ଟୁନା ଦାଶଙ୍କୁ ମିଳିଲା ବିଧାୟକ ପ୍ରତିନିଧି ଦାୟିତ୍ୱ,ପ୍ରଶାସନିକ ସମନ୍ୱୟ ସହ ସରକାରୀ କାର୍ଯ୍ୟକ୍ରମରେ କରିବେ ପ୍ରତିନିଧିତ୍ୱ

Aug 18, 2026 - 15:19
 0  15
ଟୁନା ଦାଶଙ୍କୁ ମିଳିଲା ବିଧାୟକ ପ୍ରତିନିଧି ଦାୟିତ୍ୱ,ପ୍ରଶାସନିକ ସମନ୍ୱୟ ସହ ସରକାରୀ କାର୍ଯ୍ୟକ୍ରମରେ କରିବେ ପ୍ରତିନିଧିତ୍ୱ

ଫୁଲବାଣୀ, ୧୮/୦୮_ ହିମାଂଶୁ ସାହୁ : ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ପ୍ରତିନିଧି ଭାବେ ଟୁନା ଦାଶଙ୍କୁ ଦାୟିତ୍ୱ ଦିଆଯାଇଛି। ଏନେଇ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଗଷ୍ଟ ୧୮ ତାରିଖରେ ଚିଠି ଜାରି ହୋଇଛି। ବିଧାୟକଙ୍କ ଚିଠି ନମ୍ବର ୨୧୦/୨୦୨୬ ଆଧାରରେ ଟୁନା ଦାଶଙ୍କୁ ୮୨-ବାଲିଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଧାୟକ ପ୍ରତିନିଧି ଭାବେ ମନୋନୀତ କରାଯାଇଛି। ନୂଆ ଦାୟିତ୍ୱ ଅନୁଯାୟୀ ସେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ, ବୈଠକ ଏବଂ ଆବଶ୍ୟକୀୟ ପ୍ରଶାସନିକ କାର୍ଯ୍ୟରେ ବିଧାୟକଙ୍କ ପକ୍ଷରୁ ଯୋଗଦେବେ। ନିର୍ବାଚନମଣ୍ଡଳୀର ବିଭିନ୍ନ ପ୍ରଶାସନିକ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରିବାରେ ମଧ୍ୟ ଟୁନା ଦାଶଙ୍କ ଭୂମିକା ରହିବ। ଏଥିପାଇଁ ତାଙ୍କୁ ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି। ଟୁନା ଦାଶଙ୍କ ଏହି ନିଯୁକ୍ତି ପରେ ବିଧାୟକଙ୍କ ପକ୍ଷରୁ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ ଓ ସମନ୍ୱୟ ରକ୍ଷା ସହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ପ୍ରତିନିଧିତ୍ୱ କରିବାର ଦାୟିତ୍ୱ ସେ ତୁଲାଇବେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ