ନୂଆପଡା ଜିଲ୍ଲାରେ "ଏକ୍ ପେଡ ମା କେ ନାମ୍ " କାର୍ଯ୍ୟକ୍ରମରେ ଏକ ଦିନ ରେ ଲାଗିଲା ୫ ଲକ୍ଷ ୭୨ ହଜାର ଗଛ

Sep 18, 2025 - 05:12
 0  7
ନୂଆପଡା ଜିଲ୍ଲାରେ "ଏକ୍ ପେଡ ମା କେ ନାମ୍ " କାର୍ଯ୍ୟକ୍ରମରେ ଏକ ଦିନ ରେ ଲାଗିଲା ୫ ଲକ୍ଷ ୭୨ ହଜାର ଗଛ

ନୂଆପଡା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିବସ ଉପଲକ୍ଷେ "ଏକ୍ ପେଡ ମା କେ ନାମ୍ " କାର୍ଯ୍ୟକ୍ରମରେ ଆଜି ନୂଆପଡା ଜିଲ୍ଲାରେ ୫,୭୨,୪୦୭ ବୃକ୍ଷ ରୋପଣ କରାଯାଇଛି l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିଲା l ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ୍ ଏଥିପାଇଁ ଆବଶ୍ୟକ ଚାରା ଯୋଗାଇ ଦେଇଥିଲେ l ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି ହରେକୃଷ୍ଣ ଚାନ୍ଦ ହାଁସଦା ୩୧,୦୭୫ କଲମୀ ଆମ୍ବ ଚାରା ଯୋଗାଇ ଥିଲେ l ଘାଟିପଡ଼ା ଠାରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଉପାଧ୍ୟକ୍ଷା ଦୀପିକା ଦୀପ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ଡି ଏଫ୍ ଓ, ଏସ୍ ପି ଅମୃତପାଲ୍ ସିଂ, ସି ଆର୍ ପି ଏଫ୍ କମାଣ୍ଡାଣ୍ଟ ଏରିକ ଗିଲବର୍ଟ୍ ଯୋଶ୍, ସ୍ୱେଚ୍ଛାସେବୀ ମହେନ୍ଦ୍ର ଯୋଶୀ ପ୍ରମୁଖ ଯୋଗଦେଇ ବିଜୁ ଏକ୍ସପ୍ରେସୱେ ଏବଂ ନିକଟସ୍ଥ ପଡ଼ିଆରେ ବ୍ୟାପକ ବୃକ୍ଷରୋପଣ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସମଗ୍ର ଜିଲ୍ଲା ବୁଲି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ତଦାରଖ କରିଥିଲେ l ଏଥିରେ ଜିଲ୍ଲାର ସମସ୍ତ ବିଭାଗ,କାର୍ଯ୍ୟାଳୟ ,ବ୍ଲକ୍, ତହସିଲ, ବିଜ୍ଞାପିତ ଅଞ୍ଚଳ ପରିଷଦ,ବିଦ୍ୟାଳୟ, ମହାବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର ଅଂଶ ଗ୍ରହଣ କରିଥିଲେ l ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଆଶାତୀତ ସଫଳ କରି ମେରି ଲାଇଫ ପୋର୍ଟାଲ ରେ ଅପ୍ ଲୋଡ୍ କରି ଥିବାରୁ ଜିଲ୍ଲାପାଳ ସମସ୍ତ ଜନ ପ୍ରତିନିଧି, ଅଧିକାରୀ , କର୍ମଚାରୀ ଏବଂ ଜନ ସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗୋଟିଏ ସବୁଜ ସୁନ୍ଦର ,ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ହିସାବରେ ନୂଆପଡା ଜିଲ୍ଲା ରାଜ୍ୟ ତଥା ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି l

ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ