ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ

Aug 6, 2026 - 21:15
 0  4
ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ:  ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ

ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ ନୂଆପଡ଼ା ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ କୋମନା ଥାନା ଅନ୍ତର୍ଗତ ଦେଓଧରା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ନୂଆପଡ଼ା ଅବକାରୀ ରେଞ୍ଜ ପକ୍ଷରୁ ସ୍ୱତନ୍ତ୍ର ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୩୦ ଲିଟର ବିୟର, ୧୦ ଲିଟର ମଦ (IMFL), ୮ ଲିଟର ଆଇ.ଡି. ମଦ, ୨୩ ଲିଟର ଓ.ଏସ୍. ମଦ ଏବଂ ୧୫୦ ଲିଟର ଖଜୁରୀ ତାଡ଼ି ଜବତ କରାଯାଇଥିଲା। ଏହି ଘଟଣାରେ ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଛି। ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ହୀରାବତୀ ଥାଟି, ଅବକାରୀ ଉପ-ନିରୀକ୍ଷକ ବୃନ୍ଦାବତୀ ଭୁଆ, ମଙ୍ଗଳ ଛତ୍ରିଆ ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ସାମିଲ ହୋଇଥିଲେ। ଜିଲ୍ଲାରେ ବେଆଇନ ମଦ କାରବାର ଓ ଚୋରାଚାଲାଣ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଏଭଳି ସ୍ୱତନ୍ତ୍ର ଚଢ଼ାଉ ଓ କଡ଼ା କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ