ନିଆଁରେ ପୋତି ଘଟଣା ; ସ୍ବାମୀଙ୍କ ପରେ ପରେ ଆଖୁ ବୁଜିଲେ ସ୍ତ୍ରୀ
କୋଲାବିରା, ୨୮ ।୧୨(ଫାଷ୍ଟ ନ୍ୟୁଜ ଓଡିଶା): ବିଧିର ବିଧାନ ବିଚିତ୍ର । ବାହା ବେଦିରେ ଅଗ୍ନୀକୁ ସାକ୍ଷୀ ରଖି ଇହକାଳ ପରକାଳର ସାଥିହୋଇ ରହିବାର ଶପଥ ନେଇଥିବା ଦମ୍ପତି ଆଜି ସତରେ ସାଥିହୋଇ ଚାଲିଗଲେ । ଦୁର୍ଭାଗ୍ୟ କ୍ରମେ ଗ୍ୟାସ ନିଆଁରେ ପୋଡି ହୋଇ ଗୁରୁତର ଆହତ ହୋଇଥିବା ଝାରସୁଗୁଡା ଜିଲ୍ଲାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ କୋଲାବିରା ଶକୁନ୍ତଲା ହୋଟେଲର ମାଲିକ ଦମ୍ପତି ସୁରେନ୍ଦ୍ର ଟଣକାର ଓ ତାଙ୍କ ଧର୍ମପତ୍ନୀ ପୁଷ୍ପଲାତା ଟଣକାରଙ୍କ ଆଗପଛ ହୋଇ ଦୁଇଦିନ ମଧ୍ୟ ରେ ପରଲୋକ ଘଟିଛି । ୨୫ ତାରିଖ ଗୁରୁବାର ଭୋରରୁ ନିଆଁ ଜନିତ ଦୁର୍ଘଟଣାର ଶିକାର ହୋଇଥିବା ଉଭୟଙ୍କୁ ରାଉରକେଲା ଆଇଜିଏଚ ରେ ଚୁକିତ୍ସାପାଇଁ ଭର୍ତି କରାଯାଇଥିଲା ତେବେ ୨୪ ଘଂଟା ମଧ୍ୟରେ ସ୍ବାମୀ ସୁରେନ୍ଦ୍ରଙ୍କ ୨୬ ତାରିଖ ଶୁକ୍ରବାର ସକାଳୁ ନିଧନ ହୋଇଥିବା ବେଲେ ଦିନକ ପରେ ଅର୍ଥାତ ରବିବାର ସଂଧ୍ୟାରେ ସ୍ତ୍ରୀ ପୁଷ୍ପଲତାଙ୍କ ଅକାଳ ବିୟୋଗ ଘଟିଛି । । ଏହି ଲୋମ ଟାଙ୍କୁରା ଘଟଣା ସମ୍ପର୍କିୟ ତଥା ଶୁଭେଙ୍କୁ ମର୍ମାହତ କରିବୋଲିଛି । ଶୋକରେ ବୁଡିଯାଇଛି କୋଲାବିରା ଅଂଚଳ । ଏପରି ଏକ କଷ୍ଟ ଦାୟକ ତଥା ନିୟତି ର ନିଷ୍ଠୁର ନିଷ୍ପତି ଲୋକଙ୍କ ମନରେ ଗଭିର ଆଘାତ ଦେଇଛି । ଜନସାଧରଣ ସହଜରେ ଗ୍ରହଣ କରିପାରୁନାହାନ୍ତି ଏପରି ଜଣେ ସହଜ ଜୀବନ ଯାପନ କରୁଥିବା ସମାଜସେବୀ ପରୋପକାରୀ ଦମ୍ପତିଙ୍କ ଅନୁପସ୍ଥିତିକୁ । ସୋମବାର ରାଉରଲେଲାରୁ ମର ଶରୀର କୋଲାବିରା ଅଣାଜିବା ପରେ ଗାଁ ମଶାଣୀରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ଅଦିନରେ ମୃତ୍ୟୁ ବରଣ କରିଥିବା ସୁରେନ୍ଦ୍ର ଜିଲ୍ଲାର ଜଣେ ଜଣାଶୁଣା ବିଶିଷ୍ଟ ହୋଟେଲ ବ୍ୟବସାୟୀ । ହୋଟେଲ ବ୍ୟବସାୟ ସାଙ୍ଗକୁ ତାଙ୍କର ଟ୍ରାନ୍ସପୋର୍ଟ ବ୍ୟବସାୟ ମଧ୍ୟ ରହିଛି । ସେଜଣେ ପରୋପକାରୀ ଏବଂ ଧର୍ମପରାୟଣ ବ୍ୟକ୍ତି ଭାବରେ ଅଂଚଳର ଜନସାଧାରଣଙ୍କ ନିକଟରେ ଚିର ପରିଚିତ । ସ୍ତ୍ରୀ ପୁଷ୍ପଲତା ମଧ୍ୟ ଜଣେ ମିଷ୍ଠଭାଷି ପରୋପକାରୀ ତଥା ସ୍ବାମୀଙ୍କ ସହିତ କାନ୍ଧକୁ କାନ୍ଧ ମିଲାଇ ସବୁକାର୍ଯ୍ୟରେ ସହଭାଗିତା ରଖୁଥିବା ପରି ଜଣେ ସାହସୀ ମହିଳା ଉଭୟଙ୍କ ଏକତ୍ର ମୃତ୍ୟୁରେ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କ ଦୁଇପୁଅ ରକି ଓ ଲିଙ୍କନ ଏବଂ ଜଣେ ଝିଅ ମୋନାଲିଶା(ରିଙ୍କି) ଭଉଣୀ ମିନୀ .ଭାଇ ରବୀନ୍ଦ୍ର ବୁଲୁ ହିମାଂଶୁ ମନୋଜ ସରୋଜ ସାଙ୍ଗକୁ ପୁତ୍ର ବଧୁ ନାତି ନାତୁଣି ଭାଇ ଭାଇବନ୍ଧୁ ଅଛନ୍ତି । କୋଲାବିରା ଛକସ୍ଥିତ ଶକୁନ୍ତଲା ହୋଟେଲର ଏହି ମାଲିକ ଦମ୍ପତି ଗୁରୁବାର ଭୋରରୁ ଗ୍ୟାସ ଜାଲିବାକୁ ଯାଇ ଗ୍ୟାସରେ ପୋଡି ଉଭୟେ ଦୁର୍ଘଟଣାର ଶିକାର ହୋଇଥିଲେ । ସ୍ବାମୀ ସ୍ତ୍ରୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଆଜିଏଚରେ ଭର୍ତିକରାଯାଇଥିଲା । ମୃତ ସୁରେନ୍ଦ୍ର ଟଣକାର (୬୭) ଏବଂ ତାଙ୍କ ପତ୍ନୀ ପୁଷ୍ପାଜଂଳି ଟଣକାର(୬୦) ନିତିଦିନ ପରି ଗୁରୁବାର ଭୋର ସାଢେ ୪ଟାରେ ଉଠି ନିତ୍ୟକର୍ମପାଇଁ ପାଣି ଗରମ କରିବାକୁ ରୋଷେଇଘର ଭିତରକୁ ପଶି ଗ୍ୟାସ ଜଳେଇବାକୁ ଚେଷ୍ଟା କରିବା ମାତ୍ରେ କୋଠରୀ ଭିତରେ ଭର୍ତି ହୋଇଥିବା ଗ୍ୟାସରେ ନିଆଁ ଲାଗି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରଥମେ ସ୍ତ୍ରୀ ପୁଷ୍ପାଜଂଳି ନିଆଁର ଆଗୋସରେ ଆସି ଆର୍ଡ ଚିତ୍କାର କରିବା ପରେ ସାମୀ ସୁରେନ୍ଦ୍ର ଆଗପଛ ବିଚାର ନକରି ସ୍ତ୍ରୀ ଙ୍କୁ ରକ୍ଷା କରିବାକୁ ଭିତରକୁ ଦୌଡି ଆସିଥିଲେ ଏବଂ ସେ ମଧ୍ୟ ଭୟଙ୍କର ନିଆର ସମ୍ମୁଖୀନ ହୋଇଥିଲେ । ଗ୍ୟାସରେ ଲାଗିଥିବା ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ସେମାନେ ଉଭୟେ ହଠାତ୍ ବାହାରକୁ ବାହାରି ପାରିନଥିଲେ ଏବଂ ନିଆଁରେ ପୋତି ଗୁରୁତର ଆହତ ହୋଇଥିଲେ ପରିବାର ତଥା ଆଖପାଖ ଲୋକେ ପ୍ରଚଣ୍ଡ ସବ୍ଦ ସାଙ୍ଗକୁ ଆର୍ଡ ଚିତ୍କାର ଶୁଣି ଦୌଡି ଆସି ସେମାନଙ୍କୁ ନିଆଁ ଲାଗିଥିବା କୋଠରୀ ଭିତରୁ ଉଦ୍ଧାର କରିବା ସହିତ ତୁରନ୍ତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ସେଠାରୁ ରାଉରକେଲା ସ୍ନାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧନ ଅବସ୍ଥାରେ ସୁରେନ୍ଦ୍ରଙ୍କ ଶୁକ୍ରବାର ଭୋରରୁ ମୃତ୍ୟୁ ଘଟିଥିବା ବେଳେ ତୃତୀୟ ଦିନରେ ପତ୍ନୀ ପୁଷ୍ପାଜଳି ଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ଖବର ପ୍ରସାରିତ ହେବା ମାତ୍ରେ ବିଭିନ୍ନ ବର୍ଗରୁ ଶୋକ ପ୍ରକାଶ ପାଇବା ସହିତ ମର୍ମାହତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।
କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା,
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0