ନେପାଳ ଯାତ୍ରା ପରେ ବାରିପଦାର ଡ୍ରାଇଭର ସନ୍ଦେହଜନକ ଭାବେ ନିଖୋଜ;ମାଲିକଙ୍କ ବିରୋଧରେ ଏସପିଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ
ବାରିପଦା ତା ୨୧/୯() ନେପାଳ ଗସ୍ତ ପରେ ବାରିପଦା ସହରର ଜଣେ ଯୁବ ଡ୍ରାଇଭର ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିବା ବେଳେ ତାଙ୍କ କୌଣସି ପତ୍ତା ନମିଳିବାରୁ ପରିବାର ଲୋକେ ଗଭୀର ଆଶଙ୍କା ପ୍ରକଟ କରିଛନ୍ତି। ନିଖୋଜ ଡ୍ରାଇଭରଙ୍କ ପତ୍ନୀ ଗାଡ଼ି ମାଲିକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ସ୍ୱାମୀଙ୍କୁ ଖୋଜି ବାହାର କରିବା ଓ ଘଟଣାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୟୂରଭଞ୍ଜ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗରୁ ପ୍ରକାଶ ଯେ, ବାରିପଦା ଟାଉନ ଥାନା ଅନ୍ତର୍ଗତ ରଘୁନାଥପୁର ୱାର୍ଡ ନଂ ୨୨ର ବାସିନ୍ଦା ଚମ୍ପା ସିଂହ (୩୦)ଙ୍କ ସ୍ୱାମୀ ପପୁ ସିଂହ ଜଣେ ପେଶାଦାର ଡ୍ରାଇଭର। ଗତ ୦୯/୦୯/୨୦୨୬ ତାରିଖ ଦିନ ୧୨ଟା ବେଳେ ବାରିପଦାର ଅର୍ଜୁନ କୁମାର ସିଂହ ନାମକ ଜଣେ ଗାଡ଼ି ମାଲିକ ପପୁଙ୍କ ଘରକୁ ଆସି ତାଙ୍କ ଟାଟା ଇଣ୍ଟ୍ରା ଗାଡ଼ି (ନଂ ଓଡି ୧୧ ଏବି ୨୪୮୭) ଯୋଗେ ନେପାଳ ଯିବା ପାଇଁ ଡ୍ରାଇଭର ଭାବେ ତାଙ୍କୁ ସାଙ୍ଗରେ ନେଇଥିଲେ। ବାରିପଦାସ୍ଥିତ ୫ମ ବାଟାଲିୟନର ଜଣେ କର୍ମଚାରୀଙ୍କ ଆସବାବପତ୍ର ନେବା ତଥା ତାଙ୍କୁ ଛାଡ଼ିବା ଉଦ୍ଦେଶ୍ୟରେ ଗାଡ଼ି ମାଲିକ ଅର୍ଜୁନ ସିଂହ ଓ ଡ୍ରାଇଭର ପପୁ ସିଂହ ଉଭୟ ନେପାଳ ଅଭିମୁଖେ ଯାଇଥିଲେ। ଗତ ୧୨/୦୬/୨୦୨୬ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୧୫ ମିନିଟରେ ପପୁ ଘରକୁ ଫୋନ କରି ବିହାରରୁ ବାରିପଦା ଫେରୁଥିବା କଥା ପତ୍ନୀଙ୍କୁ ଜଣାଇଥିଲେ। ମାତ୍ର କିଛି ସମୟ ପରେ, ସନ୍ଧ୍ୟା ୬ଟା ୪୨ ମିନିଟରେ ପପୁଙ୍କ ମୋବାଇଲରୁ ପୁନର୍ବାର ପତ୍ନୀଙ୍କ ନିକଟକୁ ଏକ କଲ ଆସିଥିଲା। ସନ୍ଧ୍ୟା ଫୋନ ଉଠାଇବା ପରେ ସେପଟୁ କଲଟି ହୋଲ୍ଡରେ ଥିବା ପରି ଜଣାପଡ଼ିଥିଲା ଏବଂ ସେପଟୁ ପପୁ କଥା ନହୋଇ ଅନ୍ୟ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିର ଶବ୍ଦ ଶୁଣାଯାଇଥିଲା। ସେହି ସମୟରେ ମାଲିକ ଅର୍ଜୁନ କୁମାର ସିଂହ ଓ ପପୁଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ଚାଲିଥିବା ଶୁଣିବାକୁ ମିଳିଥିଲା। ଅର୍ଜୁନ ପପୁଙ୍କୁ ତୁ ଟେନସନ ନେନା, ତୁ ରାଜ ନିବାସ ଚାଲ ବୋଲି କହୁଥିବା ବେଳେ ପପୁ ମୋତେ ରାଜ ନିବାସରେ ଜଣେ ନିଶାଗ୍ରସ୍ତ ଲୋକ ମାରିବାକୁ ଗୋଡ଼ାଉଛି ବୋଲି କହୁଥିବା ତାଙ୍କ ପତ୍ନୀ ଶୁଣିଥିଲେ। ଏହାପରେ ସନ୍ଧ୍ୟା ୬ଟା ୪୪ ମିନିଟରୁ ପପୁଙ୍କ ଫୋନ ସୁଇଚ ଅଫ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ଘଟଣା ଆହୁରି ରହସ୍ୟମୟ ରୂପ ଧାରଣ କରିଥିଲା। ଗତ ୧୩/୦୬/୨୦୨୬ ତାରିଖରେ ମାଲିକ ଅର୍ଜୁନ ଗୁଲୁଟୁ ନାମକ ଡ୍ରାଇଭର ଜରିଆରେ ପପୁଙ୍କ ବ୍ୟାଗଟି ତାଙ୍କ ଘରକୁ ପଠାଇ ଦେଇଥିଲେ। ସେହି ଦିନଠାରୁ ମାଲିକ ଅର୍ଜୁନ କୌଣସି ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି କିମ୍ବା ପପୁଙ୍କ ସମ୍ପର୍କରେ କୌଣସି ସହଯୋଗ କରୁନାହାନ୍ତି। ମାଲିକଙ୍କ ଏଭଳି ସନ୍ଦିଗ୍ଧ ଆଚରଣ ଯୋଗୁଁ ତାଙ୍କ ଉପରେ ଦୃଢ଼ ସନ୍ଦେହ ପ୍ରକାଶ କରି ସନ୍ଧ୍ୟା ସିଂହ ଗତ 15/09/2026 ରିଖରେ ଭଞ୍ଜପୁର ଥାନାରେ ଏତେଲା ଦାଖଲ କରିଥିଲେ. ତେବେ ଅଦ୍ୟାବଧି ସ୍ୱାମୀଙ୍କ କୌଣସି ଖବର ନମିଳିବାରୁ ଆଜି ମୟୂରଭଞ୍ଜ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ନିଜ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ଘଟଣାର ତୁରନ୍ତ ନିରପେକ୍ଷ ତଦନ୍ତ କରିବା ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0