।। ଥୁଆମୁଳ ରାମପୁର ଦକ୍ଷିଣ ବନାଞ୍ଚଳ ପକ୍ଷରୁ ବନ ମହୋତ୍ସବ ଅବସରରେ ଉପରଝାପି ପାହାଡରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।।

Jul 3, 2024 - 21:46
 0  7
।। ଥୁଆମୁଳ ରାମପୁର ଦକ୍ଷିଣ ବନାଞ୍ଚଳ ପକ୍ଷରୁ ବନ ମହୋତ୍ସବ ଅବସରରେ ଉପରଝାପି ପାହାଡରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।।

କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଦକ୍ଷିଣ ବନାଞ୍ଚଳ ପକ୍ଷରୁ ୭୫ ତମ ବନ ମହୋତ୍ସବ ପାଳନ ଅବସରରେ ଉପରଝାପି ଟାଙ୍ଗରା ପାହାଡରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନାଞ୍ଚଳ ଅଧିକାରୀ ଲିଙ୍ଗରାଜ ଭୋଇଙ୍କ ନେତୃତ୍ୱରେ ଆୟୋଜିତ ଏହି ବନ ମହୋତ୍ସବରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଡେପୁଟି ରେଞ୍ଜର ଜୟଦେବ ମାଝୀ, ଡେପୁଟି ରେଞ୍ଜର ତ୍ରିନାଥ ସେଠୀ, ଫରେଷ୍ଟର ଜୟ କୁମାର ଜୁଏଡ, ଫରେଷ୍ଟର ରବି ମିଶ୍ର, ରଞ୍ଜିତା ଖାଡିଆ, ସମାଜସେବୀ ମାଣିକ୍ଯ ଚନ୍ଦ୍ର ନାଏକ, ଥୁଆମୁଳ ରାମପୁର ପଞ୍ଚାୟତ ସମିତି ସଭ୍ଯା ପୁଷ୍ପାଞ୍ଜଳି ନାଏକ ସମେତ୍ ଥୁଆମୁଳ ରାମପୁର ବନାଞ୍ଚଳ ଅଧୀନରେ ସମସ୍ତ କାର୍ଯ୍ଯରତ କର୍ମଚାରୀ, ଜଗୁଆଳି ଓ ଗ୍ରାମବାସୀ ଏଥିରେ ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ। ତେବେ ଥୁଆମୁଳ ରାମପୁର ବନାଞ୍ଚଳ ଅଧିନରେ ଥିବା ଉପରଝାପି ଗ୍ରାମର ବିଭିନ୍ନ ଟାଙ୍ଗରା ପାହାଡ ମାନଙ୍କରେ ପ୍ରାୟ ୫୦ ହେକ୍ଟର ସ୍ଥାନରେ ୮୦ ହଜାର ଉପଯୋଗୀ ଚାରା ଚାରାରୋପଣ କରିବା ପାଇଁ ଦକ୍ଷିଣ ବନାଞ୍ଚଳ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ଟାଙ୍ଗରା ପାହାଡ ରେ ବୃକ୍ଷ ରୋପଣ କରି ପାହାଡାରେ ସବୁଜିମା ସୃଷ୍ଟି କରି ପରିବେଶ ଜନିତ କ୍ଷତିରୁ ରକ୍ଷା କରିବାପାଇଁ ଏହି ବନମହୋତ୍ସବ ଆୟୋଜନ କରିବାର ମୂଳ ଉଦ୍ଦେଶ୍ୟ ଯାହାକି ଜୀବ ଜଗତ ହିତରେ ହିଁ ଉସଗୀକୃତ କରାଯାଉଛି। ଏଥିରେ ପ୍ରତ୍ୟେକ ମନୁଷ୍ୟ ମାନଙ୍କର କର୍ତ୍ତବ୍ୟ ରହିଛି ତେଣୁ ସମସ୍ତେ ସଚେତନ ହୋଇ ଲଣ୍ତା ପାହାଡକୁ ପୁନର୍ବାର ତାହାର ପୂର୍ବବସ୍ଥାକୁ ଫେରାଇ ଆଣିବା ପାଇଁ ଚେଷ୍ଟା କରାଯାଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ସାମିଲ ହେବା ପାଇଁ ଉପସ୍ଥିତ ସମସ୍ତେ ଜନସାଧାରଣ ଙ୍କୁ ଅବଗତ କରାଇଥିଲେ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ