ପଞ୍ଚାୟତ ସ୍ତରୀୟ କଂଗ୍ରେସ ସଂଗଠନ କର୍ମୀ ଚୟନ ଏବଂ ଦଳ ସୁଦୃଢ କରିବା ପାଇଁ ବୈଠକ

Jun 30, 2026 - 21:09
 0  32
ପଞ୍ଚାୟତ ସ୍ତରୀୟ କଂଗ୍ରେସ ସଂଗଠନ କର୍ମୀ ଚୟନ ଏବଂ ଦଳ ସୁଦୃଢ କରିବା ପାଇଁ ବୈଠକ

ଦାରିଙ୍ଗବାଡି ୩୦/୦୬/୦୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା)କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଦନେକବାଡ଼ି ପଞ୍ଚାୟତ ଅନ୍ତର୍ଗତ ପାଡାନକେତା ଗ୍ରାମରେ ଏକ କଂଗ୍ରେସ ଦଳ ସୁଦୃଢ କରିବା ପାଇଁ ଗୋଟିଏ ବୈଠକ ଅନୁଷ୍ଠିତ ହୋଇଥିଲା I ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡି ବ୍ଲକ କଂଗ୍ରେସ ସଭାପତି ଜିରୀମୀୟ ପ୍ରଧାନ, ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀର ସହ ବିଧାୟକ ପ୍ରମୋଦ କୁମାର ଦିଗାଲ, ବ୍ଲକ୍ କଂଗ୍ରେସ ସଂପାଦକ ସିମାଞ୍ଚଳ ନାୟକ,ଉପସଭାପତି ତ୍ରିନାଥ ପ୍ରଧାନ , ସିଆଙ୍ଗବାଲି ସରପଞ୍ଚ ଆନ୍ଦ୍ରିକ୍ ପ୍ରଧାନ, ବ୍ଲକ୍ କମିଟି ସଦସ୍ୟ ଶିଶିର ସୁନାମାଝି, ଚିତ୍ରସେନ ନାୟକ, କୁକୁମନ୍ତ୍ରୀ ଙ୍କ ଉପସ୍ଥିତରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା I ଯେପରି ଦଳ ପକ୍ଷରୁ ଦୁର୍ବଳତା କୌଣସି କର୍ମୀ ମାନେ ନ ହୁଅନ୍ତି ଏମାନଙ୍କ ଦେଖାଶୁଣା କରିବା ପାଇଁ ପଞ୍ଚାୟତରେ ଗୋଟିଏ ସଂଗଠନ ପକ୍ଷରୁ କର୍ମୀ ଚୟନ କରିଥିଲେ I ଦନେକବାଡ଼ି ପଞ୍ଚାୟତ ସଭାପତି ରାଜନ ପ୍ରଧାନ, ସଂପାଦକ ଜୟନ୍ତ ପ୍ରଧାନ, ପାଡାନକେତା ବୁଥ୍ ସଭାପତି ଦନେକା ପ୍ରଧାନ, ରଞ୍ଜିତ ପ୍ରଧାନ ,ପେଟୁମାହାରେ ପ୍ରଭାତ ପ୍ରଧାନ,ଦନେକବାଡ଼ି ଚୁନୁ ପ୍ରଧାନ, ଏମାନଙ୍କ ସମେତ ଦନେକବାଡ଼ି ପଞ୍ଚାୟତର ୧୧ଗୋଟି ୱାର୍ଡରେ ଥିବା ୱାର୍ଡ ମେମ୍ବର ମାନଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା I ଆପଣ ମାନେ ଜାଣିଛନ୍ତି ବହୁ କାଳ ହେଲା ଜାତୀୟ କଂଗ୍ରେସ ଦଳର ଚିହ୍ନ ହାତ ଚିହ୍ନ ହୋଇଥିବା ବେଳେ ଏହି ଦଳକୁ ବିବ୍ରାଟ କରି ନୂତନ ଜନତା କଂଗ୍ରେସ ପାର୍ଟି ଗଠନ କରି ଜାତୀୟ କଂଗ୍ରେସ ଦଳକୁ ଭାଗ ଭାଗ କରୁଥିବା କର୍ମୀ ମାନଙ୍କ ପ୍ରତି ସତର୍କ ରହିବାକୁ ଲୋକଙ୍କୁ ସଚେତନ କରିବା ନେଇ ଆଲୋଚନ କରାଯାଇଥିଲା I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ