ନବରଙ୍ଗପୁର ଠାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

Sep 14, 2024 - 18:49
 0  122
ନବରଙ୍ଗପୁର ଠାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ନବରଙ୍ଗପୁର, ୧୪/୦୯/୨୦୨୪ ( ରଞ୍ଜିତ ନାୟକ ) ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଦୌରାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତିଙ୍କ ନିର୍ଦ୍ଧେଶ କ୍ରମେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ ଅନୁଷ୍ଟିତ ହୋଇଯାଇଛି ! ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତି ୨ ଗୋଟି ମୋଟର ଦୁର୍ଘଟଣା ଜନିତ (ଏମ ଏ ସି ଟି ) କ୍ଷତିପୂରଣ ଦାବି ଓ ଏକ୍ସିକ୍ୟୁସନ କେସ ବାବଦକୁ ୧୩ ଗୋଟି କେସ ଫଇସଲା କରି ଟ.୪୬,୧୯,୮୩୬/- କ୍ଷତିପୁରଣ ଆଦାୟ କରିଛନ୍ତି ! ପରିବାର ବିଚାରବିଭାଗୀୟ ଜର୍ଜ ଶ୍ରୀମତୀ ଲିଲିପ୍ତା ପସାୟତ ୧୩ ଗୋଟି ପାରିବାରିକ ବିବାଦ କେସ ସମାଧାନ କରିଛନ୍ତି ସେଥିମଧ୍ୟରୁ ୩ ଟି କେସରେ ଦୀର୍ଘ 3 ବର୍ଷର ବିବାଦର ଅନ୍ତ ଘଟାଇ ଦମ୍ପତିଙ୍କ ମଧ୍ୟରେ ଆପୋଷ ମିଳାମିଶା କରାଇଛନ୍ତି ! ବରିଷ୍ଠ ଦେବାନୀ ଜର୍ଜ ଶ୍ରୀମତୀ ମୋନିତା ତ୍ରିପାଠୀ ୧୧ ଟି ବ୍ୟ।ଙ୍କ ଋଣ ଆଦାୟ ସମ୍ବନ୍ଧିୟ ବିବାଦ ର ଫଇସଲା କରି ଟ.୪୯,୩୦,୧୬୫.୭୭ ଟଙ୍କା ରୁଣ ଆଦାୟ କରିଛନ୍ତି ! ସେହିଭଳି ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ନବରଙ୍ଗପୁର ପ୍ରଜ୍ଞା ପଣ୍ଡା ୧୩୮ ଟି ଫୌଜଦାରୀ ମକଦ୍ଦମା ର ଫଇସଲା କରିଛନ୍ତି ! ସେହିଭଳି ଜେଏମଏଫସି ଶ୍ରୀ ରାଜେଶ କୁମାର ମିଶ୍ର ୦୨ ଟି ଫୌଜଦାରୀ ମକଦ୍ଦମା ର ଫଇସଲା କରିଛନ୍ତି ! ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ସର୍ବମୋଟ ୪୩୨ ଗୋଟି କୋର୍ଟ କେସ ଓ ୬୦୩୨୩ ଗୋଟି ରାଜସ୍ୱ କେସର ଫଇସଲା କରାଯଇ ଟ.୫,୭୭,୬୧୫/- ରାଜସ୍ୱ ଆଦାୟ କରାଯାଇଛି ! ସେହିପରି ବ୍ୟାଙ୍କର ୧୪ ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୭,୨୩,୨୦୦/- ରୁଣ ଆଦାୟ କରାଯାଇଛି ! ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଅନ୍ୟାନ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଜର୍ଜ ବିଷ୍ଣୁ ପ୍ରସାଦ ମିଶ୍ର, ଅତିରିକ୍ତ ଜିଲ୍ଲା ଜର୍ଜ ( ପୋକସୋ ) ବସୁଦେବ ଆଚାର୍ଯ୍ୟ, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରି ଶ୍ରୀମତୀ ସୀମା ତ୍ରିପାଠୀ ଓ ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ସୁକାନ୍ତ କିଶୋର ଜେନା ଯୋଗ ଦେଇଥିଲେ ! ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭିସ୍ପା ଗୋଛାୟତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ପରିଚାଳନା କରିଥିବା ବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ