।। ଦୂର ହୋଇନି ଜନନୀ ଯନ୍ତ୍ରଣା: ରାସ୍ତା ଅଭାବରୁ ଖଟିଆରେ ବୁହାହେଲେ ଗର୍ଭବତୀ ମାଆ ।।

Jun 6, 2024 - 17:43
 0  34
।। ଦୂର ହୋଇନି ଜନନୀ ଯନ୍ତ୍ରଣା: ରାସ୍ତା ଅଭାବରୁ ଖଟିଆରେ ବୁହାହେଲେ ଗର୍ଭବତୀ ମାଆ ।।

ଥୁଆମୂଳ ରାମପୁର ବ୍ଲକ ଥୁଆମୂଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଦେଙ୍ଗପାର୍ସୀ ଗ୍ରାମର ସାଇବନି ମାଝୀ ସ୍ୱାମୀ ଭଗିନ୍ଦ୍ର ମାଝୀ ବୟସ ୨୮ ଗତ ୫ ତାରିଖ ରାତିରୁ ଯନ୍ତ୍ରଣା ହେବାରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଥୁଆମୂଳ ରାମପୁର କୁ ନେବା ପାଇଁ ଆମ୍ବୁଲାନ୍ସ କୁ ଫୋନ କରିଥିଲେ । ହେଲେ ଆମ୍ବୁଲାନ୍ସ ଟି ଲାଠିଆଗୁଡ଼ା ଯାଏଁ ହିଁ ଆସିବାକୁ ସକ୍ଷମ ହୋଇ ପାରିଥିଲା। ଯନ୍ତ୍ରଣାରେ ଛଟପଟ ହେଉଥିବା ସାଇବନିଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିବା ସମୟରେ ଯନ୍ତ୍ରଣା ଆହୁରି ତୀବ୍ର ହେଲା। ତେବେ ଅସହ୍ୟ ଯନ୍ତ୍ରଣା ଯୋଗୁଁ ସାଇବନି ଅଧା ବାଟରେ ହିଁ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଏହି ଶିଶୁ କନ୍ୟା ଜଣକ ତାଙ୍କର ତୃତୀୟ ସନ୍ତାନ ବୋଲି ଜଣାପଡିଛି। ଉଭୟ ମାଆ ଓ ନବଜାତ ଶିଶୁ କନ୍ୟାକୁ ଖଟିଆରେ ବୋହି ୧ କିଲୋମିଟର ଆଣି ଆମ୍ବୁଲାନ୍ସ ଯୋଗେ ଥୁଆମୂଳ ରାମପୁର ଗୋଷ୍ଠି କେନ୍ଦ୍ରକୁ ନେବାକୁ ପରିବାର ଲୋକେ ସକ୍ଷମ ହୋଇ ପାରିଥିଲେ । ସରକାର ଗର୍ଭବତୀ ମାଆ ମାନଙ୍କ ପାଇଁ ଅନେକ ଜନହିତକର ଯୋଜନା କରିଥିଲେ ହେଁ ରାସ୍ତାଘାଟର ଉନ୍ନତି ହୋଇ ପାରି ନ ଥିବାରୁ ଯୋଜନା ସବୁ ଫେଲ ମାରୁଛି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

 ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ