବଂ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନ କାହାଣି ପ୍ରକାଶ କରିଥିଲେ। ଅ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ