ନୂଆପଡା ଜିଲ୍ଲାପାଳ ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ସହିତ ପ୍ରକାଶିତ କଲେ ଚିଠା ଭୋଟର୍ ତାଲିକା

Sep 15, 2025 - 20:13
 0  41
ନୂଆପଡା ଜିଲ୍ଲାପାଳ ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ସହିତ ପ୍ରକାଶିତ କଲେ ଚିଠା ଭୋଟର୍  ତାଲିକା

ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ସହିତ ଚିଠା ଭୋଟର୍ ତାଲିକା ଆଜି ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରକାଶିତ କରିଛନ୍ତି l ସୂଚନାଯୋଗ୍ୟ ଯେ ନୂଆପଡା ବିଧାନ ସଭା ମଣ୍ଡଳୀ (Assembly Constituency) ୭୧- ନୂଆପଡା,୧୧- କଳାହାଣ୍ଡି ପାର୍ଲିଆମେଣ୍ଟରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଟେ। ନୂଆପଡା ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେ ମୋଟ ୩୫୮ ଗୋଟି ଭୋଟ କେନ୍ଦ୍ର ଅଛି।ନୂଆପଡା ବିଧାନ ସଭାର ସର୍ବମୋଟ ଭୋଟର ସଂଖ୍ୟା ୨୪୮୨୫୬ l ଏଥିରୁ ପୁରୁଷ ଭୋଟର ସଂଖ୍ୟା ୧୨୨୧୦୩ , ମହିଳା ଭୋଟର ସଂଖ୍ୟା ୧୨୬୧୩୨ ଏବଂ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୨୧ ଅଟେ l ଏଠାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୫, ୧୫ ଅକ୍ଟୋବର ରୁ ଆରମ୍ଭ ହୋଇ ୨୯ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ l ଭୋଟର ତାଲିକାରେ ନାମ ପଞ୍ଜିକରଣ, ନାମଯୋଗ ପାଇଁ ଫର୍ମ ନ ୬, ତାଲିକା ରେ ଥିବା ନାମ କାଟିବା ପାଇଁ ଫର୍ମ ୭ ଏବଂ ନାମ/ତଥ୍ୟ/ ଫଟୋ/ ଠିକଣା/ବିବରଣୀ/ତ୍ରୁଟି ସଂଶୋଧନ ପାଇଁ ଫର୍ମ ନ ୮ ରେ ଆବେଦନ କରିପାରିବେ।ଅନଲାଇନ୍‌ରେ ପଞ୍ଜିକରଣ କରିବା ପାଇଁ Voter Help Line mobile App VHAର ସାହାଯ୍ୟ ନେଇ ପାରିବେ Voters.eci.gov.in ଜରିଆରେ ଆବେଦନ କରିପାରିବେ। ଅନ୍ ଲାଇନ୍‌ରେ ପଞ୍ଜିକରଣ ପାଇଁ Voter Helpline (mobile app) ର ସହାୟତା ନିଆଯାଇ ପାରେ l ଭୋଟର ମାନଙ୍କ ପାଇଁ ଅଲ ଇନ୍ ୱାନ୍ ସାଥି ଭୋଟର୍ ହେଲ୍ପ ଲାଇନ୍ - Voter Helpline App (VHA) ରହିଛି ଯେଉଁଥିରେ ପଞ୍ଜିକରଣ ଠାରୁ ଆରମ୍ଭ କରି ସଂଶୋଧନ ପର୍ଯ୍ୟନ୍ତ ଭୋଟରଙ୍କ ସମସ୍ତ ଆବଶ୍ୟକତା ପାଇଁ ୱାନ ଷ୍ଟପ ସମାଧାନ ହିସାବରେ କାମ କରିବ l ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରି କହିଲେ ଯେ ଆଜି ହିଁ Voter Helpline App (VHA) ଡାଉନ୍ ଲୋଡ୍ କରି ଗଣତନ୍ତ୍ରରେ ଅଂଶଗ୍ରହଣ କରନ୍ତୁ। ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଅତିରିକ୍ତ ନିର୍ବାଚନ ଅଧିକାରୀ ସୁବାଷ ଚନ୍ଦ୍ର ରଇତ , ଉପ ଜିଲ୍ଲାପାଳ ତଥା ଇ ଆର୍ ଓ, ସୁର୍ମି ସୋରେନ୍, ନିର୍ବାଚନ ଡେପୁଟୀ କଲେକ୍ଟର ସେଖ ନସିମ, ବିଡ଼ିଓ କୋମନା ସର୍ବେଶ୍ଵର ଜାଲ, ତହସିଲଦାର ନୂଆପଡା ପ୍ରଣବ ରଞ୍ଜନ ସାହୁ, ଜିଲ୍ଲା ବିଜେପି ସଭାପତି କମଲେଶ କୁମାର୍ ଦୀକ୍ଷିତ, ଆଇ ଏନ ସି ରୁ ଅଭୟ ଶଙ୍କର ଯୋଶୀ, ଦେବଦତ୍ତ ଦୀକ୍ଷିତ, ବିଜୁ ଜନତା ଦଳ ରୁ ରମାକାନ୍ତ ଠାକୁର , ଆପ୍ ରୁ ଲକ୍ଷ୍ମିକାନ୍ତ ତାଣ୍ଡି ପ୍ରମୁଖ ଯୋଗଦେଇଥିଲେ l

 ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ