।। ଜୟପାଟଣା ଠାରେ ବି ଷ୍ଟ୍ରଙ୍ଗ ଡ୍ଯାନ୍ସ ଏଣ୍ଡ ଫିଟନେସ ଏକାଡେମୀ ଆନୁକୁଲ୍ୟରେ ତାଇକୋଣ୍ଡୋ କଳର ବେଲ୍ଟ ଟେଷ୍ଟ ଉଦଯାପିତ ।।

Feb 11, 2024 - 20:56
 0  72
।। ଜୟପାଟଣା ଠାରେ ବି ଷ୍ଟ୍ରଙ୍ଗ ଡ୍ଯାନ୍ସ ଏଣ୍ଡ ଫିଟନେସ ଏକାଡେମୀ ଆନୁକୁଲ୍ୟରେ ତାଇକୋଣ୍ଡୋ କଳର ବେଲ୍ଟ ଟେଷ୍ଟ ଉଦଯାପିତ ।।

ଦୀର୍ଘ 3ବର୍ଷ ଧରି କଳାହାଣ୍ଡି ଜିଲ୍ଲାର ଜୟପାଟଣା ଠାରେ ବି ଷ୍ଟ୍ରଙ୍ଗ ଡ୍ଯାନ୍ସ ଏଣ୍ଡ ଫିଟନେସ ଏକାଡେମୀରେ ଡ୍ଯାନ୍ସ ଓ ଆତ୍ମରକ୍ଷା କୌଶଳ ତାଇକୋଣ୍ଡୋ,କୁମ୍ଫୁ ଡୁ ତାଲିମ ପ୍ରଦାନ କରାଯାଉଛି ।ଆଜି ବି ଷ୍ଟ୍ରଙ୍ଗ ଡ୍ଯାନ୍ସ ଏଣ୍ଡ ଫିଟନେସ ଏକାଡେମୀ ର ଆୟୋଜନ କ୍ରମେ ତାଇକୋଣ୍ଡୋ ଶିକ୍ଷାର୍ଥୀ ମାନଙ୍କର କଲର ବେଲ୍ଟ ଟେଷ୍ଟ ସ୍ଥାନୀୟ ପି ଆର୍ ପେଲେସ ଠାରେ ଅନୁଷ୍ଠିତ ହୋଇ ଥିଲା ।ଆନ୍ତର୍ଜାତୀୟ ଗ୍ରାଣ୍ଡ ମାଷ୍ଟର ମିଷ୍ଟର ମନମୋହନ ଭଞ 6 ଡନ ବ୍ଲାକ୍ ବେଲ୍ଟ ସୁଦୂର ପୁରୀ ରୁ ଆସି ବେଲ୍ଟ ଟେଷ୍ଟ କରାଇଥିଲେ। ଏଥିରେ ସର୍ବମୋଟ୍ 114 ଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ୟେଲୋବେଲ୍ଟ ରେ 85, ୟେଲୋ1ବେଲ୍ଟ ରେ 26, ଗ୍ରୀନ୍ ବେଲ୍ଟ 2ରେ 2, ଗ୍ରୀନ୍ ବେଲ୍ଟ 1 ରେ 1 ଜଣ ଶିକ୍ଷାର୍ଥୀ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଥିଲେ । ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମ କୁ ସାଫଲ୍ୟମଣ୍ଡିତ କରିବା ପାଇଁ ମାଷ୍ଟର ଡି ବଳରାମ ବ୍ଲାକ୍ ବେଲ୍ଟ ଥାର୍ଡଡନ ଙ୍କ ପ୍ରୟାସ ଓ ପ୍ରଶିକ୍ଷଣ ଅତ୍ୟନ୍ତ ପ୍ରଶଂସନୀୟ ଥିଲା ।ଡ୍ଯାନ୍ସ କୋଚ୍ ସୁଶୀଲ ନାଏକ ଏବଂ ଅବିନାଶ ନନ୍ଦ ପ୍ରମୁଖ କାର୍ଯ୍ୟ ପରିଚାଳନା ଓ ସମ୍ପାଦନ କରିଥିଲେ ।ଗଣପତି ଦେବଦାସ ବାଗ, ସିଦ୍ଧାର୍ଥ ମିଶ୍ର, କୁନା ପ୍ରଧାନୀ, କୁନା ସାମଲ, ଅଶୋକ କୁମାର ମୁଣ୍ଡ, ପିତାମ୍ବର ମାଝୀ, ପୁନ୍ୟବତୀ ମାଝୀ,ସୌମ୍ୟ ରଞ୍ଜନ ମାଝୀ, ସ୍ନିଗ୍ଧାମୟୀ ମାଝୀ ସମସ୍ତେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।ନିକଟ ଅତୀତ ରେ ରାଉରକେଲା ଠାରେ ଅନୁଷ୍ଠିତ ହୋଇଥିବା ମାର୍ଶଲଆର୍ଟ ଚମ୍ପିୟାନସିପ ରେ ବି ଷ୍ଟ୍ରଙ୍ଗ ଏକାଡେମୀର 2 ଜଣ ଗୋଲ୍ଡ ମେଡାଲ ଓ ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ । ଜୟପାଟଣା ଅଞ୍ଚଳର ଅନେକ ଆଗ୍ରହୀ ଓ ଉତ୍ସାହୀ ଅଭିଭାବକଙ୍କ ପାଇଁ ଏପରି ଏକ ଆତ୍ମରକ୍ଷା କୌଶଳ ଶିକ୍ଷା ଓ ଶରୀର ସୁରକ୍ଷା କାର୍ଯ୍ୟକ୍ରମ ସଫଳତାର ଶୀର୍ଷ ଆଡକୁ ଅଗ୍ରସର ହେଉଥିବା ପରିଲକ୍ଷିତ ହେଉଛି ।

କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ