ପଡିଆ ବ୍ଲକର ୧୦୭ ଅଙ୍ଗନବାଡ଼ି କେନ୍ଦ୍ରରେ ‘ଅଙ୍ଗନ କା ଉତ୍ସବ’ ପାଳିତ।
ପଡିଆ, ୨୭/୦୯(ସ ମି ସ): ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକର ସମସ୍ତ ୧୦୭ଟି ଅଙ୍ଗନବାଡ଼ି କେନ୍ଦ୍ରରେ ‘ଅଙ୍ଗନ କା ଉତ୍ସବ’ କାର୍ଯ୍ୟକ୍ରମ ହୋଇଯାଇଛି। ପଡିଆ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ରିନା ରାଣୀ ରାଉତଙ୍କ ନେତୃତ୍ୱରେ ବିଭିନ୍ନ ଅଙ୍ଗନବାଡ଼ୀ କେନ୍ଦ୍ରରେ ସ୍ଥାନୀୟ ଭାବେ ଉପଲବ୍ଧ ପୌଷ୍ଟିକ ଖାଦ୍ୟର ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ଶାଗ, ଡାଲି, ମାଣ୍ଡିଆ ଓ ସ୍ଥାନୀୟ ଖାଦ୍ୟ ସାମଗ୍ରୀର ବ୍ୟବହାର ଏବଂ ଖାଦ୍ୟରେ ବିବିଧତାର ଗୁରୁତ୍ୱ ସମ୍ପର୍କରେ ମହିଳା ଓ ପରିବାର ସଦସ୍ୟଙ୍କୁ ସଚେତନ କରାଯାଇଥିଲା। ସ୍ଥାନୀୟ ଭାବେ ମିଳୁଥିବା ପୌଷ୍ଟିକ ଖାଦ୍ୟକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରି ପରିବାରର ପୋଷଣ ସ୍ଥିତିରେ ସୁଧାର ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହା ସହିତ ପରିବାରର ଉତ୍ତମ ପୋଷଣ ଓ ରୋଷେଇ କାର୍ଯ୍ୟରେ ପୁରୁଷଙ୍କ ଭୂମିକା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ପୁରୁଷମାନେ ନିଜେ ରୋଷେଇ କରିବା ଏବଂ ପରିବାରର ମହିଳା ଓ ଶିଶୁଙ୍କ ପୋଷଣ ଯତ୍ନରେ ସକ୍ରିୟ ଭାବେ ସହଯୋଗ କରିବାକୁ ଆହ୍ୱାନ କରାଯାଇଥିଲା। ଅଙ୍ଗନବାଡ଼ି କର୍ମୀ, ସହାୟିକା ଓ ସ୍ଥାନୀୟ ମହିଳାମାନଙ୍କ ସହଯୋଗରେ ଆୟୋଜିତ ଏହି ଉତ୍ସବ ମାଧ୍ୟମରେ ପରିବାରର ପୋଷଣରେ ପୁରୁଷଙ୍କ ସହଭାଗିତାର ବାର୍ତ୍ତା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ଲକ ସ୍ତରରେ ବ୍ଲକ ପୋଷଣ ସଂଯୋଜକ ଚୀନାମ ଅଲିଲୁୟା ତଦାରଖ କରିଥିବା ବେଳେ ଶିମିଳିବାଞ୍ଛା ସୁପରଭାଇଜର ପ୍ରତିମା ସାହୁ, ବୃନ୍ଦାବତୀ ହରିଜନ, ରମ୍ଭା ଖରା ଓ ସଞ୍ଜୀତ ମଣ୍ଡଳ ପ୍ରମୁଖ ସହଯୋଗ କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0